Death: ଲଗାଣ ବର୍ଷା ନେଲା ଜୀବନ, କାନ୍ଥ ଭୁଷୁଡ଼ି ମହିଳା ମୃତ

1 hour ago 2
ARTICLE AD BOX

ଲଗାଣ ବର୍ଷାରେ ଭିଜି ଦୁର୍ବଳ ହୋଇପଡ଼ିଥିବା କାନ୍ଥ ଭୁଷୁଡ଼ିବା ଫଳରେ ବାଘଡ଼ଙ୍ଗରି ଗ୍ରାମର ରୁକୁଣି ବଛାଙ୍କର ମୃତ୍ୟୁ ହୋଇଯାଇଛି I ଆଜି ଭୋର ସମୟରେ ଶୌଚ ସାରି ଘରକୁ ଫେରୁଥିବା ବେଳେ ହଠାତ୍ ଏକ କାନ୍ଥ ଭୁଷୁଡ଼ି ପଡ଼ିଥିଲା।

 ଲଗାଣ ବର୍ଷା ନେଲା ଜୀବନ, କାନ୍ଥ ଭୁଷୁଡ଼ି ମହିଳା ମୃତ

ରାୟଗଡା: ରାୟଗଡ଼ାଜିଲ୍ଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ ବାଘଡ଼ଙ୍ଗରି ଗ୍ରାମର ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଷୁଡ଼ି ପଡିବା ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି  I ମିଳିଥିବା ସୂଚନା ମୁତାବକ ଲଗାଣ ବର୍ଷାରେ ଭିଜି ଦୁର୍ବଳ ହୋଇପଡ଼ିଥିବା କାନ୍ଥ ଭୁଷୁଡ଼ିବା ଫଳରେ ବାଘଡ଼ଙ୍ଗରି ଗ୍ରାମର ରୁକୁଣି ବଛାଙ୍କର ମୃତ୍ୟୁ ହୋଇଯାଇଛି I ଆଜି ଭୋର ସମୟରେ ଶୌଚ ସାରି ଘରକୁ ଫେରୁଥିବା ବେଳେ ହଠାତ୍ ଏକ କାନ୍ଥ ଭୁଷୁଡ଼ି ପଡ଼ିଥିଲା।

ଆହୁରି ପଢନ୍ତୁ: Railway Station: ଭାରତର ଏମିତି ଏକ ରେଳ ଷ୍ଟେସନ୍‌, ଯାହାର କୌଣସି ନାମ ନାହିଁ!

କାନ୍ଥ ତଳେ ଚାପି ହୋଇଯାଇଥିବା ରୁକୁଣିଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିଲେ କିନ୍ତୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଲଗାଣ ବର୍ଷା ଯୋଗୁଁ କାନ୍ଥଟି ପୂର୍ବରୁ ଭିଜି ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ଥିବା କୁହାଯାଉଛି। ଆମ୍ବଦଳା ପୁଲିସ  ଘଟଣାର ତଦନ୍ତ କରୁଛି I

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.