Cyclone: ବଙ୍ଗୋପସାଗରରେ ନଭେମ୍ବର ୧୩ରେ ଲଘୁଚାପ ସମ୍ଭାବନା ‘ଅର୍ଣ୍ଣବ’ ଓ ‘ମୁରାସୁ’ ପରେ ତୃତୀୟ ବାତ୍ୟା ଆଶଙ୍କା

1 day ago 2
ARTICLE AD BOX

ଚେନ୍ନାଇ: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ନଭେମ୍ବର ୧୩ ତାରିଖ ଆସନ୍ତା ଶୁକ୍ରବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ସୁସ୍ପଷ୍ଟ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ କରିଛି।

ଚଳିତ ଋତୁରେ ପୂର୍ବରୁ ଦୁଇଟି ଶକ୍ତିଶାଳୀ ବାତ୍ୟା ‘ମୁରାସୁ’ ଓ ‘ଅର୍ଣ୍ଣବ’ ସୃଷ୍ଟି ହୋଇଥିବା ବେଳେ ପୁଣି ଏକ ଲଘୁଚାପ ସମ୍ଭାବନା ପାଣିପାଗ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇଛି। ତେବେ ନୂଆ ଲଘୁଚାପଟି ବାତ୍ୟାର ରୂପ ନେବ କି ନାହିଁ, ତାହା ଏବେ ସ୍ପଷ୍ଟ ହୋଇନାହିଁ। ସ୍କାଏମେଟ୍‌ ପାଣିପାଗ ବିଶେଷଜ୍ଞ ମହେଶ ପଲାୱତଙ୍କ କହିବା ଅନୁଯାୟୀ, ବିଭିନ୍ନ ପାଣିପାଗ ମଡେଲ ଏହାର ଗତିପଥ ନେଇ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। କେତେକ ମଡେଲ ଏହା ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରିବ ବୋଲି ସୂଚାଉଥିବା ବେଳେ ଅନ୍ୟ କେତେକ ମ୍ୟାଁମାର ଆଡ଼କୁ ମୁହାଁଇବା ସମ୍ଭାବନା ଦର୍ଶାଉଛନ୍ତି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହାର ଗତିପଥ ସମ୍ପର୍କରେ ଅଧିକ ସ୍ପଷ୍ଟ ଜଣାପଡ଼ିବ।

ପ୍ରବଳ ବର୍ଷା ସହ ବଜ୍ରପାତ ଆଶଙ୍କା
ବର୍ତ୍ତମାନ ଅଧିକାଂଶ ପାଣିପାଗ ମଡେଲ ଉତ୍ତର ତାମିଲନାଡୁ ପାଇଁ ବଡ଼ ବିପଦର ସଙ୍କେତ ଦେଉନାହାନ୍ତି। ଅନ୍ୟପକ୍ଷରେ ରାମନାଥପୁରମ, ଥୁଥୁକୁଡ଼ି ଓ ତିରୁନେଲଭେଲି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ଓ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି। ନଭେମ୍ବର ୧୪ରୁ ଚେନ୍ନାଇ ସମେତ ତାମିଲନାଡୁର ଉପକୂଳ ଓ ଉତ୍ତର ଜିଲ୍ଲାଗୁଡ଼ିକରେ ପୁଣି ବର୍ଷା ହୋଇପାରେ। ୧୫ ତାରିଖରେ କାବେରୀ ଡେଲ୍‌ଟା ଅଞ୍ଚଳ ଓ ୧୬ ତାରିଖରେ ନୀଳଗିରି ଓ କୋଏମ୍ବାଟୁର ଜିଲ୍ଲାରେ ପ୍ରବଳ ବର୍ଷା ଆକଳନ କରାଯାଇଛି। ଏହି ସମୟରେ ସମୁଦ୍ରକୁ ଯାଇଥିବା ଚେନ୍ନାଇର ଯାନ୍ତ୍ରିକ ଓ ମୋଟରଚାଳିତ ମାଛଧରା ଡଙ୍ଗାଗୁଡ଼ିକୁ ନଭେମ୍ବର ୧୨ ସୁଦ୍ଧା କୂଳକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି।

McKinsey: ବ୍ୟାଙ୍କିଂ କ୍ଷେତ୍ରରେ ଏଆଇର ପ୍ରଭାବ, ୭୦% କାମ ହେବ ସ୍ୱୟଂଚାଳିତ!

Read Entire Article
LEFT SIDEBAR AD

Hidden in mobile, Best for skyscrapers.