Cyclone Arnab Preparedness ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା, ୮୩ ସେଟ୍ ଜରୁରୀକାଳୀନ ଟାୱାର ଓ ୧୧୧୫ କିମି କଣ୍ଡକ୍ଟର ମହଜୁଦ

59 minutes ago 2
ARTICLE AD BOX

ଭୁବନେଶ୍ୱର:  ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଶକ୍ତି ବିଭାଗର ବିପର୍ଯ୍ୟୟ ପ୍ରଶମନ ଓ କାର୍ଯ୍ୟକ୍ଷମ ପ୍ରସ୍ତୁତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତା କରିଥିଲେ। 

Cyclone preparedness: ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ମୁକାବିଲା ସମୀକ୍ଷା: ଶୂନ ମୃତାହତ ଲକ୍ଷ୍ୟ, ୨୮ ଓ ୨୯ ତାରିଖରେ ୫ ଜିଲ୍ଲାରେ ସ୍କୁଲ, କଲେଜ, ଅଙ୍ଗନବାଡ଼ି ଛୁଟି
ବୈଠକରୁ ମିଳିଥିବା ତଥ୍ୟାନୁସାରେ, ବାତ୍ୟା ସମୟରେ ପ୍ରତ୍ୟକ୍ଷ ଭାବେ ପରିଚାଳନା ପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କୋରାପୁଟଠାରେ ଉପସ୍ଥିତ ରହି ବାତ୍ୟାର ପ୍ରଭାବ ଉପରେ ନଜର ରଖିବେ ଏବଂ ଦକ୍ଷିଣ ଓଡ଼ିଶାରେ ଜରୁରୀକାଳୀନ କାର୍ଯ୍ୟର ନେତୃତ୍ୱ ନେବେ। ଏହା ବ୍ୟତୀତ ଆଜିଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଜରୁରୀକାଳୀନ ସମୟକୁ ଗୁରୁତ୍ୱ ଦେଇ ବିଦ୍ୟୁତ୍ ଗ୍ରିଡ୍‌ର ସୁରକ୍ଷା, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। 

Cyclone: ବାତ୍ୟା ଅର୍ଣ୍ଣବକୁ ନେଇ ରାୟଗଡ଼ା ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି:  ସ୍ଥାନାନ୍ତର ହେଲେ ୬୦ଗର୍ଭବତୀ, ପହଞ୍ଚିଲା ଏନ ଡି ଆର ଏଫ ଟିମ୍
ବିଦ୍ୟୁତ୍ ସେବା ଅବ୍ୟାହତ ରଖିବା ଓ ତୁରନ୍ତ ପୁନରୁଦ୍ଧାର ପାଇଁ ଓପିଟିସିଏଲ ପକ୍ଷରୁ ଏକ ବହୁସ୍ତରୀୟ କମାଣ୍ଡ ନେଟୱାର୍କ ସ୍ଥାପନ କରାଯାଇଛି। ଯେଉଁଥିରେ ଏସଟିଏଏମସି ଚନ୍ଦକାଠାରେ ୨୪x୭ ଜରୁରୀକାଳୀନ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ, ନରେନ୍ଦ୍ରପୁରଠାରେ ଜୋନାଲ୍‌ କଣ୍ଟ୍ରୋଲ ରୁମ୍ ଏବଂ ନରେନ୍ଦ୍ରପୁର, ଛତ୍ରପୁର, ଭଞ୍ଜନଗର, ଜୟନଗର, ମାଲକାନଗିରି, ଥେରୁବାଲି, କେସିଙ୍ଗା, ସମଙ୍ଗରା, ପାରାଦୀପ, ଭଦ୍ରକ ଓ ବାଲେଶ୍ୱର ଭଳି ୧୧ଟି ସଂବେଦନଶୀଳ ସ୍ଥାନରେ ଫିଲ୍ଡ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି। ସମସ୍ତ କମାଣ୍ଡ ୟୁନିଟ୍‌ରେ ଜରୁରୀକାଳୀନ କାମ, ଯୋଗାଯୋଗ ବ୍ୟବସ୍ଥା, ବ୍ୟାକଅପ୍ ଡିଜେଲ ଜେନେରେଟର ଏବଂ ଡିସି ପାୱାର ସିଷ୍ଟମ୍ ପ୍ରସ୍ତୁତ ରଖାଯିବା ସହ ୮୩ ସେଟ୍ (୧୩୨ କେଭି, ୨୨୦ କେଭି ଓ ୪୦୦ କେଭି) ଜରୁରୀକାଳୀନ ଟାୱାର, ୧,୧୧୫ କିଲୋମିଟର ଦୀର୍ଘ କଣ୍ଡକ୍ଟର ଏବଂ ୯,୧୫୭ଟି ହାର୍ଡୱେର୍ ଫିଟିଂ ସେଟ୍ ବିଭିନ୍ନ ଡିପୋରେ ଆଗୁଆ ମହଜୁଦ ରଖାଯାଇଛି। 

Arnab Preparedness in Malkangiri ମାଲକାନଗିରିରେ ବାତ୍ୟା ଅର୍ଣ୍ଣବର ମୁକାବିଲା: ମୋଟୁ,କାଲିମେଳା ଓ ପଡିଆ ଅଂଚଳରେ ପ୍ରଶାସନର ସ୍ବତନ୍ତ୍ର ନଜର
ଗ୍ରାହକମାନଙ୍କୁ ବିଦ୍ୟୁତ୍ ସେବା ସ୍ୱାଭାବିକ ହେବାର ଆକଳନ ସମୟ ସମ୍ପର୍କରେ ସ୍ୱୟଂଚାଳିତ ଏସଏମଏସ ମାଧ୍ୟମରେ ଜଣାଯିବ। ଟିପିସିଓଡ଼ିଏଲ ପାଇଁ ବ୍ରହ୍ମପୁର, ଆମ୍ବଗଡ଼ଠାରେ କେନ୍ଦ୍ରୀୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଥିବା ବେଳେ, ଗ୍ରାହକମାନେ ୯୧୨୪୨୯୩୩୧୪ କିମ୍ବା ଟୋଲ୍ ଫ୍ରି ନମ୍ବର୧୯୧୨/୧୮୦୦୨୦୨୬ ରେ ସମସ୍ୟା ନେଇ ସମ୍ପର୍କ କରିପାରିବେ। ଏହି ସମୀକ୍ଷା ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ଓପିଟିସିଏଲ, ଟାଟା ପାୱାର ଏବଂ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.