ARTICLE AD BOX
ଚିତ୍ରଡା:ମୟୂରଭଞ୍ଜଜିଲ୍ଲା ମୋରଡ଼ା ନିର୍ବାଚନ ମଣ୍ଡଳୀ ମୋରଡ଼ା ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଲୋକଙ୍କ ଦୁର୍ଦ୍ଦଶା ବୃଦ୍ଧି କରିଚାଲିଛି ।ଲଗାଣ ବର୍ଷାରେ ଘରର କାନ୍ଥ ଭୁଶୁଡି ପଡ଼ିବାରୁ ଘରେ ଶୋଇଥିବା ବୃଦ୍ଧ କାନ୍ଥ ତଳେ ଚାପି ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ କି ଏହି ବ୍ଲକ ତଥା ଏହି ଥାନା ଅଧିନ ନୁହାଝାଳିଆ ପଞ୍ଚାୟତ ନୁହାଝାଳିଆ ଗ୍ରାମର କଙ୍କା ହାଁସଦାଙ୍କ ପୁଅ ରୁହ୍ୟା ହାଁସଦା(୫୬) ଗତ ବୁଧବାର ରାତିରେ ଘରେ ଶୋଇଥିବା ବେଳେ ହଠାତ ଘରର କାନ୍ଥ ଭୁଶୁଡି ରୁହ୍ୟାଙ୍କ ଉପରେ ପଡିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଘଟଣା ସ୍ଥଳରେ ମୃତ୍ୟୁ
ତେବେ ଖବର ପାଇ ଆଜି ମୋରଡ଼ା ଥାନା ଏସଆଇ ନିବେଦିତା ନାୟକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କର ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏନେଇ ୨୮/୨୦୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଥିବା ଜଣାପଡିଛି। ତେବେ ମୃତ ରୁହ୍ୟାଙ୍କ ପରିବାର ଅତ୍ୟନ୍ତ ଗରୀବ ହୋଇଥିବା ବେଳେ ପକ୍କା ଘର ସହିତ ଆବଶ୍ୟକ ଓ ଉପଯୁକ୍ତ ସରକାରୀ ସହାୟତା ଶୀଘ୍ର ରୁହ୍ୟାଙ୍କ ପରିବାରକୁ ଯୋଗାଇ ଦିଆଯିବା ପାଇଁ ଦାବି ହୋଇଛି ।
BJP Leader Murder: ବିଜେପି ନେତା ଫକୀର ରଣାଙ୍କୁ ଛୁରି ଭୁସି ହତ୍ୟା ଘଟଣା: ୩ ଅଟକ
ତେବେ ଲଗାଣ ବର୍ଷା ପାଣି ଏବେ ଲୋକଙ୍କ ଘର ଚାରିପଟେ,ଦାଣ୍ଡ ଦୁଆରେ,ଚାଷ ଜମିରେ ଏବଂ ରାସ୍ତା ଘାଟ ରେ ଅଧିକ ମାତ୍ରା ରେ ବୁହୁଥିବା ରୁ ଲୋକଙ୍କ ଘର ର କାନ୍ଥ ଭୁଶୁଡିବା,ଘର ଭଶୁଡିବା ଏବଂ ଯାତାୟତ ବାଧା ପ୍ରାପ୍ତ ହେଉଥିବା ବେଳେ ଏବେ ବି ବର୍ଷା ଲାଗି ରହୁଥିବାରୁ କଚ୍ଚା ଘରେ,ଜରାଜୀର୍ଣ୍ଣ ଘରେ ରହୁଥିବା ପରିବାରଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯିବା ଦିଗରେ ପ୍ରଶାସନ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଏଭଳି ଘର ଭୁଶୁଡିବା ଏବଂ ଅକାଳ ମୃତ୍ୟୁ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି।

1 hour ago
1


