ARTICLE AD BOX
ଫୁଲବାଣୀ (ରଞ୍ଜନ ପ୍ରଧାନ ଓ ବସନ୍ତ ବେହେରା): ‘ପାହାଡ଼ ଉପରେ ୭୦ ଏକର ଜମି ଆମର ଭାତହାଣ୍ଡି ଥିଲା। ହଳଦୀ, ସୋରିଷ, ରାଶି, କାଙ୍ଗୁ, କୁଇରି, କାନ୍ଦୁଲ, ମକା, ମାଣ୍ଡିଆ ଆଦି ଚାଷ କରି ପରିବାରର ପେଟ ପୋଷୁଥିଲୁ। ଯେଉଁ ପାହାଡ଼ ଆମକୁ ବଞ୍ଚିବା ଶିଖାଇଥିଲା, ସିଏ ହିଁ ଆମଠୁ ସବୁ ଛଡ଼ାଇନେଲା। ପ୍ରକୃତିର ଏମିତି କୋପ କେବେ ବି ଆଖିରେ ଦେଖି ନଥିଲୁ। ୨୮ ତାରିଖ ରାତି ଆମ ପାଇଁ ଯେମିତି କାଳରାତ୍ରି ଥିଲା। ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବାଦଲଫଟା ବର୍ଷା ଓ ଭୟଙ୍କର ଭୂସ୍ଖଳନ ନିମିଷକରେ ଆମର ବାସ ଓ ଜୀବନଜୀବିକାକୁ ଉଜାଡ଼ି ଦେଲା। ତିନି ଜୀବନ ବି ଚାଲିଗଲା। ଏବେ ଗାଁର ଆଉ ଚିହ୍ନବର୍ଣ୍ଣ ନାହିଁ। ବାଲି, ପଙ୍କ, କାଦୁଅ ଓ ପଥରଗରଡ଼ା ସବୁ କିଛି ଚାପି ହୋଇ ରହିଯାଇଥିବା ବେଳେ ଗାଁ ବି ମାନଚିତ୍ରରୁ ହଜିଯାଇଛି। ୧୫ ପରିବାର ଅସ୍ଥାୟୀ ରିଲିଫ୍ କ୍ୟାମ୍ପରେ ଦିନ କାଟୁଛନ୍ତି। ପ୍ରଶାସନ ଆମକୁ ଅନ୍ୟ ଜାଗାରେ ଘର ତିଆରି କରି ଯୋଗାଇ ଦେବା ପର୍ଯ୍ୟନ୍ତ ଏଠାରେ ରହିବୁ। କିନ୍ତୁ ଘର ସହ ଆମକୁ ଦୁଇ ଏକର ଚାଷଜମି ବି ସରକାର ଯୋଗାଇ ଦିଅନ୍ତୁ।’ ଏଭଳି କୋହଭରା ନିବେଦନ କରିଛନ୍ତି ଭୂସ୍ଖଳନରେ ନିଶ୍ଚିହ୍ନ ହୋଇ ଯାଇଥିବା କନ୍ଧମାଳଜିଲ୍ଲା ରାଇକିଆ ବ୍ଲକ୍ ଅଧୀନ ଡାଙ୍ଗେସି ଗ୍ରାମବାସୀ। ଗାଁର ୧୫ ପରିବାର ଏବେ ରାଇକିଆ ବ୍ଲକ ମାଣିକେଶ୍ବରସ୍ଥିତ ଯୋଗେଶ୍ବର ଉଚ୍ଚବିଦ୍ୟାଳୟରେ ରହୁଛନ୍ତି। ସେମାନେ ଆଉ ନିଜ ଗାଁ ଡାଙ୍ଗେସିକୁ ଫେରିବେ ନାହିଁ ବୋଲି କହିଛନ୍ତି।
Education: ଓଡ଼ିଶା ସ୍କିଲ୍ସ ୨୦୨୬–୨୭: ନଭେମ୍ବର ୨୮ରୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା
‘ଯେଉଁ ପାହାଡ଼ ବଞ୍ଚିବା ଶିଖାଇଥିଲା, ସିଏ ହିଁ ସବୁ ଛଡ଼ାଇନେଲା’
ସରକାର ଘର ସହ ଚାଷଜମି ବି ଦିଅନ୍ତୁ
ପାଳିରେ ଆସି ସାନପୁଅ ଘରେ ଥିବାରୁ ବଞ୍ଚିଗଲି: ବାଲିଙ୍ଗା
