Cricket: ଦ୍ବିତୀୟ ଟେଷ୍ଟରେ ମଧ୍ୟ ଶତକ ମାରିଲେ ଦେବଦତ୍ତ

1 month ago 14
ARTICLE AD BOX

କଲମ୍ବୋ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କଲମ୍ବୋରେ ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି। ଭାରତୀୟ ଯୁବ ବ୍ୟାଟର ଦେବଦତ୍ତ ପଡ୍ଡିକଲ ତାଙ୍କର ବ୍ୟାଟ ଗର୍ଜାଇଛନ୍ତି। ସେ ଏହି ମୁକାବିଲାରେ ଶତକ ହାସଲ କରିଛନ୍ତି। ଏହି ସିରିଜରେ ଏହା ହେଉଛି ତାଙ୍କର ଦ୍ବିତୀୟ ଶତକ। ଏହା ପୂର୍ବରୁ ସେ ପ୍ରଥମ ଗାଲେ ଟେଷ୍ଟରେ ମଧ୍ୟ ସେ ଶତକ ହାସଲ କରିଥିଲେ। ସେ ମ୍ୟାଚ୍‌ରେ ସେ ୧୬୭ ରନ୍‌ର ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦେବଦତ୍ତଙ୍କୁ ଗାଲେ ଟେଷ୍ଟରେ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ଭାବେ ଚୟନ କରାଯାଇଥିଲା। 

ଯୁବ ବ୍ୟାଟର ଦେବଦତ୍ତ ଏହି ଇନିଂସରେ ନିଜର ଦମ୍ଭ ଦେଖାଇଛନ୍ତି। ସଂଯମତାର ସହିତ ସେ ବ୍ୟାଟିଂ କରିଛନ୍ତି। ସେ ୧୬୮ଟି ବଲ୍‌ ସାମ୍ନା କରି ଶତକ ହାସଲ କରିଛନ୍ତି। ନିଜର ଏହି ଶତକରେ ସେ ଗୋଟିଏ ମଧ୍ୟ  ଛକା ମାରି ନାହାନ୍ତି। କିନ୍ତୁ ୧୦ଟି ଚୌକା ହାସଲ କରିଛନ୍ତି। ସେ ଅଧିନାୟକ ଶୁଭମନ ଗିଲଙ୍କ ସହିତ ମିଶି ଭଲ ଭାଗିଦାରୀ କରିପାରିଛନ୍ତି। ତାଙ୍କର ଏହି ପ୍ରୟାସ ଯୋଗୁଁ ଭାରତୀୟ ଟିମର ସ୍କୋର ପ୍ରଥମ ଦିନରେ ଭଲ ସ୍ଥିତିରେ ପହଞ୍ଚି ପାରିଛି। 

Cricket: ଦିନିକିଆ କ୍ରିକେଟ୍‌ ଉପରେ ମତ ରଖିଲେ ପୂର୍ବତନ ଭାରତୀୟ କ୍ରିକେଟର; କ’ଣ କହିଲେ ଜାଣନ୍ତୁ

ସୂଚନାଯୋଗ୍ୟ ଟିମ୍‌ ଇଣ୍ଡିଆ ସ୍କୋର ୬୬ ରନ୍‌ରେ ୨ଟି ମୂଲ୍ୟବାନ ୱିକେଟ୍‌ ହରାଇଥିଲା। ଏହା ପରେ ଶୁଭମନ ଗିଲ ଏବଂ ଦେବଦତ୍ତ ପଡ୍ଡିକଲ ତୃତୀୟ ୱିକେଟ୍‌ ପାଇଁ ୧୨୦ ରନ୍‌ର ଭାଗିଦାରୀ କରିଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.