ARTICLE AD BOX
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ କ୍ଷୟକ୍ଷତିର ପ୍ରାଥମିକ ଆକଳନ ରିପୋର୍ଟ ତ୍ୱରିତ ପ୍ରସ୍ତୁତ କରି ଦାଖଲ କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ( DUDA ) ଟିମ୍ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି । ସେହିଭଳି ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ନିମନ୍ତେ ବ୍ରହ୍ମପୁର ମହାନଗର ନିଗମରେ ଆଉ ୫ ଜଣ ଯନ୍ତ୍ରୀଙ୍କୁ ନିୟୋଜିତ କରାଯାଇଛି।
Heavy rain: ଛତ୍ରପୁର ଜରୁରୀକାଳୀନ କାର୍ଯ୍ୟାଳୟରେ ପହଞ୍ଚି ସ୍ଥିତି ସମୀକ୍ଷା କଲେ ବ୍ରହ୍ମପୁର ଆର୍ଡିସି
ନଗର ଉନ୍ନୟନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, କ୍ଷତିଗ୍ରସ୍ତ ୬ ଜିଲ୍ଲାଗୁଡ଼ିକର କ୍ଷୟକ୍ଷତି ଆକଳନକୁ ସର୍ବାଧିକ ପ୍ରାଥମିକତା ଦେଇ ରିପୋର୍ଟଗୁଡ଼ିକ ଯଥାଶୀଘ୍ର ଦାଖଲ କରିବାକୁ କୁହାଯାଇଛି। ଏହାକୁ ସଂକଳନ କରି ପରବର୍ତ୍ତୀ ଆବଶ୍ୟକୀୟ ପଦକ୍ଷେପ ନିମନ୍ତେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟକୁ ପଠାଯିବ ।
Situation in Ganjam Improving: ଗଞ୍ଜାମ ସ୍ଥିତି ସୁଧୁରୁଛି: ୭୨ ଘଣ୍ଟାରେ ବଦଳିଲା ଚିତ୍ର, ୩ ଗାଁରେ ସୀମିତ ଜଳବନ୍ଦି ସମସ୍ୟା
ସେହିଭଳି, ବ୍ରହ୍ମପୁରରେ ପୂର୍ବରୁ ଚାଲିଥିବା ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ଅଧିକ ବୈଷୟିକ ସହାୟତା ଯୋଗାଇଦେବା ସହ ତୃଣମୂଳ ସ୍ତରରେ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ନିମନ୍ତେ ଅନ୍ୟ ପୌରାଞ୍ଚଳଗୁଡ଼ିକରୁ ଅତିରିକ୍ତ ୫ ଜଣ ଯନ୍ତ୍ରୀଙ୍କୁ ବ୍ରହ୍ମପୁର ମହାନଗର ନିଗମରେ ନିୟୋଜିତ କରାଯାଇଛି। ଏହି ଯନ୍ତ୍ରୀମାନଙ୍କ ସେବା ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କ ଅଧୀନରେ ନ୍ୟସ୍ତ କରାଯାଇଛି। ସେମାନେ ୧ ନଭେମ୍ବର ୨୦୨୬ ଅପରାହ୍ନଠାରୁ ନିଜ ନିଜର ବର୍ତ୍ତମାନର ଦାୟିତ୍ୱରୁ କେନ୍ଦ୍ରୀୟ ଭାବେ ଅବ୍ୟାହତ ହୋଇ ନୂତନ ଦାୟିତ୍ୱରେ ଯୋଗଦେବେ।
Heavy rain: ବ୍ୟାପକ ଭାବେ କୌଣସି ବଡ଼ ଧରଣର କ୍ଷୟକ୍ଷତି ରିପୋର୍ଟ ହୋଇନାହିଁ: ରାଜସ୍ବ ମନ୍ତ୍ରୀ
ନିୟୋଜିତ ଯନ୍ତ୍ରୀମାନେ ହେଲେ ଆଠଗଡ଼ ଏନ୍ଏସିର ସହକାରୀ ଯନ୍ତ୍ରୀ ଅଜୟ କୁମାର ଜାନୀ, କେଏମ୍ସିର କନିଷ୍ଠ ଯନ୍ତ୍ରୀ ରଶ୍ମି ରଞ୍ଜନ ବେହେରା, ଗୁଣୁପୁର ପୌରପାଳିକାର ସହକାରୀ ଯନ୍ତ୍ରୀ ଆଦିତ୍ୟ ମିଶ୍ର, ପୁରୀ ମହାନଗର ନିଗମର କନିଷ୍ଠ ଯନ୍ତ୍ରୀ ବିଶ୍ୱରଞ୍ଜନ ପରିଡ଼ା ଏବଂ ଛତ୍ରପୁର ପୌରପାଳିକାର କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା।

47 minutes ago
1


