Cricket: ନ୍ୟୁଜିଲାଣ୍ଡ ଦିନିକିଆ ଦଳରେ ଦ୍ରୁତ ବୋଲର ରାନ୍ଦେଲ ସାମିଲ

5 hours ago 2
ARTICLE AD BOX

ମାଉଣ୍ଟ ମୌଙ୍ଗନୁଇ: ଦ୍ରୁତ ବୋଲର ବ୍ରେଟ୍‌ ରାନ୍ଦେଲ ପ୍ରଥମ ଥର ଲାଗି ନ୍ୟୁଜିଲାଣ୍ଡ ଅନ୍ତର୍ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। ଭାରତ ବିପକ୍ଷ ଶେଷ ଦୁଇ ଦିନିକିଆ ଲାଗି ୩୧ ବର୍ଷୀୟ ରାନ୍ଦେଲ ଦଳରେ ସାମିଲ ହେବା ସହ ପଦାର୍ପଣ ଆଶାରେ ଅଛନ୍ତି। ନ୍ୟୁଜିଲାଣ୍ଡ ‘ଏ’ ପକ୍ଷରୁ ୫ ମ୍ୟାଚ୍‌ ସହ ସେ ‌୧୪୫ ପେସାଦାର ମ୍ୟାଚ୍‌ ଖେଳିଛନ୍ତି। ରାନ୍ଦେଲ ନିକଟରେ ଡର୍ବିସାୟର ପକ୍ଷରୁ କାଉଣ୍ଟି ମ୍ୟାଚ୍‌ ଖେଳି ଫେରିଛନ୍ତି। ତାଙ୍କ ସହ ଏହି ଦୁଇ ମ୍ୟାଚ୍‌ ଲାଗି ଅଲ୍‌ରାଉଣ୍ଡର ଜୋସ କ୍ଲାର୍କସନ୍‌ ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ଏଥିସହ ପ୍ରଶିକ୍ଷକ ମଣ୍ଡଳୀରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି। 

ୱେଲିଂଟନ୍‌ ଗସ୍ତ କରିଛନ୍ତି ଦଳ
ବୋଲିଂ ପ୍ରଶିକ୍ଷକ ଜାକବ ଓରାମ, ବ୍ୟାଟିଂ ପ୍ରଶିକ୍ଷକ ଲୁକେ ରୋଞ୍ଚି ଓ‌ ଷ୍ଟ୍ରେନ୍ଥ ଓ କଣ୍ଡିସନିଂ ପ୍ରଶିକ୍ଷକ କ୍ରିସ୍‌ ଡୋନାଲ୍‌ଡସନ୍‌ ଟେଷ୍ଟ୍‌ ପ୍ରସ୍ତୁତି ପାଇଁ ଦଳ ସହ ୱେଲିଂଟନ୍‌ ଗସ୍ତ କରିଛନ୍ତି। ତେଣୁ ଦିନିକିଆ ଦଳରେ ମୁଖ୍ୟ ପ୍ରଶିକ୍ଷକ ରବ ୱାଲଟର ଓ ମାର୍ଟିନ ଗପ୍ଟିଲଙ୍କ ସହ ମାନଙ୍କ ସ୍ଥାନରେ ନର୍ଦନ ଡିଷ୍ଟ୍ରିକ୍ଟ ପ୍ରଶିକ୍ଷକ ମିଚ୍‌ ରେନୱିକ୍‌ ଓ ଷ୍ଟ୍ରେନ୍ଥ ଓ କଣ୍ଡିସନିଂ ପ୍ରଶିକ୍ଷକ କୋରେ ମିଲେଜ୍‌ ଯୋଗ ଦେଇଛନ୍ତି।

କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଲକ୍ଷ୍ୟ-ଶ୍ରୀକାନ୍ତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.