Cyber Fraud: ଅନଲାଇନ୍ ପ୍ରେମ ଠକେଇ: ଆପଣଙ୍କ ପ୍ରେମୀ ଠକ ନୁହନ୍ତି ତ? ଜାଣନ୍ତୁ ୭ଟି ସଙ୍କେତ

4 days ago 5
ARTICLE AD BOX

ଆଜିକାଲିର ଡିଜିଟାଲ୍ ଯୁଗରେ ପ୍ରେମ ଓ ସମ୍ପର୍କର ପରିଭାଷା ବଦଳି ଯାଇଛି। ଡେଟିଂ ଆପ୍ ଏବଂ ସୋସିଆଲ୍ ମିଡିଆ ମାଧ୍ୟମରେ ଲୋକେ ଅତି ସହଜରେ ପରସ୍ପର ସହିତ ଯୋଡ଼ି ହେଉଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଆପଣଙ୍କ ଅନଲାଇନ୍ ପ୍ରେମୀ କିମ୍ବା ପ୍ରେମିକା ଜଣକ ପ୍ରକୃତରେ ସେପରି କିଏ, ନା ସେ ଜଣେ ଠକ?

ଆହୁରି ପଢ଼ନ୍ତୁ: ‘ଅକ୍ଷର ପ୍ରାର୍ଥନା’ ଗୌରହରି ଦାସଙ୍କ ଜୀବନର ଜଳଛବିରେ ଏଥର...

ସାଇବର ବିଶେଷଜ୍ଞଙ୍କ ମତରେ, ଇଣ୍ଟରନେଟ୍‌ରେ ସୁନ୍ଦର ପ୍ରେମର ଜାଲ ବିଛାଇ ଲୋକଙ୍କୁ ଠକୁଥିବା ଏପରି ଠକଙ୍କୁ ଚିହ୍ନିବା ଏବେ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ସାଇବର ସିକ୍ୟୁରିଟି ବିଶେଷଜ୍ଞ 'ସୋଫୋସ୍' ର ଏପିଜେ ଫିଲ୍ଡ ଆରୋନ୍ ବୁଗାଲ ଡିଜିଟାଲ୍ ରୋମାନ୍ସ ସ୍କାମ୍ କିପରି କାମ କରେ ଏବଂ ଏଥିରୁ କିପରି ବର୍ତ୍ତିବେ, ସେ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ସତ୍ୟ ସାମ୍ନାକୁ ଆଣିଛନ୍ତି।

'ଡିଜିଟାଲ୍ ରୋମାନ୍ସ ସ୍କାମ୍' ବା ଅନଲାଇନ୍ ପ୍ରେମ ଠକେଇ କ’ଣ?

ବିଶେଷଜ୍ଞଙ୍କ ମତରେ, ଅନଲାଇନ୍ ପ୍ରେମ କୌଣସି ପ୍ରକୃତ ପ୍ରେମ ନୁହେଁ, ବରଂ ଏହା ଏକ 'କନ୍ଫିଡେନ୍ସ ଟ୍ରିକ୍' ବା ଲୋକଙ୍କୁ ଠକିବାର ଏକ ଚତୁର ଜାଲ। ଠକମାନଙ୍କର ଲକ୍ଷ୍ୟ ପ୍ରେମ କରିବା ନୁହେଁ, ବରଂ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ପ୍ରବେଶ କରି, ଆପଣଙ୍କୁ ନିୟନ୍ତ୍ରଣ କରିବା ଓ ଶେଷରେ ଆପଣଙ୍କ ଟଙ୍କା ଲୁଟିବା।

ଏହି ଠକମାନେ କିପରି ଜାଲ ବିଛାନ୍ତି?

