Dead: ତିନି ଦିନରେ ଦୁଇ କଳାକାରଙ୍କ ଅକାଳ ବିୟୋଗ

4 hours ago 1
ARTICLE AD BOX

ଖପ୍ରାଖୋଲ (ସରୋଜ ମିଶ୍ର): ବଲାଙ୍ଗୀରଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅଞ୍ଚଳର ଦୁଇ ଉଦୀୟମାନ କଳା ପ୍ରତିଭାଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି। ଜଣେ ହେଲେ ତାମିପଦର ଗାଁ ର ଜଣାଶୁଣା ଯୁବ କଳାକାର ତଥା ଡ୍ୟାନ୍ସର ପ୍ରେମ ମେହେର (୨୫)ଙ୍କ ତିନିଦିନ ତଳେ ହୃଦାଘାତରେ ମୃତ୍ୟୁ ଘଟିଥିବା ବେଳେ, ଏହାର ତିନି ଦିନ ଦିନ ମଧ୍ୟରେ ଅନ୍ୟ ଜଣେ ଯୁବ କଳା ପ୍ରତିଭା ଜସ୍ମିନ ମାଝୀ (୨୨)ଙ୍କ ମୃତ୍ୟୁ ଖବର ଅଞ୍ଚଳବାସୀଙ୍କୁ ଗଭୀର ମର୍ମାହତ କରିଛି। 

ନାନ୍ଦୁପଲା ପଞ୍ଚାୟତ ତାମ୍ବିପଦର ଗ୍ରାମର ସାଧୁ ମେହେର ଓ ଅହଲ୍ୟା ମେହେରଙ୍କ ଏକମାତ୍ର ପୁଅ ପ୍ରେମ ମେହେର ନୃତ୍ୟ ପ୍ରତିଭା ଓ ଅଭିନୟ ମାଧ୍ୟମରେ  ଖପ୍ରାଖୋଲ ସମେତ ବଲାଙ୍ଗିର ଜିଲ୍ଲା ଓ ଓଡ଼ିଶାରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଥିଲେ। ବିଭିନ୍ନ ସମ୍ବଲପୁରୀ ଆଲବମ୍‌ରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିଥିଲେ। ତାଙ୍କ ଅକାଳ ବିୟୋଗ କଳାଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କଳାପ୍ରେମୀମାନେ କହିଛନ୍ତି। 

CRPF Jawan: ହୃଦଘାତରେ ସିଆରପିଏଫ ଯବାନଙ୍କ ଅକାଳ ବିୟୋଗ

ସେହିପରି ଖପ୍ରାଖୋଲ ଥାନା ତେଲେନପାଲି ପଞ୍ଚାୟତ ଘୁଚାପାଲି ଗ୍ରାମର ଜସ୍ମିନ ମାଝୀ (୨୨) ବିଷ ପିଇଥିବା ଖବର ଚର୍ଚ୍ଚାକୁ ଆସିଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା। ରବିବାର ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଜସ୍ମିନ ଅଞ୍ଚଳରେ ଜଣେ ପରିଚିତ କୀର୍ତ୍ତନ ଗାୟିକା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। 

ଏଥିସହ ବିଭିନ୍ନ ସମ୍ବଲପୁରୀ ଆଲବମ୍‌ରେ ଅଭିନୟ କରି ସେ ଦର୍ଶକଙ୍କ ନିକଟରେ ପରିଚିତ ହୋଇଥିଲେ। ଅଳ୍ପ ବୟସରେ ତାଙ୍କର ଅକାଳ ବିୟୋଗ ମଧ୍ୟ ଅଞ୍ଚଳବାସୀ ଓ କଳାପ୍ରେମୀଙ୍କୁ ଗଭୀର ଭାବେ ମର୍ମାହତ କରିଛି। ଗୋଟିଏ ପଟେ ଉଭୟଙ୍କ ମୃତ୍ୟୁ କୁ ନେଇ ସାଧାରଣରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଥିବା ସହିତ ଉଭୟଙ୍କ କୁଆଡେ଼ ପ୍ରେମ ଜନିତ ସମ୍ପର୍କ ରହିଥିବା ଚର୍ଚ୍ଚା ଏବେ ଜୋର ଧରିଛି ତେବେ ଏହାର ପ୍ରକୃତ ସତ ନିରପେକ୍ଷ ତଦନ୍ତ କଲେ ଜଣାପଡ଼ିବ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ଉଠୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.