Death: ଏସୀୟ ପାରା କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ନୀରଜଙ୍କ ଦେହାନ୍ତ

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ଏସୀୟ ପାରା କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ନୀରଜ ଯାଦବଙ୍କ ଦେହାନ୍ତ ହୋଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ସେ ନିଜ ଦିଲ୍ଲୀସ୍ଥିତ ବସଭବନର ବିଷପାନ କରି ଆତ୍ମହତ୍ୟା କରିଥିବା ଶୁଣାଯାଉଛି। ତାଙ୍କ ମୃତଦେହ ଦିଲ୍ଲୀ ଏକ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଛି। ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ।

ଏଫ୍‌୫୫ ବର୍ଗରେ‌ ଖେଳୁଥିବା ନୀରଜ ଡୋପିଂ ନିଲମ୍ବନ ପାଇଁ ନିକଟରେ ଶେଷ ହୋଇଥିବା ଏସୀୟ ପାରା କ୍ରୀଡ଼ାରେ ଅଂଶଗ୍ରହଣ କରି ପାରି ନଥିଲେ। ଫଳରେ ସେ ମାନସିକ ଚାପରେ ଥିଲେ। ଏଥିଲାଗି ସେ ଆତ୍ମହତ୍ୟା କରି ଥାଇପାରନ୍ତି।

ନୀରଜ ଏସୀୟ ପାରା କ୍ରୀଡ଼ାରେ ୩ଟି ସ୍ବର୍ଣ୍ଣ ଜିତିଥିଲେ

ଭାରତୀୟ ପାରା ଆଥ୍‌ଲେଟିକ୍ସ ଦଳ ମୁଖ୍ୟ ପ୍ରଶିକ୍ଷକ ଏସ୍‌ ସତ୍ୟନାରାୟଣ କହିଛନ୍ତି, ‘‘କ୍ରୀଡ଼ାବିତ୍‌ମାନେ ଜୀବନର ଉତ୍‌ଥାନ-ପତନ ଆସିଥାଏ। ଏହାକୁ ସାମ୍ନା କରିବା ଉଚିତ। ଏଭଳି ପଦକ୍ଷେପ ନେବା ଦୁଃଖଦ ବିଷୟ।’’ ନୀରଜ ଏସୀୟ ପାରା କ୍ରୀଡ଼ାରେ ୩ଟି ସ୍ବର୍ଣ୍ଣ ଜିତିଥିଲେ। ୨୦୧୮ କାକର୍ତ୍ତାରେ ଜାଭ୍‌ଲିନ୍‌ ଏବଂ ୨୦୨୩ ହାଙ୍ଗ୍‌ଝୌରେ ଜାଭ୍‌ଲିନ୍‌ ଓ ଡିସ୍‌କସ୍‌ରେ ସ୍ବର୍ଣ୍ଣ କରାୟତ୍ତ କରିଥିଲେ।

Football: ଅଲଭାରେଜ୍‌ଙ୍କୁ ନେଇ ବିବାଦ: ବାର୍ସିଲୋନାକୁ ୬୦୨ ୟୁରୋ ଜରିମାନା

Read Entire Article
LEFT SIDEBAR AD

Hidden in mobile, Best for skyscrapers.