Cricket: ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ‘ଏ’ ଟେଷ୍ଟ: ପୁଣି ରାହୁଲ, ଜୟସ୍ବାଲ ବିଫଳ

1 hour ago 1
ARTICLE AD BOX

ଲିନ୍‌କନ୍‌: ସ୍ଥାନୀୟ ବର୍ଟ ସୁଟ୍‌କ୍ଲିଫ୍‌ ଓଭାଲଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷ ଅନୌପଚାରିକ ଟେଷ୍ଟ୍‌ର ଦ୍ବିତୀୟ ଦିନରେ ଭାରତ ‘ଏ’ ପୁଣି ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରଥମ ପାଳି ଭଳି କେଏଲ୍‌ ରାହୁଲ (୪) ଓ ଯଶସ୍ବୀ ଜୟସ୍ବାଲ (୫) ମଧ୍ୟ ଦ୍ବିତୀୟ ପାଳିରେ ବିଫଳ ହୋଇଛନ୍ତି। 

ଉଭୟ ୧୦ ରନ୍‌ ମଧ୍ୟରେ ପ୍ୟାଭିଲିୟନ୍‌ ଫେରିଯାଇଥିଲେ। ଏହା ପରେ ଦେବଦତ୍ତ ପଡ଼ିକଲ (୫୬)ଙ୍କ ଲଢ଼ୁଆ ଅର୍ଦ୍ଧଶତକ ଏବଂ ସାଇ ସୁଦର୍ଶନଙ୍କ ୩୯ ରନ୍‌ ବଳରେ ଭାରତ ‘ଏ’ ରବିବାର ଷ୍ଟମ୍ପ୍ସ ବେଳକୁ ୧୦୬/୨ କରିଛି। ଉଭୟ ତୃତୀୟ ୱିକେଟ୍‌ରେ ୯୬ ରନ୍‌ ଯୋଡ଼ି ଲଢ଼େଇ ଜାରି ରଖିଛନ୍ତି। ତଥାପି ଭ୍ରମଣକାରୀ ଦଳ ଏବେ ନ୍ୟୁଜିଲାଣ୍ଡଠୁ ୯୮ ରନ୍‌ ପଛରେ ରହିଛି।

ପଡ଼ିକଲ, ସୁଦର୍ଶନଙ୍କ ଲଢ଼େଇ ଜାରି
ରବିବାର ୧୩୫/୩ରୁ‌ ଖେଳ ଆରମ୍ଭ କରିଥିବା ଘରୋଇ ଦଳ ଏଥିରେ ୧୮୨ ରନ୍‌ ଯୋଡ଼ି ଅବଶିଷ୍ଟ ୭ ୱିକେଟ୍‌ ହରାଇଥିଲା। ଡିନ୍‌ ଫକ୍ସକ୍ରଫ୍ଟ (୫୧) ଓ କ୍ରିଷ୍ଟିଆନ୍‌ କ୍ଲାର୍କ (୪୨) ଭଲ ଖେଳିବାରୁ ଦଳ ୩୧୭ ରନ୍‌ କରି ୨୦୪ ରନ୍‌ର ବଡ଼ ଅଗ୍ରଣୀ ପାଇଥିଲା। ଭାରତର ଅଂଶୁଲ କମ୍ବୋଜ ଓ ଅକ୍ବିବ ନବି ୩‌ ଲେଖାଏଁ ୱିକେଟ୍‌ ନେଇଥିଲେ। ପୂର୍ବରୁ ଭାରତର ପ୍ରଥମ ପାଳି ୧୧୩ରେ ଶେଷ ହୋଇଥିଲା।

ପ୍ରତିଯୋଗିତାରେ ୟାଙ୍କିସ୍‌ ଦଳ ବିଜେତା

ସଂକ୍ଷିପ୍ତ ସ୍କୋର୍‌: ଭାରତ ‘ଏ’ ପ୍ରଥମ ପାଳି ୧୧୩। ନ୍ୟୁଜିଲାଣ୍ଡ ‘ଏ’ ପ୍ରଥମ ପଳି ୮୯.୩ ଓଭରରେ ୩୧୭ (ରିଜ୍‌ ମାରିଉ ୭୬, ଡିନ୍‌ ଫକ୍ସକ୍ରଫ୍ଟ ୫୧, କର୍ଟିସ ହିଫି ୪୪, କ୍ରିଷ୍ଟିଆନ୍‌ କ୍ଲାର୍କ ୪୨, ଅଂଶୁଲ କମ୍ବୋଜ ୩/୫୨, ଆକ୍ବିବ ନବି ୩/୬୯, ଆକାଶ ଦୀପ ୨/୫୭)। ଭାରତ ‘ଏ’ ଦ୍ବିତୀୟ ପାଳି ୩୬ ଓଭରରେ ୧୦୬/୨ (ଦେବଦତ୍ତ ପଡ଼ିକଲ ୫୬*, ସାଇ ସୁଦର୍ଶନ ୩୯*, ସିମନ କିନ ୧/୧୯, ଫ୍ରେଜର ସିଟ୍‌ ୧/୨୬)।

Read Entire Article
LEFT SIDEBAR AD

Hidden in mobile, Best for skyscrapers.