Crime: ମାଲିକଙ୍କ ସହ ବିଶ୍ବାସଘାତକତା: ୩୨ଲକ୍ଷ ହଡ଼ପ କରି ବନ୍ଧା ହେଲା ଘରୋଇ ସହାୟକ

5 days ago 6
ARTICLE AD BOX

ଭୁବନେଶ୍ବର: ବିଶ୍ୱାସରେ ରଖିଥିବା ଘରୋଇ ସହାୟକ ହିଁ ବୃଦ୍ଧ ମାଲିକଙ୍କୁ ଚୂନା ଲଗାଇଲା। ନୂଆପଲ୍ଲୀ ବ୍ରିଟ୍‌ କଲୋନିର ୭୫ ବର୍ଷୀୟ ପ୍ରଭାତ ଚନ୍ଦ୍ର ପଣ୍ଡାଙ୍କ ଆକାଉଣ୍ଟରୁ ୩୨ ଲକ୍ଷ ୨୭ ହଜାର ଟଙ୍କା ହଡ଼ପ ଅଭିଯୋଗରେ ସାଇବର କ୍ରାଇମ୍ ଓ ଇକୋନୋମିକ ଅଫେନ୍ସ ଥାନାରେ ମାମଲା ରୁଜୁ ହୋଇଛି। ମାମଲାକୁ କେନ୍ଦ୍ର କରି ସାଇବର ଥାନା ଅଭିଯୁକ୍ତ ସାଇବର ଥାନା ଧୂର୍ତ୍ତ ଘରୋଇ ସହାୟକ ସତୀଶ ସାମନ୍ତରାୟକୁ ଗିରଫ କରିଛି। ଖୋର୍ଦ୍ଧା ନାଚୁଣିରେ ଲୁଚିଥିବା ବେଳେ ଚଢ଼ଉ କରି ଗତକାଲି ତାକୁ କାବୁ କରାଯାଇଥିଲା। 

Business Perspective: ବଣିଜ ବିଚାର: କ୍ରୀଡ଼ା ସାମଗ୍ରୀ ଉଦ୍ୟୋଗ, ରାଜ୍ୟର ସ୍ଥିତି, ସୁଯୋଗ ଓ ସମ୍ଭାବନା

ସାଇବର ଥାନାର ତଦନ୍ତ ଅନୁସାରେ, ଶ୍ରୀ ପଣ୍ଡା ୩ ବର୍ଷ ହେଲା ସତୀଶଙ୍କୁ ନିଜ ବ୍ୟକ୍ତିଗତ ଓ ବ୍ୟାବସାୟିକ କାମ ପାଇଁ ଘରୋଇ ସହାୟକ ଭାବେ ନିଯୁକ୍ତ କରିଥିଲେ। ହିସାବ ରଖିବା, ଚେକ୍ ଜମା, ବିଲ୍ ପୈଠ ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା। ବୃଦ୍ଧାବସ୍ଥାର ସୁଯୋଗ ନେଇ ସତୀଶ ଗତ ବର୍ଷକ ମଧ୍ୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ  ନିଜ ସଂପର୍କୀୟଙ୍କ ଆକାଉଣ୍ଟକୁ ମୋଟ ୩୧ ଲକ୍ଷ ୪୪ ହଜାର ୬୦୦ ଟଙ୍କା ନିଜ ଟ୍ରାନ୍ସଫର କରିନେଇଛି।

Belarus potash deal: ରୁଷ୍‌ରୁ ତେଲ କିଣିବାକୁ ଭାରତକୁ ମନା କରୁଥିବା ଆମେରିକା ବେଲାରୁଷ୍‌ରୁ ସାର କିଣିବ

ସେହିପରି ମୁମ୍ବାଇ ଫ୍ଲାଟ୍‌ର ରକ୍ଷଣାବେକ୍ଷଣ ପାଇଁ ଦିଆଯାଇଥିବା ପ୍ରାୟ ୬୦ହଜାର ଟଙ୍କାର ଦୁଇଟି ଚେକ୍‌କୁ ଡିପୋଜିଟ୍ କରିବା ପରିବର୍ତ୍ତେ ହଡ଼ପ କରିଥିବା ପୁଲିସ ସୂଚନା ଦେଇଛି। ତେବେ ଠକେଇ ବାବଦରେ ଶ୍ରୀ ପଣ୍ଡା ଜାଣିବା ପରେ ସତୀଶଙ୍କୁ ଟଙ୍କା ମାଗିଥିଲେ। ମାତ୍ର ଧୂର୍ତ୍ତ ସତୀଶ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହିତ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ରୀନା ସାମନ୍ତରାୟ ଓ ଗୀତାଞ୍ଜଳି ମହାପାତ୍ରଙ୍କ ସମ୍ପୃକ୍ତି ଥିବାରୁ ପୁଲିସ ସେମାନଙ୍କ ନାଁରେ ମଧ୍ୟରେ ମାମଲା ରୁଜୁ କରିଥିବା ସୂଚନା ଦେଇଛି। ଏହା ପୂର୍ବରୁ ସତୀଶଙ୍କ ବିରୋଧରେ ଏଚ୍‌ଡିଏଫସି କ୍ରେଡିଟ କାର୍ଡରୁ ୭.୨୬ ଲକ୍ଷ ଠକେଇ କରିଥିବା ନେଇ ଥାନାରେ ଅଭିଯୋଗ ଥିବା ପୁଲିସ ସୂଚନା ଦେଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.