Death: ଭତ୍ତା ପାଇଁ ଆସିଥିଲେ, ନିରାଶ ହୋଇ ଫେରୁଥିବା ବେଳେ ଟ୍ରେନ ଧକ୍କାରେ ଚାଲିଗଲା ଦୁଇ ବୃଦ୍ଧାଙ୍କ ଜୀବନ

1 week ago 5
ARTICLE AD BOX

ବସ୍ତା: ଭତ୍ତା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିବା ଦୁଇ ବୃଦ୍ଧା ନିରାଶ ହୋଇ ଘରକୁ ଫେରୁଥିବା ବେଳେ ଟ୍ରେନ ଧକ୍କାରେ ପ୍ରାଣ ହରାଇଛନ୍ତି। ଏଭଳି ଦୁଃଖଦ ଘଟଣା ବସ୍ତା ରେଳ ଷ୍ଟେସନ ନିକଟରେ ଘଟିଛି।

ସୂଚନା ଅନୁଯାୟୀ, ବସ୍ତା ଥାନା ଅଧୀନ ସଦାନନ୍ଦପୁର ପଞ୍ଚାୟତର ଭଗବାନପୁର ଗ୍ରାମର ଦୁଇ ବୃଦ୍ଧାଙ୍କୁ ଗତ ଦୁଇ ମାସ ଧରି ଭତ୍ତା ମିଳିନଥିବା ଅଭିଯୋଗ ରହିଥିଲା। ଏନେଇ ଭତ୍ତା ସମ୍ପର୍କରେ ଜାଣିବା ପାଇଁ ସେମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ। ପଞ୍ଚାୟତରୁ ଭତ୍ତା ସମ୍ପର୍କରେ ଅବଗତ ହେବା ପରେ ଦୁହେଁ ରେଳଲାଇନ ଅତିକ୍ରମ କରି ଘରକୁ ଫେରୁଥିବା ସମୟରେ ଏକ ଟ୍ରେନ ଧକ୍କା ଦେଇଥିବା ଜଣାପଡ଼ିଛି।

ଆଜି ପୂର୍ବାହ୍ନରେ ଘଟିଥିବା ଏହି ଘଟଣା ପରେ ବସ୍ତା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତେବେ ଖବର ଲେଖା ହେବା ସୁଦ୍ଧା ମୃତ ଦୁଇ ବୃଦ୍ଧାଙ୍କ ପରିଚୟ ସ୍ପଷ୍ଟ ହୋଇପାରିନଥିଲା।

ଖବର ପାଇ ରେଳ ବିଭାଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Ganjam: ଗଭୀର ଅବପାତକୁ ନେଇ ଗଞ୍ଜାମରେ ଆଗୁଆ ପ୍ରସ୍ତୁତି, ଜିଲ୍ଲା ଓ ବ୍ଲକସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ

Read Entire Article
LEFT SIDEBAR AD

Hidden in mobile, Best for skyscrapers.