  • ଏମାନେ ପ୍ରଥମେ ଆପଣଙ୍କ ସୋସିଆଲ୍ ମିଡିଆ ପୋଷ୍ଟଗୁଡ଼ିକୁ ଭଲଭାବେ ଅଧ୍ୟୟନ କରନ୍ତି।

  • ଆପଣଙ୍କ ପସନ୍ଦ, ନାପସନ୍ଦ ଏବଂ ଆଗ୍ରହ ସହିତ ନିଜକୁ ମେଳ କରନ୍ତି, ଯାହାଦ୍ୱାରା ଆପଣ ଭାବିବେ ଯେ ସେ ଆପଣଙ୍କ ପାଇଁ ହିଁ ତିଆରି ହୋଇଛନ୍ତି।

  • ସେମାନେ ଅତିଶୀଘ୍ର ଆପଣଙ୍କ ସହ ଚାଟ୍ କରିବାକୁ ଲାଗିଥାନ୍ତି, କିନ୍ତୁ କୌଣସି ଭିଡିଓ କଲ୍ କିମ୍ବା ସାକ୍ଷାତ କରିବାକୁ ସର୍ବଦା ଏଡ଼ାଇ ଯାଆନ୍ତି।

  • ସେମାନଙ୍କ ପାଖରୁ ସବୁବେଳେ କିଛି ବାହାନା ମିଳିଥାଏ; ଯେପରିକି- ବିଦେଶରେ ଚାକିରି, ଇଣ୍ଟରନେଟ୍ ସମସ୍ୟା, ପାରିବାରିକ ଅସୁବିଧା କିମ୍ବା ଯାତ୍ରା ସମସ୍ୟା।

ଆହୁରି ପଢ଼ନ୍ତୁ: ‘ଭୋଟ ଚୋରି’ ଅଭିଯୋଗରେ ଛତ୍ରପୁରରେ କଂଗ୍ରେସର ବିକ୍ଷୋଭ

ଆପଣ କିପରି ଜାଣିବେ ଯେ ଆପଣ ଠକାମିର ଶିକାର ହେଉଛନ୍ତି? (୭ଟି ଚେତାବନୀ ସଙ୍କେତ)

ଯଦି ଆପଣ କାହା ସହିତ ଅନଲାଇନ୍ ସମ୍ପର୍କରେ ଅଛନ୍ତି, ତେବେ ଏହି ୭ଟି ଲକ୍ଷଣ ଉପରେ ନଜର ରଖନ୍ତୁ:

୧. ଅତ୍ୟଧିକ ସୁନ୍ଦର ପ୍ରୋଫାଇଲ୍ : ତାଙ୍କ ପ୍ରୋଫାଇଲ୍ ଫଟୋଟି ଅତି ସୁନ୍ଦର ଦେଖାଯାଉଥବ। ରିଭର୍ସ ଇମେଜ୍ ସର୍ଚ୍ଚ କଲେ ଜାଣିପାରିବେ ଯେ ସେହି ଫଟୋଟି ଅନ୍ୟ କାହାର କିମ୍ବା ଅନେକ ଜାଗାରେ ବ୍ୟବହୃତ ହୋଇଛି।

୨. ଅସ୍ପଷ୍ଟ ପରିଚୟ: ସେମାନଙ୍କ ପରିଚୟ ବିଷୟରେ ବହୁତ କମ୍ ତଥ୍ୟ ଥାଏ। ସେମାନଙ୍କର ବିବରଣୀ ସବୁବେଳେ ବଦଳୁଥାଏ ଓ ସେମାନଙ୍କ କାହାଣୀ ସତ ବୋଲି ଯାଞ୍ଚ କରିହୁଏ ନାହିଁ।

୩. କେବେବି ସାକ୍ଷାତ କରିବାକୁ ଚାହାଁନ୍ତି ନାହିଁ : ସେମାନେ ଆପଣଙ୍କୁ ଭେଟିବାକୁ ଚାହାଁନ୍ତି ନାହିଁ। ପ୍ରତିଥର ସାକ୍ଷାତ ବେଳକୁ କୌଣସି ନା କୌଣସି ଜରୁରୀ ସମସ୍ୟା ଆସିଯାଏ।