ଭୂସ୍ଖଳନରେ ଗାଁର ୧୫ ପରିବାରର ବାସ ସହ ଚାଷ ସଂପୂର୍ଣ୍ଣ ଭାବେ ଉଜୁଡ଼ିଯାଇଛି। ଏହି କ୍ଷତି ଭରଣା କରିବା ସହଜ ହେବନି। ଏଣୁ ସରକାର ଘର ଯୋଗାଇ ଦେବା ସହ ଆମ ଜୀବିକା ଫେରାଇ ଆଣିବାରେ ସହାୟତା କରନ୍ତୁ ବୋଲି ରାମାନନ୍ଦ ପ୍ରଧାନ କହିଛନ୍ତି। ଭୂସ୍ଖଳନ ଫଳରେ ସବୁତକ ହଳଦୀ ଓ ଅନ୍ୟ ଫସଲ ପୋତି ହୋଇଯାଇଥିବା ମଞ୍ଜୁଳା ପ୍ରଧାନ ଓ ଭଜମନ ପ୍ରଧାନ କହିଛନ୍ତି। ସରକାରୀ ସହାୟତା ପ୍ରଦାନ ପ୍ରକ୍ରିୟାକୁ ସରକାର ଓ ଜିଲ୍ଲା ପ୍ରଶାସନ ତ୍ବରାନ୍ବିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏବେ ସରକାର ସେମାନଙ୍କୁ ଯେଉଁଠି ରଖିଲେ ବି ଗାଁର ପାହାଡ଼ ଏବଂ ପାହାଡ଼ ତଳେ ବହିଯାଉଥିବା ଝରଣାକୁ ଭୁଲିପାରିବୁନି ବୋଲି ଗାଁର ସବୁଠୁ ବୟସ୍କ ନାଗରିକ ବାଲିଙ୍ଗା ପ୍ରଧାନ କହିଛନ୍ତି। ଭୂସ୍ଖଳନ ପରେ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିବା ବାଲିଙ୍ଗା ପ୍ରଧାନ କହିଛନ୍ତି, ତାଙ୍କ ବଡ଼ପୁଅ ଅଚ୍ୟୁତ ପ୍ରଧାନ, ବୋହୂ ମାନସୀ ଓ ୯ ମାସର ନାତି ପ୍ରତ୍ୟୁଷ ମାଟି ତଳେ ପୋତି ହୋଇ ପ୍ରାଣ ହରାଇଥିଲେ। କିନ୍ତୁ ସେ ଓ ତାଙ୍କର ୪ ବର୍ଷର ନାତୁଣୀ ଝାନ୍ସୀ ସୌଭାଗ୍ୟବଶତଃ ବର୍ତ୍ତିଯାଇଥିଲେ। ଆଉ ତାହା ବିଧିର ବିଧାନ ଥିଲା। କାରଣ ବାଲିଙ୍ଗା ତାଙ୍କର ଦୁଇପୁଅଙ୍କ ପାଖରେ ବର୍ଷରେ ୬ ମାସ ଲେଖାଏଁ ପାଳି କରି ରହୁଥିଲେ। ଯେଉଁଦିନ ଭୂସ୍ଖଳନ ଘଟିଥିଲା, ଏହାର ପୂର୍ବଦିନ ସେ ବଡ଼ପୁଅ ଅଚ୍ୟୁତଙ୍କ ଘରୁ ଆସି ସାନପୁଅ ବିଶ୍ବାମିତ୍ରଙ୍କ ପାଖରେ ଥିଲେ। ଅଚ୍ୟୁତଙ୍କ ପୂରା ପରିବାର ନିଶ୍ଚିହ୍ନ ହୋଇଯାଇଥିବା ବେଳେ ନାତୁଣୀ ଝାନ୍ସୀର ଲାଳନପାଳନ ନେଇ ବାଲିଙ୍ଗା ଚିନ୍ତା ପ୍ରକଟ କରିଛନ୍ତି।
Crime: ଡକାୟତଙ୍କ ଟାର୍ଗେଟ୍ରେ ଭଦ୍ରକ ସହର! ଅନ୍ଧାରରେ ଚାଲିଥିଲା ଲୁଟ୍ର ମସୁଧା, ୭ ଗିରଫ
ସେଦିନର ଭୟଙ୍କର ଅନୁଭୂତିକୁ ବଖାଣି ମମିତା ପ୍ରଧାନ କହିଛନ୍ତି, ପ୍ରବଳ ବର୍ଷା ବେଳେ ବାଡ଼ି ପଛପଟୁ ପାହାଡ଼ ଅତଡ଼ା ଖସିବାର ପ୍ରଚଣ୍ଡ ଶବ୍ଦ ଶୁଣାଗଲା। ଘରୁ ବାହାରକୁ ଆସିବା ଭିତରେ ତାଙ୍କ ଘର ପାହାଡ଼ରୁ ଖସୁଥିବା ମାଟିଅତଡ଼ା ତଳେ ଚାପି ହୋଇଗଲା। ରାତିସାରା ଅନ୍ୟ ଏକ ପାହାଡ଼ ଉପରେ ବର୍ଷାରେ ଭିଜି ରହିଥିବା ବେଳେ ସକାଳେ ଇନ୍ଦ୍ରଗଡ଼ ପଞ୍ଚାୟତର ଦୁବା ଗ୍ରାମ ଏବଂ ସେଠାରୁ ଶିକାବାଡ଼ି ପଳାଇଥିଲେ। ପ୍ରଶାସନ ପରେ ସେମାନଙ୍କୁ ଉଦ୍ଧାର କରିଥିବା ମମିତା କହିଛନ୍ତି।

3 hours ago
1


