Death: ଟ୍ରାକ୍‌ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍‌ ଧକ୍କାରେ ଟ୍ରାକ୍‌ମ୍ୟାନ୍‌ଙ୍କ ମୃତ୍ୟୁ

34 minutes ago 2
ARTICLE AD BOX

ଟ୍ରାକ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍‌ ଧକ୍କାରେ ଟ୍ରାକ୍‌ମ୍ୟାନ୍‌ଙ୍କ ମୃତ୍ୟୁ ଘଟିଛି | ମୃତକ ଜଣକ ହେଲେ ଖଲ୍ଲିକୋଟ ଅଂଚଳର କେ. ଗୋବିନ୍ଦ ପାତ୍ର | ଆଜି ଦିନ ୧୦ଟା ସମୟରେ ଛତ୍ରପୁର ନିକଟସ୍ଥ ପୋଡାପଦର ରେଳ ଲାଇନରେ କିଛି ଟ୍ରାକ୍‌ମ୍ୟାନ୍‌ ରେଳ ଟ୍ରାକ ରକ୍ଷଣାବେକ୍ଷଣ ଯାଞ୍ଚ କରୁଥିବା ବେଳେ ଗୋବିନ୍ଦଙ୍କୁ ଇଣ୍ଟରସିଟି ଟ୍ରେନ ଧକ୍କା ଦେଇଥିଲା |

 ଟ୍ରାକ୍‌ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍‌ ଧକ୍କାରେ ଟ୍ରାକ୍‌ମ୍ୟାନ୍‌ଙ୍କ ମୃତ୍ୟୁ

ଛତ୍ରପୁର: ଟ୍ରାକ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍‌ ଧକ୍କାରେ ଟ୍ରାକ୍‌ମ୍ୟାନ୍‌ଙ୍କ ମୃତ୍ୟୁ ଘଟିଛି | ମୃତକ ଜଣକ ହେଲେ ଖଲ୍ଲିକୋଟ ଅଂଚଳର କେ. ଗୋବିନ୍ଦ ପାତ୍ର | ଆଜି ଦିନ ୧୦ଟା ସମୟରେ ଛତ୍ରପୁର ନିକଟସ୍ଥ ପୋଡାପଦର ରେଳ ଲାଇନରେ କିଛି ଟ୍ରାକ୍‌ମ୍ୟାନ୍‌ ରେଳ ଟ୍ରାକ ରକ୍ଷଣାବେକ୍ଷଣ ଯାଞ୍ଚ କରୁଥିବା ବେଳେ ଗୋବିନ୍ଦଙ୍କୁ ଇଣ୍ଟରସିଟି ଟ୍ରେନ ଧକ୍କା ଦେଇଥିଲା | ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା | ରେଳ ଟ୍ରାକ୍‌ ରକ୍ଷଣାବେକ୍ଷଣ କାମ ଚାଲିଥିବା ସମୟରେ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା।

ଆହୁରି ପଢନ୍ତୁ: Ind VS Pak: କ୍ରିକେଟ୍‌ରେ ଶନିବାର ଭାରତ-ପାକିସ୍ତାନ ସ୍ବର୍ଣ୍ଣ ଲଢ଼େଇ

କାର୍ଯ୍ୟରତ ଥିବା ବେଳେ ଦ୍ରୁତଗତିରେ ଆସୁଥିବା ଇଣ୍ଟରସିଟି ଟ୍ରେନ୍‌ ଧକ୍କା ଦେଇଥିଲା | ନିୟମିତ ଯାଞ୍ଚ ଓ ଟ୍ରାକ୍‌ ମରାମତି କାର୍ଯ୍ୟ ପାଇଁ ଟ୍ରାକ୍‌ମ୍ୟାନ୍‌ ଜଣକ ରେଳ ଲାଇନ୍‌ରେ କାମ କରୁଥିଲେ। ​ଦୁର୍ଘଟଣା ପରେ ସ୍ଥାନୀୟ ପୁଲିସ କର୍ମଚାରୀ ଓ ରେଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ହସ୍ପିଟାଲକୁ ପଠାଇଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.