ARTICLE AD BOX
ଗଜପତି ଜିଲ୍ଲା ରତ୍ନଗିରି ଉଦୟଗିରି ଥାନା ଅନ୍ତର୍ଗତ ଉମାଙ୍ଗ ଗ୍ରାମରେ ରବିବାର ବିଦ୍ୟୁତ୍ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ସୁବାସ। ସୂଚନା ଅନୁସାରେ ସୁବାସ ଆଜି କୌଣସି କାର୍ଯ୍ୟରେ ବିଦ୍ୟୁତ୍ ଖୁଣ୍ଟରେ ଚଢ଼ିଥିବା ବେଳେ...
/sambad/media/media_files/2026/08/23/screenshot-2026-08-23-161918-2026-08-23-16-24-13.jpg)
ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଗଜପତିଜିଲ୍ଲା ରତ୍ନଗିରି ଉଦୟଗିରି ଥାନା ଅନ୍ତର୍ଗତ ଉମାଙ୍ଗ ଗ୍ରାମରେ ରବିବାର ବିଦ୍ୟୁତ୍ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ସୁବାସ। ସୂଚନା ଅନୁସାରେ ସୁବାସ ଆଜି କୌଣସି କାର୍ଯ୍ୟରେ ବିଦ୍ୟୁତ୍ ଖୁଣ୍ଟରେ ଚଢ଼ିଥିବା ବେଳେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ପରେ ଗ୍ରାମର ଅନ୍ୟ ଲୋକମାନେ ସୁବସଙ୍କ ମରଶରୀର ବିଦ୍ୟୁ ଖୁଣ୍ଟ ଉପରେ ଥିବା ଦେଖିବାକୁ ପାଇଥିଲେ।
ଗାଁ ଲୋକଙ୍କର ସୂଚନା କ୍ରମେ ବିଦ୍ୟୁତ ବିଭାଗର କର୍ମଚାରୀ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ତେବେ ସୁବାସ ବିଦ୍ୟୁତ ଖୁଣ୍ଟକୁ କେଉଁ କାରଣ ପାଇଁ ଚଢ଼ି ଥିଲେ ତାହା ଜଣାପଡ଼ି ନାହିଁ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

56 minutes ago
1