୪. ଟଙ୍କା ହିଁ ଭଲପାଇବାର ପରୀକ୍ଷା: କିଛିଦିନ କଥା ହେବାପରେ ସେମାନେ ହଠାତ୍ ବିଭିନ୍ନ ବାହାନାରେ (ଯଥା- ଡାକ୍ତରୀ ଖର୍ଚ୍ଚ, ବିମାନ ଟିକେଟ୍, ଆଇନଗତ ଫିସ୍) ଟଙ୍କା ମାଗିବା ଆରମ୍ଭ କରନ୍ତି। ଥରେ ଟଙ୍କା ଦେଲେ ସମସ୍ୟା କମିବା ବଦଳରେ ଆହୁରି ବଢ଼ିଯାଏ।

୫. ପେମେଣ୍ଟ ପଦ୍ଧତି : ସେମାନେ ଟଙ୍କା ପଠାଇବା ପାଇଁ କ୍ରିପ୍ଟୋକରେନ୍ସି, ଗିଫ୍ଟ କାର୍ଡ କିମ୍ବା ୱାୟାର ଟ୍ରାନ୍ସଫର ଭଳି ମାଧ୍ୟମ ବ୍ୟବହାର କରିବାକୁ କହନ୍ତି, ଯାହାକୁ ଫେରାଇ ଆଣିବା କିମ୍ବା ଟ୍ରେସ୍ କରିବା ଅତ୍ୟନ୍ତ କଷ୍ଟକର।

୬. ଉପହାର ନାଁରେ ଟଙ୍କା ଠକେଇ: ଯଦି ସେମାନେ ଆପଣଙ୍କ ପାଇଁ କୌଣସି ଉପହାର ପଠାଇଥିବା କୁହନ୍ତି ଏବଂ କଷ୍ଟମ୍ସ ଚାର୍ଜ ବା କୁରିଅର୍ ଫିସ୍ ନାଁରେ ଟଙ୍କା ମାଗନ୍ତି, ତେବେ ବୁଝିଯାଆନ୍ତୁ ଏହା ଏକ ଠକେଇ।

୭. ଆପଣଙ୍କୁ ମାନସିକସ୍ତରରେ ପ୍ରଭାବିତ କରିବା: ଯଦି ସେମାନେ ଆପଣଙ୍କୁ ପରିବାର କିମ୍ବା ସାଙ୍ଗମାନଙ୍କଠାରୁ ଦୂରେଇ ରହିବାକୁ କୁହନ୍ତି, କିମ୍ବା ଆପଣଙ୍କ ପ୍ରଶ୍ନକୁ 'ଅବିଶ୍ୱାସ' ବୋଲି କହି ଆପଣଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତି, ତେବେ ଏହା ଏକ ପ୍ରକାରର ମାନସିକ କୌଶଳ। ସାଇବର ବିଶେଷଜ୍ଞଙ୍କ ଚେତାବନୀ ଅନୁଯାୟୀ, ଏପରି ସ୍କାମ୍ କେବଳ ଆପଣଙ୍କ ଆର୍ଥିକ କ୍ଷତି ଘଟାଏ ନାହିଁ, ବରଂ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ, ପାସୱାର୍ଡ ଏବଂ ଗୁପ୍ତ ଫଟୋ ଚୋରି କରିପାରେ। କେତେକ କ୍ଷେତ୍ରରେ ଠକମାନେ ପୀଡ଼ିତଙ୍କୁ ବ୍ଲାକମେଲ୍ କରି ଅଧିକ ଟଙ୍କା ମାଗିଥାନ୍ତି କିମ୍ବା ଅଜାଣତରେ ସେମାନଙ୍କୁ 'ମନି ମ୍ୟୁଲ୍' ଅର୍ଥାତ୍ ବେଆଇନ ଟଙ୍କା  କାରବାରରେ ସାମିଲ କରିଦିଅନ୍ତି।

ଆହୁରି ପଢ଼ନ୍ତୁ: ଆଜି ବିଶ୍ୱ ଜଳାତଙ୍କ ଦିବସ ୨୦୨୬: ଜାଣନ୍ତୁ ଏହାର ଲକ୍ଷଣ, ପ୍ରତିକାର ଏବଂ ସଚେତନତା

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.