ARTICLE AD BOX
ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ତଳସରା ଥାନା ବାବୁଡିହି କୁରୁମକେଲ ପଞ୍ଚାୟତ ନ୍ୟୁୁ ଓଡ଼ିଶା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ନିବାସର ଜଣେ ନାବାଳିକା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଯୁକ୍ତ ଦୁଇରେ ପଢ଼ୁଥିବା ଛାତ୍ରୀଙ୍କ ଘର ହେଉଛି ରାଜଗାଙ୍ଗପୁରରେ। ଗୁରୁବାର ମଧ୍ୟାହ୍ନରେ ସମସ୍ତ ଛାତ୍ରୀ ଭୋଜନ ଖାଇବାକୁ ଡାଇନିଂ ହଲ୍କୁ ଯାଇଥିଲେ। କିନ୍ତୁ ସମ୍ପୃକ୍ତ ଛାତ୍ରୀ ଜଣକ ଏକା ରୁମ୍ରେ ରହି ଯାଇଥିଲେ। ଛାତ୍ରୀମାନେ ଫେରିବା ପରେ କକ୍ଷ ଭିତରେ ବେକରେ ଓଢ଼ଣି ଲଗାଇ ମୃତଦେହ ଝୁଲୁଥିବା ଦେଖାଯାଇଥିଲା।
ଏନେଇ ବିଦ୍ୟାଳୟରେ ହଇଚଇ ଖେଳି ଯାଇଥିଲା। କର୍ତ୍ତୃପକ୍ଷ ତୁରନ୍ତ ଥାନାକୁ ସୂଚନା ଦେଇଥିଲେ। ପୁଲିିସ ଓ ସାଇଣ୍ଟିଫିକ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଛନ୍ତି। ଶୁକ୍ରବାର ବ୍ୟବଚ୍ଛେଦ କରାଯିବ। ତେବେ ଛାତ୍ରୀ ନିଜେ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କୌଣସି କାରଣରୁ ତାଙ୍କ ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ। ମୃତ୍ୟୁର କାରଣ ଜାଣିବାକୁ ପୁଲିସ ତଦନ୍ତ ଚଲାଇଛି।

1 week ago
5

