ARTICLE AD BOX
ବାରଙ୍ଗ (ରୁଦ୍ର ନାରାୟଣ ଷଡ଼ଙ୍ଗୀ):କଟକଜିଲ୍ଲା ବାରଙ୍ଗା ଥାନା ଗୋଡ଼ିସାହି ଫାଣ୍ଡି ଅଞ୍ଚଳ ରାମଦାଶପୁର ଶିଳ୍ପାଞ୍ଚଳ କେନ୍ଦ୍ରୀୟ ବିଦ୍ୟାଳୟରୁ ବେଣ୍ଟୁଆ ରସ୍ତାରେ ସନ୍ଦେହଜନକ ଭାବେ ଜଳୁଥିବା କାର (ଓଡି- ୦୫ବିଭି - ୯୯୪୫) ଓ ପାଖରେ ପଡ଼ିଥିବା ଏକ ପୋଡ଼ା ମୃତଦେହକୁ ଉଦ୍ଧାର କରିଛି ପୁଲିସ୍।
ସୂଚ଼ନା ପାଇ ବାରଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଣି ପକାଇ ନିଳୁଥିବା ନିଆଁକୁ ଲିଭାଇ ଥିଲା। ହେଲେ ସେତେବେଳକୁ ବେଳକୁ ସବୁ ଜଳି ପାଉଁଶ ହୋଇ ସାରିଥିଲା। ବାରଙ୍ଗ ଥାନା ପୁଲିସ ସାଇଣ୍ଟିଫିକାଲ ଟିମ ସହ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି। କାର ନମ୍ବରରୁ ପୁଲିସ ଜାଣିବାକୁ ପାଇଛି କାରଟି କଟକ କଲ୍ୟାଣ ନାଗରର ଶଙ୍କର ସାହୁଙ୍କ ନାମରେ ଥିବାର। ପରିଚୟ ଜାଣିବା ପାଇଁ ପୁଲିସ ଗାଡି ମାଲିକ ପରିବାରକୁ ସୂଚନା ଦିଇଛି। ସେମାନେ ଆସି ଚିହ୍ନଟ କରିବା ପରେ ପୋଡି ମାରିଥିବା ପ୍ରକୃତ ବ୍ୟକ୍ତି ବ୍ୟକ୍ତି କିଏ ଜଣା ପଡିବ। ଏଥି ସହିତ ମୃତ ବ୍ୟକ୍ତି ପରିଚୟ ଓ ସେ ଏଠାକୁ କିପରି ଆସିଥିଲେ, ତାଙ୍କ ସହିତ ଆଉ କିଏ ଥିଲେ କି ନାହିଁ। ମୃତ୍ୟୁର କାରଣ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା, ଆତ୍ମ ହତ୍ୟା କିମ୍ବା ତାଙ୍କୁ କେହି ମାରିଛି ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ଅଖ ପଖ ଲୋକଙ୍କୁ ପାଚାରି ବୁଝିଛି।
New Born Baby: ଶୌଚ ହେବାକୁ ଯାଉଥିଲେ ଯୁବକ, ନଦୀରେ ନବଜାତ ଶିଶୁର ମୃତଦେହ ଭାସୁଥିବା ଦେଖିଲେ
ସିଆଇଏସଫ୍ ରାସ୍ତାରୁ ଗୋଡ଼ିସାହି ଛକ ରାସ୍ତା ଓ କାର ସହିତ ଶବ ଜଳିଥିବା ରାସ୍ତା ପର୍ଯ୍ୟନ୍ତ ଲାଗିଥିବା ଲୋକଙ୍କ ମାଳମାଳ ସିସିଟିଭି ଦୃଶ୍ୟକୁ ପୁଲିସ୍ ଯାଞ୍ଚ କରୁଛି। ସିସିଟିଭି ଦୃଶ୍ୟରୁ ଲୋକଟିର ଚେହେରା ଦେଖି ଟିହ୍ନଟ କରିବା ସହ କରରେ ଆଉ କିଏ ଥିଲେ କି ନାହିଁ ଯାଣିବାକୁ ଉଦ୍ୟମ ଚଳଇଛି। ସଇଣ୍ଟିପିକାଲ ଦଳ ମୃତ୍ୟୁ କାରଣ ଓ କାର ଜଳିବା ପଛର କାରଣ ଜାଣିବା ପାଇଁ ନମୂନା ସଂଗ୍ରହ କରି ପରୀକ୍ଷା କରିବକୁ ନେଇଛି। ବାରଙ୍ଗ ଥାନାରେ ପୁଲିସ ଅପମୃତ୍ୟୁ ମାମଲା ରୁଜ କରି ତଦନ୍ତ ଜାରି ରଖିଛି। ତଦନ୍ତ ରିପୋଟ ଆସିବା ପରେ ମୃତ ବ୍ୟକ୍ତିର ପରିଚୟ ମିଳିବା ସହିତ ଜଳିବା ପଛର ପ୍ରକୃତ କାରଣ ମଧ୍ୟ ଜଣାପଡ଼ିବ।

37 minutes ago
1


