Crime: ବାପା-ମା’ଙ୍କ ମୃତ୍ୟୁ ଲୁଚାଇବାକୁ ୧୦ ବର୍ଷର ଶିଶୁକୁ ବ୍ୟବହାର କରିଥିଲା ଅଭିଯୁକ୍ତ

1 hour ago 1
ARTICLE AD BOX

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ପାରିବାରିକ କଳହରୁ ସ୍ତ୍ରୀଙ୍କ ସମେତ ଶ୍ବଶୁର ଘରର ୭ ଜଣ ସଦସ୍ୟଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ କ୍ୟାବ୍‌ ଚାଳକ ସମ୍ପର୍କରେ ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିବାରେ ଲାଗିଛି। ନିଜ ଶାଳକ ଓ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଇନ୍ଦୁଶେଖର ନିଜ ଅପରାଧ ଲୁଚାଇବା ପାଇଁ ଶାଳକଙ୍କ ୧୦ ବର୍ଷର ପୁଅକୁ ବ୍ୟବହାର କରିଥିଲା। ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡର ତଦନ୍ତ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି।

ପୁଲିସର ସୂଚନା ଅନୁସାରେ, ମୃତ ଶଙ୍କର ଓ ନଳିନୀଙ୍କ ୧୦ ବର୍ଷର ପୁଅକୁ ଅଭିଯୁକ୍ତ ପାଞ୍ଚ ଦିନ ଧରି ସମ୍ପର୍କୀୟ ଓ ପାରିବାରିକ ବନ୍ଧୁମାନଙ୍କ ନିକଟକୁ ମିଥ୍ୟା ଭଏସ୍‌ ମେସେଜ୍‌ ପଠାଇବାକୁ ବାଧ୍ୟ କରିଥିଲା। ପ୍ରଥମେ ବାପା-ମା’ ତୀର୍ଥଯାତ୍ରାରେ ଯାଇଥିବା ଏବଂ ପରେ ତିନି ମାସ ପାଇଁ ଉତ୍ତର ଭାରତ ଭ୍ରମଣରେ ଯାଇଥିବା କହିବାକୁ ଶିଶୁଟିକୁ ଶିଖାଇଥିଲା। ସମ୍ପର୍କୀୟଙ୍କୁ କ’ଣ କହିବାକୁ ହେବ, ସେ ସମ୍ପର୍କରେ ଅଭିଯୁକ୍ତ ଶିଶୁଟିକୁ ନିର୍ଦ୍ଦେଶ ଦେଉଥିଲା। ଏପରିକି ସମ୍ପର୍କୀୟଙ୍କ ସହ ସିଧାସଳଖ କଥା ହେବାକୁ ମଧ୍ୟ ଦେଉନଥିଲା। ଏହି ସମୟରେ ଅଭିଯୁକ୍ତଙ୍କ ଗାଡ଼ିରୁ ଦୁର୍ଗନ୍ଧ ବାହାରୁଥିବା ଏବଂ ସେଥିରେ ଦୁଇରୁ ତିନିଟି ଭାରି ଅଖା ବସ୍ତା ଥିବା ଶିଶୁଟି ଦେଖିଥିଲା। ଏ ସମ୍ପର୍କରେ ପଚାରିବାରୁ ଅଭିଯୁକ୍ତ ସେଥିରେ ଅଳିଆ ଥିବା କହି ତାକୁ ଚୁପ୍‌ କରାଇଥିଲା। ପରେ ନନ୍ଦୀ-ପାହାଡ଼ ଅଞ୍ଚଳରେ ସେହି ବସ୍ତାଗୁଡ଼ିକୁ ଫିଙ୍ଗି ଦେଇଥିବା ଶିଶୁଟି ପୁଲିସକୁ କହିଛି।

Gadadhar murder case: ୨୦୧୪ ମସିହାର ବହୁଚର୍ଚ୍ଚିତ ଗଦାଧର ହତ୍ୟା ମାମଲା: ୧୨ବର୍ଷ ପରେ ଧରାପଡ଼ିଲା ଅଭିଯୁକ୍ତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.