Cyclone Assistance: ଗଞ୍ଜାମ, ଗଜପତି, କନ୍ଧମାଳ ଜିଲ୍ଲାର ସବୁ ପ୍ରଭାବିତଙ୍କୁ ମିଳିବ ବାତ୍ୟା ସହାୟତା‌

1 hour ago 2
ARTICLE AD BOX

ଭୁବନେଶ୍ବର: ବାତ୍ୟା ଅର୍ଣ୍ଣବ ଦ୍ବାରା ପ୍ରଭାବିତ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକର ପ୍ରଭାବିତ ପରିବାରକୁ ମିଳିବ ଜରୁରିକାଳୀନ ରିଲିଫ ସହାୟତା। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷିତ ସ୍ବତନ୍ତ୍ର ପ୍ୟାକେଜ୍ ଅନୁଯାୟୀ, ପ୍ରତ୍ୟେକ ପ୍ରଭାବିତ ପରିବାରଙ୍କୁ ୫୦କେଜି ଲେଖାଏଁ ଚା‌ଉଳ ଏବଂ ୨୫୦୦ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏନେଇ ଜିଲ୍ଲାପାଳମାନେ ତୁରନ୍ତ ପଦକ୍ଷେପ ନେବା ସହ ବ୍ଲକ ଅନୁଯାୟୀ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବାକୁ ସ୍ବତନ୍ତ୍ର ରିଲିଫ କମିସନର ରାଜେଶ ପ୍ରଭାକର ପାଟିଲ ଆଜି ଗଞ୍ଜା‌ମ, ଗଜପତି ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି।

Re Sustainability: ବର୍ଜ୍ୟବସ୍ତୁ ପରିଚାଳନାରେ ବ୍ୟାପକ ଅନିୟମିତତା; ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କାର୍ଯ୍ୟାନୁଷ୍ଠାନ

ସମସ୍ତ ବ୍ଲକରେ ପ୍ରଭାବିତ ପରିବାରକୁ ମିଳିବ ୨୫୦୦ଟଙ୍କା, ୫୦କେଜି ଚାଉଳ

ଏସ୍‌ଆର୍‌ସି ତାଙ୍କ ଚିଠିରେ ଜିଲ୍ଲାପାଳମାନଙ୍କୁ କହିଛନ୍ତି ଯେ ୨,୫୦୦ ଟଙ୍କାର ଆର୍ଥିକ ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ପଠାଯିବ ଏବଂ ବ୍ୟାଙ୍କ ସେବା ବାଧାପ୍ରାପ୍ତ ଥିବା ସ୍ଥାନରେ ସ୍ୱତନ୍ତ୍ର ବିକଳ୍ପ ବ୍ୟବସ୍ଥାରେ ଆର୍ଥିକ ରାଶି ବଣ୍ଟାଯିବ। ସେହିପରି ପ୍ରତି ପରିବାର ନିକଟରେ ଯେପରି ୫୦କେଜି ଚାଉଳ ସୁବିଧାରେ ପହଞ୍ଚିବ ସେଥିପାଇଁ ଜିଲ୍ଲା ଯୋଗାଣ ଅଧିକାରୀ, ଓଡ଼ିଶା ଯୋଗାଣ ନିଗମ ସହ ଯୋଗାଯୋଗ କରି ଚାଉଳ ଉଠାଇବାକୁ କୁହାଯାଇଛି। 

Education: ସ୍କୁଲକୁ ପିଲା ଆସିଲେ କିନ୍ତୁ ଛାଡିନି ବନ୍ୟାର ଚିହ୍ନ, ଖରାରେ ଶୁଖୁଛି ବହି ଓ ଖାତା

ଏହାସହ ପ୍ରତିଦିନ କେଉଁ ବ୍ଲକର କେତେଜଣ ହିତାଧିକାରୀଙ୍କୁ ୨୫୦୦ଟଙ୍କା ଓ ୫୦କେଜି ଚାଉଳ ପ୍ରଦାନ କରାଗଲା ତାହାର ତାଲିକା ପ୍ରତିଦିନ ଅପରାହ୍ଣ ୫ଟା ସୁଦ୍ଧା ରାଜ୍ୟ ଜରୁରିକାଳୀନ ପରିଚାଳନା କେନ୍ଦ୍ରକୁ ପଠାଇବାକୁ କୁହାଯାଇଛି। ଅପରପକ୍ଷେ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ପ୍ରଭାବିତ ପରିବାର ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିବାବେଳେ ଏଥିରେ ଗଞ୍ଜାମ ଜିଲ୍ଲାର ୪,୨୯,୭୮୨ଟି ପରିବାର ଏବଂ କୋରାପୁଟ ଜିଲ୍ଲାର ୧୦୫୧ଟି ପରିବାରକୁ ଚିହ୍ନଟ କରାଯାଇଥିଲା। ଏବେ ଏହା ଆଉ ଦୁଇଟି ଜିଲ୍ଲା ସମେତ ତିନିଟି ଜିଲ୍ଲାର ସମସ୍ତ ବ୍ଲକ୍‌କୁ ସଂପ୍ରସାରିତ ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.