ARTICLE AD BOX
ଖ୍ରୀଷ୍ଟଚର୍ଚ୍ଚ: ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷ ଦ୍ବିତୀୟ ଅନୌପଚାରିକ ଟେଷ୍ଟ୍ରେ ଅଧିନାୟକ ଧ୍ରୁବ ଜୁରେଲ (୧୦୫)ଙ୍କ ଶତକ ବଳରେ ଭାରତ ୩୪୬ ରନ୍ କରିଛି। ଗତକାଲିର ସ୍କୋର୍ ୨୯୧/୭ରୁ ଖଳ ଆରମ୍ଭ କରିଥିବା ଭାରତ ଏଥିରେ ୬ ରନ୍ ଯୋଡ଼ିବା ପରେ ଜୁରେଲଙ୍କୁ ହରାଇଥିଲା। ଏହାପରେ ଆକାଶ ଦୀପ ଚମତ୍କାର ଖେଳି ନିଜର ଅର୍ଦ୍ଧଶତକ ପୂରଣ କରିବା ସହ ମହମ୍ମଦ ସିରାଜ (୧୨ ବଲ୍ରୁ ୦)ଙ୍କ ୩୭ ଏବଂ ମୁକେଶ କୁମାର (୨ ବଲ୍ରୁ ୫)ଙ୍କ ୧୨ ରନ୍ର ଭାଗୀଦାରି ଗଢ଼ି ଦଳୀୟ ସ୍କୋର୍ ଦେଢ଼ଶହର ନିକଟବର୍ତ୍ତୀ କରିଥିଲେ।
୩୪୬ ରନ୍ କରିଛି ଭାରତ
ଜାବାବରେ ନ୍ୟୁଜିଲାଣ୍ଡ ୧୩ ରନ୍ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲେ। ହେଲେ ମାଥ୍ୟୁ ବୋୟଲ (୧୦୮) ଓ ଡିନ୍ ଫକ୍ସକ୍ରଫ୍ଟ (୮୦) ଅବିଭାଜିତ ଚତୁର୍ଥ ୱିକେଟ୍ରେ ୨୦୫ ରନ୍ ଯୋଡ଼ି ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି। ଦ୍ବିତୀୟ ଦିନର ଷ୍ଟମ୍ପ୍ସ ବେଳକୁ ନ୍ୟୁଜିଲାଣ୍ଡ ‘ଏ’ ୩ ୱିକେଟ୍ ହରାଇ ୨୧୮ ରନ୍ କରିଛି। ଭାରତ ପକ୍ଷରୁ ମୁକେଶ କୁମାର ୨ ଓ ମହମ୍ମଦ ସିରାଜ ଗୋଟିଏ ୱିକେଟ୍ ନେଇଥିଲେ।

2 hours ago
1


