ARTICLE AD BOX
ବଡ଼ବିଲ: ଗତକାଲି ଲଘୁଚାପ ଜନିତ ଲଗାଣ ବର୍ଷାରେ ବଡ଼ବିଲ ଅଞ୍ଚଳର ନଦୀ ଓ ନାଳରେ କୂଳ ଲଙ୍ଘି ଜଳ ପ୍ରବାହିତ ହୋଇଥିଲା। ସଂଧ୍ୟା ପ୍ରାୟ ୬ ଘଟିକା ସମୟରେ ରାଇକା ଗ୍ରାମର ସୁକୁମାର ମୁଣ୍ଡା(୪୦) ଘରୁ ବାହାରି ଯାଇଥିଲେ। ବିଳମ୍ବିତ ରାତି ଯାଏ ସେ ଘରକୁ ନଫେରିବାରୁ, ପରିବାର ଲୋକେ ବହୁତ୍ ଖୋଜାଖୋଜି କରିଥିଲେ ହେଁ ସୁକୁମାରଙ୍କର କୌଣସି ଖୋଜଖବର ପାଇପାରିନଥିଲେ। ଠିକ୍ ସେହିପରି ଠାକୁରାଣୀ ବୁରୁହଟିଂ ଅଞ୍ଚଳର ଜିତେନ ସାମନ୍ତ(୪୨) ତାଙ୍କ ଘରକୁ ଫେରିବା ସମୟରେ ଠାକୁରାଣୀ ନାଳରେ ଭାସି ଯାଇଥିଲେ।
ଦୁଇଟି ପୃଥକ୍ ପୃଥକ୍ ଅପମୃତ୍ୟୁ ମାମଲା ରୁଜ୍ଜୁ
ଆଜି ସ୍ଥାନୀୟ ଲୋକେ ମୃତଦେହ ପଡ଼ିଥିବା ନେଇ ପୁଲିସକୁ ଖବର ଦେବାପରେ ଅଗ୍ନିଶମ ବିଭାଗଓ ପୁଲିସ ଟିମ୍ ରାଇକା ନାଳରୁ ଶ୍ରୀମତୀ ମୁଣ୍ଡା ଓ ଠାକୁରାଣୀ ନାଳରୁ ଜିତେନଙ୍କର ମୃତ ଦେହକୁ ଉଦ୍ଧାର କରିଥିଲେ। ଏନେଇ ବଡ଼ବିଲ ଥାନାରେ ଦୁଇଟି ପୃଥକ୍ ପୃଥକ୍ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବାବେଳେ, ଆଜି ଉଭୟଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାଯାଇଛି।

1 month ago
14


