Online admission: ସର୍ବଭାରତୀୟ ଅନ୍‌ଲାଇନ୍‌ ନାମଲେଖା ପରୀକ୍ଷା ଘୋଷଣା କଲା ଗିତମ୍‌

7 minutes ago 1
ARTICLE AD BOX

ବିଶାଖାପାଟନମ୍‌: ଗିତମ୍‌ ଡିମ୍‌ଡ ବିଶ୍ବବିଦ୍ୟାଳୟ ଏହାର ୩ଟି କ୍ୟାମ୍ପସରେ ୨୦୨୭-୨୮ ଶିକ୍ଷାବର୍ଷ ପାଇଁ ୧୧୧ଟି ୟୁଜି ଓ ପିଜି ପାଠ୍ୟକ୍ରମ ନିମନ୍ତେ ଆଜି ନାମଲେଖା କାର୍ଯ୍ୟକ୍ରମ ଘୋଷଣା କରିଛି। ଇଞ୍ଜିନିୟରିଂଠାରୁ ଆରମ୍ଭ କରି ଫାର୍ମାସି, ଆର୍କିଟେକଚର, ବିଜ୍ଞାନ, ମ୍ୟାନେଜମେଣ୍ଟ, ଆଇନ, ପାରାମେଡିକାଲ ସାଇନ୍ସ, ହ୍ୟୁମାନିଟିଜ ଓ ସୋସିଆଲ ସାଇନ୍‌ସେସ୍‌ ଆଦି କ୍ଷେତ୍ରରେ ନାମ ଲେଖାଇବା ପାଇଁ ସର୍ବଭାରତୀୟ ଅନଲାଇନ୍‌ ଗିତମ୍‌ ନାମଲେଖା ପରୀକ୍ଷା (ଜିଏଟି-୨୦୨୭) ଆଧାରରେ ଛାତ୍ରଛାତ୍ରମାନେ ନାମଲେଖା ସୁଯୋଗ ପାଇବେ। ଦେଶର କେତେକ ନିର୍ଦ୍ଦିଷ୍ଟ ସହରରେ ୨୦୨୭ ମାର୍ଚ୍ଚ ୨୭ରେ ଏହି ପରୀକ୍ଷା ହେବ। ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରାଯାଇ ପାରିବ।

ଆହୁରି ପଢନ୍ତୁ :Odisha Police SI Written Exam ଡିସେମ୍ବର ୨୬ ଓ ୨୭ ରେ ମିଳିତ ପୋଲିସ୍ ସେବା ପରୀକ୍ଷା ୨୦୨୪ (ଏସ୍‌ଆଇ)ର ଲିଖିତ ପରୀକ୍ଷା

 ଏଥିସହିତ ଜେଇଇ, ସିୟୁଇଟି, ସିଏଲ୍‌ଏଟି, ଏଲ୍‌ଏସ୍‌ଏଟି ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକ ନାମଲେଖା ପରୀକ୍ଷା ଭଳି ଜାତୀୟ ଓ ରାଜ୍ୟସ୍ତରୀୟ ପରୀକ୍ଷାରେ ଭଲ ସ୍କୋର ରଖିଥିବା ଛାତ୍ରଛାତ୍ରୀମାନେ ସିଧାସଳଖ ଆବେଦନ କରିପାରିବେ। ସେହିଭଳି ଏମ୍‌ବିଏ ନାମଲେଖା ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ଗିତମ ବିଜନେସ୍‌ ଆପ୍ଟିଚ୍ୟୁଟ ଟେଷ୍ଟ (ଜିବିଏଟି) କରୁଛି।

ଆହୁରି ପଢନ୍ତୁ :Budget 2027-28: ପ୍ରଥମ ଥର ପ୍ରାକ୍‌ ବ‌ଜେଟ୍‌ ଆଲୋଚନାରେ ଭାଗନେଲେ ଜେନ୍‌-ଜି

କିନ୍ତୁ ବୈଧ ସିଏଟି ସ୍କୋର ରଖିଥିବା ଛାତ୍ରଛାତ୍ରୀମାନେ ସିଧାସଳଖ ଆବେଦନ ପାଇଁ ଯୋଗ୍ୟ। ଏଥିସହିତ ହାଇଦ୍ରାବାଦ କ୍ୟାମ୍ପସରେ ୪ ବର୍ଷିଆ ସମନ୍ବିତ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ (ଆଇଟିଇପି) ବିଏ ବିଏଡ୍‌, ବିଏସ୍‌ସି ବିଏଡ୍‌‌ରେ ନାମ ଲେଖାଇବା ପାଇଁ ଏନ୍‌ଟିଏ ଦ୍ବାରା ହେଉଥିବା ନ୍ୟାସନାଲ୍‌ କମନ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ସିଇଟି)ରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ବୃତ୍ତି ସୁବିଧା ରହିଛି ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏଥିରେ ବିଶ୍ବବିଦ୍ୟାଳୟର ପ୍ରୋ ଭିସି ପ୍ର. ୱାଇ. ଗୌତମ ରାଓ, ଜିମ୍‌ସାର ପ୍ରୋ ଭିସି ଡ. ବି ଗୀତାଞ୍ଜଳି, କୁଳପତି ପ୍ର. ଡି. ଗୁଣଶେଖରନ, ନାମଲେଖା ନିର୍ଦ୍ଦେଶକ ଏମ୍‌. ଜଗଦୀଶଙ୍କ ସମେତ ଡିନ୍‌, ନିର୍ଦ୍ଦେଶକ ଓ ପ୍ରିନ୍ସିପାଲ ପ୍ରମୁଖ ଯୋଗ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.