ARTICLE AD BOX
ଭୁବନେଶ୍ୱର/ବ୍ରହ୍ମପୁର: ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ ବ୍ରହ୍ମପୁରର ଜୀବନ ନାଟିକା କୁହାଯାଉଥିବା ଜାନିଭିଲି ପ୍ରକଳ୍ପର ବାମପାର୍ଶ୍ବ ଆବଟମେଣ୍ଟ୍ ଏବଂ ଉପର ଓ ତଳ ପାର୍ଶ୍ବ ଆପ୍ରନ୍ କ୍ଷତିଗ୍ରସ୍ତ ହୋଇଛି। ଏହି କ୍ଷତି ବ୍ରହ୍ମପୁର ସହରର ଜଳଯୋଗାଣରେ ସମସ୍ୟା ସୃଷ୍ଟି କରିବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ଓଡ଼ିଶା ନିର୍ମାଣ ନିଗମ (ଓସିସିଏଲ୍)କୁ ଦାୟିତ୍ବ ଦିଆଯାଇଛି।
WATCO: ରାଜ୍ୟର ସମସ୍ତ ୨୯ ସହରାଞ୍ଚଳରେ ୧୦୦% ଜଳ ଯୋଗାଣ ସୁନିଶ୍ଚିତ
ୱାଟ୍କୋ ପରିଚାଳିତ ଜାନିଭିଲି ଜଳ ଯୋଗାଣ ବ୍ୟବସ୍ଥା ଦୈନିକ ପ୍ରାୟ ୯୦ ନିୟୁତ ଲିଟର ଜଳ ଯୋଗାଇ ପ୍ରାୟ ୭୦ ହଜାର ପରିବାରର ୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଉପକୃତ କରୁଛି। ଏହାବ୍ୟତୀତ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଭାରତୀୟ ରେଳବାଇ ଭଳି ପ୍ରମୁଖ ଅନୁଷ୍ଠାନର ଜଳ ଆବଶ୍ୟକତା ମଧ୍ୟ ଏହି ବ୍ୟବସ୍ଥା ପୂରଣ କରୁଛି।
WATCO: ବଦଳିବ ପୁରୁଣା ପାଇପ୍: ଖର୍ଚ୍ଚ ହେବ ୫କୋଟି ୬୦ ଲକ୍ଷ, ଲିକ୍ ହେଲେ ଦବିଯାଉଛି ରାସ୍ତା
ବନ୍ୟା ପରବର୍ତ୍ତୀ ସ୍ଥିତିରେ ଜାନିଭିଲି ଆନିକଟ୍ର ପୁନରୁଦ୍ଧାର ପାଇଁ ବିଭାଗ ପକ୍ଷରୁ ତ୍ୱରିତ ଓ ସମନ୍ୱିତ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିରେ ବାମ ପାର୍ଶ୍ୱର ଆବଟମେଣ୍ଟ୍ ସହ ଉପର ଓ ତଳ ପାର୍ଶ୍ୱର ଆପ୍ରନ୍ କ୍ଷତିଗ୍ରସ୍ତ ହୋଇଛି। ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବିଭାଗ ତୁରନ୍ତ ପୁନରୁଦ୍ଧାର ପଦକ୍ଷେପ ଗ୍ରହଣ କରିବା ସହ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି।
Heavy rain: ଛତ୍ରପୁର ଜରୁରୀକାଳୀନ କାର୍ଯ୍ୟାଳୟରେ ପହଞ୍ଚି ସ୍ଥିତି ସମୀକ୍ଷା କଲେ ବ୍ରହ୍ମପୁର ଆର୍ଡିସି
ତତ୍କାଳୀନ ପଦକ୍ଷେପ ସ୍ୱରୂପ ନଦୀ ଜଳକୁ ବ୍ରହ୍ମପୁର ସହରର ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସହାୟତା କରୁଥିବା ୱାଟ୍କୋ (WATCO) କଫରଡ୍ୟାମ୍ ଆଡ଼କୁ ପ୍ରବାହିତ କରିବା ନିମନ୍ତେ ଆନିକଟ୍ର ଉପର ପାର୍ଶ୍ୱରେ ପଥର ପ୍ୟାକିଂ କାର୍ଯ୍ୟ କରାଯାଉଛି। ଏଥିସହିତ, କ୍ଷତିଗ୍ରସ୍ତ ବାମ ପାର୍ଶ୍ୱ ଆବଟମେଣ୍ଟ୍ ଏବଂ ଉପର ଓ ତଳ ପାର୍ଶ୍ୱର ଆପ୍ରନ୍ର ପୁନଃନିର୍ମାଣ ପାଇଁ ଆବଶ୍ୟକ ପ୍ରସ୍ତୁତିମୂଳକ କାର୍ଯ୍ୟ ମଧ୍ୟ ଜାରି ରହିଛି ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିବୃତିରେ ସୂଚନା ଦିଆଯାଇଛି।

3 hours ago
2


