Crime: ଜନ୍ମଦିନ ପାଳନ ଆଳରେ ନାବାଳିକାଙ୍କ ଅଳଙ୍କାର ଲୁଟିନେଲା ଯୁବତୀ

5 days ago 5
ARTICLE AD BOX

ଧଉଳି: ସାମାଜିକ ଗଣମାଧ୍ୟମରେ ବନ୍ଧୁତ୍ବ ଗଢ଼ିଉଠିବା ପରେ ଜଣେ ନାବାଳିକାଙ୍କୁ ଫସାଇ ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ମିଶି ଜନ୍ମଦିନ ପାଳନ ଆଳରେ ନାବାଳିକାଙ୍କଠାରୁ ୨୦ ଗ୍ରାମ ଓଜନର ସୁନା ଅଳଙ୍କାର ଲୁଟି ନେଇଛି। ଘଟଣାକୁ ୧୭ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ କେବଳ ନାବାଳିକାଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ହାତବାନ୍ଧି ବସିଛି।

Kathatiye jajabra: କଥାଟିଏ-ଯାଯାବର: କପୋତର ପ୍ରଶ୍ନ

ସୂଚନା ଅନୁସାରେ ବାଲିଅନ୍ତା ଥାନା ଅଞ୍ଚଳର ଜଣେ ନାବାଳିକା ୮ମ ଶ୍ରେଣୀରେ ପଢ଼ନ୍ତି। ୬ ମାସ ତଳେ ତାଙ୍କ ନିକଟକୁ ଫେସ୍‌ବୁକ୍‌ରେ ସ୍ୱିଟି ନାମକ ଜଣେ ଯୁବତୀଙ୍କ ଆଇଡିରୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସିଥିଲା। ନାବାଳିକାଜଣକ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସେପ୍ଟ କରିଥିଲେ। ତାପରେ ସ୍ବିଟି ଓ ନାବାଳିକାଙ୍କ ମଧ୍ୟରେ ବେଶ କିଛି ଦିନ ଧରି ଚାଟିଂଚାଲିଥିଲା। ସମ୍ପର୍କ ନିବିଡ଼ ହେବା ପରେ ଏମିତିକି ଭିଡିଓ କଲରେ ସ୍ବିଟି ଏବଂ ନାବାଳିକଙ୍କ ମଧ୍ୟରେ କଥା ଚାଲିଲା। ଗତ ୫ ତାରିଖ ମଧ୍ୟାହ୍ନରେ ସ୍ବିଟି ତାର ଜନ୍ମଦିନ ଉପଲକ୍ଷେ ଧଉଳିରେ କେକ୍‌ କାଟିବା ପାଇଁ ନାବାଳିକକୁ ନିମନ୍ତ୍ରଣ କରିଥିଲା। ନାବାଳିକା ମାଆଙ୍କୁ ଏବିଷୟରେ କହିଥିଲା।

Belarus potash deal: ରୁଷ୍‌ରୁ ତେଲ କିଣିବାକୁ ଭାରତକୁ ମନା କରୁଥିବା ଆମେରିକା ବେଲାରୁଷ୍‌ରୁ ସାର କିଣିବ

ମାଅ ପ୍ରଥମେ ଧଉଳି ଏକୁଟିଆ ଛାଡ଼ିବେ ନାହିଁ କହି ମନା କରି ଦେଇଥିଲେ। ଏହା ପରେ ଯୁବତୀ ଜଣଙ୍କ ଜଣେ ଯୁବକଙ୍କ ସହ ବାଇକ୍‌ରେ ତାଙ୍କର ଘରେ ପହଞ୍ଚି ନାବାଳିକାଙ୍କ ମାଆଙ୍କୁ ବୁଝାସୁଝା କରି ସାଙ୍ଗରେ ଧଉଳି ନେଇଯାଇଥିଲେ। ଧଉଳି ପାହାଡ଼ ନିକଟରେ ପହଞ୍ଚିବା ପରେ ଯୁବତୀ ଓ ଯୁବକ ଅସଲ ଖେଳ ଆରମ୍ଭ କରିଥିଲେ। ନାବାଳିକାଙ୍କୁ ଭୟଭୀତ କରାଇ ତାଙ୍କ ୨ ହଳ କାନ ଫୁଲ ଓ ଚେନ ଲୁଟି ନେଇଥିଲେ। ଏକଥା କାହାକୁ ନଜଣାଇବା ପାଇଁ ଧମକ ଦେଇ ପୁଣି ବାଇକ୍‌ରେ ଗ୍ରାମ ନିକଟରେ ଛାଡି ପଳାଇଥିଲେ। ନାବାଳିକା ଘରେ ପହଞ୍ଚି କାନ୍ଦିକାନ୍ଦି ବାପା ମାଆଙ୍କୁ ଜଣାଇଥିଲେ। ନାବାଳିକାଙ୍କ ବାପା ଧଉଳି ଥାନାରେ ଏସଂକ୍ରାନ୍ତରେ ଅଭିଯୋଗ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.