Rescue Operations: ଗଞ୍ଜାମରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସମନ୍ଵିତ ପଦକ୍ଷେପ

1 hour ago 1
ARTICLE AD BOX

ଛତ୍ରପୁର: ଗଞ୍ଜାମରେ ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସମନ୍ଵିତ ପଦକ୍ଷେପ ଜାରି ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ମାର୍ଗଦର୍ଶନରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ରେଲୱେ ପକ୍ଷରୁ ଉଦ୍ଧାରକାରୀ ଦଳ ଦୀର୍ଘ ତିନି ଘଣ୍ଟା ଧରି ପ୍ରତିକୂଳ ପରିସ୍ଥିତିରେ ପାହାଡ଼ ଏବଂ ଜଙ୍ଗଲ ମଧ୍ଯ ଦେଇ ଚାଲି ଚାଲି ବାଟ ଅତିକ୍ରମ କରି ଉଦ୍ଧାର ଆବଶ୍ୟକ ସ୍ଥାନରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପ୍ରତିଟି ମୂଲ୍ୟବାନ ଜୀବନର ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି।

WhatsApp Image

ବିପନ୍ନଙ୍କୁ ସହାୟତା ଯୋଗାଇଲେ ସିଡିଓ

ବନ୍ୟା ବିପତ୍ତିରେ ଲୋକଙ୍କ ଦୁଃଖ ଓ ଦୁର୍ଦ୍ଦଶା ସମୟରେ ପ୍ରଶାସନିକ ଦାୟିତ୍ୱ ସହ ମାନବିକତାର ନିଦର୍ଶନ ପାଲଟିଛନ୍ତି ଗଞ୍ଜାମଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ ) ସମୀର କୁମାର ଜେନା। ନିଜେ ଟ୍ରାକ୍ଟରରେ ଚଢ଼ି ବନ୍ୟା ପ୍ରଭାବିତ ଗାଁଗୁଡ଼ିକରେ ପହଞ୍ଚି ବିପନ୍ନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି।
ସୂଚନା ଅନୁଯାୟୀ, ଆସିକା ଅଞ୍ଚଳରେ ଗତ ତିନି ଦିନ ଧରି ସେ ଗାଁକୁ ଗାଁ ବୁଲି ବନ୍ୟା ବିପନ୍ନଙ୍କ ସ୍ଥିତି ଅନୁଧ୍ୟାନ କରିବା ସହ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି। ଯେଉଁଠି ଯାନବାହନ ପହଞ୍ଚିବା କଷ୍ଟକର, ସେଠାରେ ଟ୍ରାକ୍ଟର ଯୋଗେ ଯାଇ ଲୋକଙ୍କ ନିକଟରେ ସହାୟତା ପହଞ୍ଚାଉଛନ୍ତି। ବିପର୍ଯ୍ୟୟ ସମୟରେ ଲୋକଙ୍କ ପାଖରେ ଠିଆ ହେବା ହିଁ ପ୍ରକୃତ ପ୍ରଶାସନିକ ଦାୟିତ୍ୱର ପରିଚୟ।

Dead Body: କୁଟିବାରି ନାଳରୁ ପୋତା ଯାଇଥିବା ଗଳିତ ମୃତଦେହ ଉଦ୍ଧାର

Read Entire Article
LEFT SIDEBAR AD

Hidden in mobile, Best for skyscrapers.