ଉତ୍ତରା ଛକରେ ସିରିଜ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ୬୨ ଯାତ୍ରୀ

2 hours ago 1
ARTICLE AD BOX

ଧଉଳି: ଭୁବନେଶ୍ୱର - ପୁରୀ ଜାତୀୟ ରାଜପଥର ସରଦେଇପୁର ଦୁର୍ଗା ମଣ୍ଡପ ନିକଟରେ ଆଳି ରାତି ସାଢେ ୮ଟା ବେଳେ ଏକ ସିରିଜ ଦୁର୍ଘଟଣା ଘଟିଛି l ସୌଭାଗ୍ୟକୁ ସମସ୍ତ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଥିଲେ l ଖବର ପାଇ ଧଉଳି ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରାଭେଲର ଗାଡି ୨ଟି ଜବତ କରିଛି l ତେବେ ଘଟଣାସ୍ଥଳରୁ ଦ୍ୱର୍ଘଟଣା ଘଟାଇଥିବା ଯାତ୍ରୀବାହୀ ବସ ଖସି ପଳାଇଛି l ପୁଲିସ ଆଖପାଖରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରି ଦୁର୍ଘଟଣା ଘଟାଇଥିବା ବସକୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି l

Dead: ନଦୀରେ ବୁଡ଼ି ନାବାଳକ ନିଖୋଜ ଘଟଣା; ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର

ସୂଚନା ଅନୁସାରେ ଆଜି ୨ଟି ଟ୍ରାଭେଲରରେ ୬୨ ଜଣ ଯାତ୍ରୀ ଲିଙ୍ଗରାଜ ମନ୍ଦିର ଦର୍ଶନ ସାରି ଧଉଳି ବୁଲିଥିଲେ l ଧଉଳି ବୁଲି ସାରି ପୁରୀ ଜଗନ୍ନାଥ ଦର୍ଶନ ନେଇ ଯାଉଥିଲେ l ଯାତ୍ରୀଙ୍କ ମଧ୍ୟରେ ୨0 ଜଣ ମହିଳା ଏବଂ ଯୁବକଙ୍କ ସମେତ ମହିଳା ଥିଲେ l ଦେବୀ ମଣ୍ଡପ ନିକଟରେ ପ୍ରଥମେ ଏକ ଯାତ୍ରୀବାହୀ ବସ ବ୍ରେକ କଷି ଦେବାରୁ ଟ୍ରାଭେଲର ଦ୍ବୟ ନିୟନ୍ତ୍ରଣ ହରାଇ ପଛକୁ ପଛ ପିଟି ହୋଇଯାଇଥିଲେ l ପୁଲିସ ଅନ୍ୟ ମିନି ବସ ରିଜର୍ଭ କରି ଯାତ୍ରୀମାନଙ୍କୁ ପୁରୀ ପଠାଇ ଥିଲା l

Narendra Modi: ସର୍ଜିକାଲ୍ ଷ୍ଟ୍ରାଇକ୍ ଆତଙ୍କବାଦ ବିରୋଧରେ ଏକ ସାହସିକ ଉଦାହରଣ: ପ୍ରଧାନମନ୍ତ୍ରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.