ARTICLE AD BOX
ନୂଆଦିଲ୍ଲୀ: ଟ୍ରେନ୍ରେ ଯାତ୍ରା କରୁଛନ୍ତି କି? ରାତିରେ ଶୋଇବା ପୂର୍ବରୁ ମୋବାଇଲ୍କୁ ଚାର୍ଜିଂରେ ବସାଇ ନିଶ୍ଚିନ୍ତରେ ଶୋଇପଡ଼ୁଛନ୍ତି କି? ତେବେ ସାବଧାନ! ଆପଣଙ୍କ ଏହି ଅଭ୍ୟାସ ଯାତ୍ରା ସମୟରେ ବିପଦର କାରଣ ହୋଇପାରେ। ଟ୍ରେନ୍ରେ ନିଆଁ ଲାଗିବା ଓ ବୈଦ୍ୟୁତିକ ଦୁର୍ଘଟଣା ଆଶଙ୍କାକୁ ଏଡ଼ାଇବା ପାଇଁ ରେଲୱେ ପକ୍ଷରୁ ରାତିରେ ଚାର୍ଜିଂ ସୁବିଧା ବନ୍ଦ ରଖିବା ନେଇ ପଦକ୍ଷେପ ନିଆଯାଇଥିବା ଖବର ସାମ୍ନାକୁ ଆସିଛି। ରାତି ୧୧ଟାରୁ ସକାଳ ୫ଟା ଯାଏଁ ମୋବାଇଲ୍ ଓ ଲାପଟପ୍ ଚାର୍ଜିଂ ପଏଣ୍ଟ୍ର ବିଦ୍ୟୁତ୍ ସରବରାହ ବନ୍ଦ ରହିବା ନେଇ ରେଲୱେର ନିର୍ଦ୍ଦେଶ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି। ରେଳଯାତ୍ରା ସମୟରେ ଅନେକ ଯାତ୍ରୀ ମୋବାଇଲ୍, ଲାପଟପ୍ ଓ ପାୱାର ବ୍ୟାଙ୍କ୍କୁ ଚାର୍ଜିଂରେ ଲଗାଇ ଶୋଇପଡ଼ନ୍ତି।
Nuclear: ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଅନ୍ତର୍ଜାତୀୟ ବିତର୍କ ତୀବ୍ର
ହେଲେ ଚାର୍ଜିଂ ସମୟରେ ଡିଭାଇସ୍ ଅତ୍ୟଧିକ ଗରମ ହେବା, ବ୍ୟାଟେରୀରେ ତ୍ରୁଟି ଦେଖାଦେବା କିମ୍ବା ସର୍ଟ ସର୍କିଟ୍ ହେବା ଭଳି ଘଟଣା ନିଆଁ ଲାଗିବାର କାରଣ ହୋଇପାରେ। ବିଶେଷକରି ରାତିରେ ଯାତ୍ରୀମାନେ ଶୋଇଥିବାରୁ ଏଭଳି ଘଟଣା ତୁରନ୍ତ ନଜରକୁ ଆସି ନପାରେ। ଫଳରେ ବିପଦ ବଢ଼ିବାର ଆଶଙ୍କା ରହିଥାଏ। ତେଣୁ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଚାର୍ଜିଂ ବ୍ୟବସ୍ଥା ଉପରେ କଟକଣା ଲଗାଇବା ନେଇ ରେଳବାଇର ପଦକ୍ଷେପ ଚର୍ଚ୍ଚାରେ ରହିଛି । ରିପୋର୍ଟ ଅନୁସାରେ, ଏହି ବ୍ୟବସ୍ଥା ଲାଗୁ ହେଲେ ସ୍ଲିପର୍, ଥ୍ରୀ ଏସି, ଟୁ ଏସି ଓ ଫାଷ୍ଟ ଏସି ଭଳି କୋଚ୍ରେ ଥିବା ଚାର୍ଜିଂ ପଏଣ୍ଟ୍ର ବିଦ୍ୟୁତ୍ ସରବରାହ ପ୍ରଭାବିତ ହୋଇପାରେ। ଏଥିପାଇଁ ଯାତ୍ରୀମାନେ ଟ୍ରେନ୍ରେ ଚଢ଼ିବା ପୂର୍ବରୁ ମୋବାଇଲ୍ ଚାର୍ଜ କରି ରଖିବା ସହ ଜରୁରୀ ଯୋଗାଯୋଗ ପାଇଁ ବ୍ୟାଟେରୀ ସଞ୍ଚୟ କରିବା ଉଚିତ। ତେବେ ଯାତ୍ରା ପୂର୍ବରୁ ରେଲୱେର ଅଧିକାରିକ ନିର୍ଦ୍ଦେଶ ଓ ନିଜ ଟ୍ରେନ୍ରେ ଲାଗୁ ନିୟମ ସମ୍ପର୍କରେ ନିଶ୍ଚିତ ହୁଅନ୍ତୁ। ଟିକିଏ ଅସାବଧାନତା ଯେପରି ଆପଣଙ୍କ ଯାତ୍ରାକୁ ବିପଦରେ ନପକାଏ, ସେଥିପାଇଁ ସତର୍କ ରହିବା ଜରୁରୀ। ମନେ ରଖନ୍ତୁ, ମୋବାଇଲ୍ର ଚାର୍ଜଠାରୁ ଆପଣଙ୍କ ଜୀବନ ଅଧିକ ମୂଲ୍ୟବାନ।

1 hour ago
1


