Cricket: ମୁମ୍ବାଇରେ ବେସ୍‌ବଲ୍‌ ଖେଳିଲେ ସୂର୍ଯ୍ୟକୁମାର

1 hour ago 1
ARTICLE AD BOX

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳରୁ ସଂପ୍ରତି ବାଦ୍‌ ପଡ଼ିଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜେତା ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବେସ୍‌ବଲ୍‌‌ରେ ନିଜ କମାଲ ଦେଖାଇଛନ୍ତି। ମୁମ୍ବାଇରେ ଆୟୋଜିତ ପ୍ରଥମ ଏମ୍‌ଏଲ୍‌ବିଏକ୍ସ ୩ ଅନ୍‌ ୩ ବେସ୍‌ବଲ୍‌ ପ୍ରତିଯୋଗିତାରେ ତାଙ୍କ ଦଳ ୟାଙ୍କିସ୍‌ ବିଜେତା ହୋଇଛି। ମୁମ୍ବାଇର ଅନ୍ଧେରୀ ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତୀୟ ବେସ୍‌ବଲ୍‌ଆମ୍ବାସଡର୍‌ ସୂର୍ଯ୍ୟକୁମାରଙ୍କ ସହ ଶାର୍ଦୁଲ ଠାକୁର, ଜିତେଶ ଶର୍ମା, କାଶ୍‌ଭୀ ଗୌତମ, ଦୀପକ ଚହର ଓ ରାଧା ଯାଦବ ଭାଗ ନେଇଥିଲେ। 

ଏମାନଙ୍କ ସହ ମେଜର ଲିଗ୍‌ ବେସ୍‌ବଲ୍‌ (ଏମ୍‌ଏଲ୍‌ବି)ର ପୂର୍ବତନ ଖେଳାଳି ନିକ୍‌ ସ୍ବିସର, ଜ୍ୟାକ୍‌ ଆରିଏଟା ଓ ଆଡ୍ରିଆନ୍‌ ଗୋଞ୍ଜାଲେଜ୍‌ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ଖେଳାଳିମାନଙ୍କୁ ନେଇ ଏମ୍‌ଏଲ୍‌ବିର କିଛି ନାମି ଫ୍ରାଞ୍ଚାଇଜି କବ୍ସ, ଡଜର୍ସ, ରେଡ୍ ସକ୍ସ ଓ ୟାଙ୍କିଜ୍ ନାଁରେ ୪ଟି ଦଳ ଗଠନ ହୋଇଥିଲା। 

ୟାଙ୍କିଜ୍ ନାଁରେ ଗଠିତ ହୋଇଛି ୪ଟି ଦଳ
ବିଜେତା ହୋଇଥିବା ୟାକିଜ୍‌ ଦଳରେ ସୂର୍ଯ୍ୟକୁମାରଙ୍କ ସହ ୨୦୦୯ ବିଶ୍ବ ସିରିଜ୍‌ ବିଜେତା ନିକ୍‌ ସ୍ବିସର ଓ ରାଚିଲ ଗାର୍ସିଆ ରହିଥିଲେ। ସେହିଭଳି ଶାର୍ଦୁଲ, ରାଧା ଯାଦବଙ୍କ ସହ କବ୍ସ ଦଳରେ ୨୦୧୭ ବିଶ୍ବ ସିରିଜ୍‌ ବିଜେତା ଆରିଏଟା ଥିଲେ। ରେଡସକ୍ସରେ ୨୦୨୩ ବିଜେତା ଜନି ଗୋମ୍ସେଙ୍କ ସହ କାଶଭୀ ଓ ଦୀପକ ଏବଂ ଡଜର୍ସରେ ୫ ଥର ଅଲ୍‌ଷ୍ଟାର୍‌ ଓ ୪ ଥର ଗୋଲ୍ଡ ଗ୍ଲୋଭ୍‌ ପୁରସ୍କାର ବିଜେତା ଗୋଞ୍ଜାଳେଜ୍‌ଙ୍କ ସହ ଜିତେଶ ଶର୍ମା, ଜୋର୍ଡାନ ଉଲେରି ଥିଲେ।

ଅଦଳବଦଳ ନୀତି ଅନୁଯାୟୀ ହେନରିଙ୍କୁ ବାଦ୍‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.