Cricket: ସୟଦ ମୁସ୍ତାକ ଅଲୀ‌ ଟ୍ବେଣ୍ଟି-୨୦: ଓଡ଼ିଶାର ହ୍ୟାଟ୍ରିକ୍‌ ପରାଜୟ

14 minutes ago 1
ARTICLE AD BOX

ଭୁବନେଶ୍ବର: ଚଳିତ ସୟଦ ମୁସ୍ତାକ ଅଲୀ ଟ୍ବେଣ୍ଟି-୨୦ ଘରୋଇ କ୍ରିକେଟ୍‌ରେ ଓଡ଼ିଶା ପରାଜୟରେ ହ୍ୟାଟ୍ରିକ୍‌ ଅର୍ଜନ କରିଛି। ପୂର୍ବରୁ ଗୁଜରାଟ ଓ ବିଦର୍ଭଠୁ ହାରିଥିବା ସ୍ବସ୍ତିକ ସାମଲଙ୍କ ଦଳ ବୁଧବାର ଛତିଶଗଡ଼ଠୁ ୫୧ ରନ୍‌ରେ ପରାସ୍ତ ହୋଇଛି। କୋଲ୍‌କାତାର ଯାଦବପୁର ବିଶ୍ବବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ୍‌ ପଡ଼ିଆରେ ଖେଳିଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ଟସ୍‌ ଜିତି ଛତିଶଗଡ଼କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। 

ପ୍ରଥମ ଓଭରରେ ଆୟୁଷ ପାଣ୍ଡେ (୪)ଙ୍କୁ ଭାବୀଶ ଶର୍ମା ଓଡ଼ିଶାକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଅମନଦୀପ (୮)ଙ୍କୁ ସୌମ୍ୟ ଲେଙ୍କା ପ୍ୟାଭିଲିୟନ୍‌ ପଠାଇ ଦେବାରୁ ଛତିଶଗଡ଼ ୩.୩ ଓଭରରେ ୩୨/୨ରେ ସଂଘର୍ଷ କରିଥିଲା। ତେବେ ବିକଳ୍ପ ତିୱାରୀ (୧୧୯, ୬୫ ବଲ୍‌, ୧୮ ଚୌକା, ୩ ଛକା)ଙ୍କ ବିସ୍ଫୋରକ ଶତକ ଏବଂ ଅଜୟ ମଣ୍ଡଳ (୨୮ ବଲ୍‌ରୁ ୫୦) ଓ ଦେବ ଆଦିତ୍ୟ ସିଂହ (୧୭ ବଲ୍‌ରୁ ୨୯) ଭଲ ଖେଳିବାରୁ ଛତିଶଗଡ଼ ୪ ୱିକେଟ୍‌ ବିନିମୟରେ ୨୨୮ ରନ୍‌ କରିଥିଲା। ଦେବବ୍ରତ ପ୍ରଧାନ ୨ ୱିକେଟ୍‌ ନେଇଥିଲେ।

ଓଡ଼ିଶାକୁ ବଡ଼ ଝଟକା
ଜବାରେ ଓଡ଼ିଶା ୮ ୱିକେଟ୍‌ ହରାଇ ୧୭୭ ରନ୍‌ରେ ଅଟକି ଯାଇଥିଲା। ୪.୨ ଓଭରରେ ୪୨ ରନ୍‌ରେ ୩ ଶୀର୍ଷକ୍ରମ ବ୍ୟାଟର୍‌ ଗୌରବ ଚୌଧୁରୀ (୩), ସ୍ବସ୍ତିକ (୧୪) ଓ ଆଦିତ୍ୟ ରାଉତ (୨୫)ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ତେବେ କାର୍ତ୍ତିକ ବିଶ୍ବାଳ ଓ ଶୁଭ୍ରାଂଶୁ ସେନାପତି ଚତୁର୍ଥ ୱିକେଟ୍‌ରେ ୮୪ ରନ୍‌ ଯୋଡ଼ି ସ୍ଥିତି ସମ୍ଭାଳି ଥିଲେ। ଶୁଭ୍ରାଂଶୁ (୩୧) ଓ କାର୍ତ୍ତିକ ବିଶ୍ବାଳ (୫୭, ୩୩ ବଲ୍‌, ୫ ଚୌକା, ୪ ଛକା) ୩ ବଲ୍‌ ବ୍ୟାବଧାନରେ ପ୍ୟାଭିଲିୟନ୍‌ ଫେରିବା ଓଡ଼ିଶାକୁ ବଡ଼ ଝଟକା ଲାଗିଥିଲା। ଏହାପରେ ନିନାଦ ରଥଭା (୧) ଓ ସୌମ୍ୟ (୦) ସଅଳ ଆଉଟ୍‌ ହୋଇଥିଲେ। ତେବେ ଆଶୀର୍ବାଦ ସ୍ବାଇଁ (୨୦) ଓ ଭାବୀଶ (୨୩*) କିଛି ରନ୍‌ ଯୋଡ଼ିଥିଲେ ମଧ୍ୟ ଦଳକୁ ବିଜୟ ଦେଇ ପାରି ନଥିଲେ। ଛତିଶଗଡ଼ର ଜୟନ୍ତ ଯାଦବ ୩ ଏବଂ ସୌରଭ ମଜୁମଦାର ଓ ଦେବ ଆଦିତ୍ୟ ସିଂହ ୨ ଲେଖାଏଁ ୱିକେଟ୍‌ ନେଇଥିଲେ।

MS Dhoni retirement: ଧୋନିଙ୍କ ଅବସର ପରେ ସଂକ୍ଷେପରେ ଅନେକ କଥା କହିଦେଲେ ହିଟ୍‌ ମ୍ୟାନ୍‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.