ARTICLE AD BOX
ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅକ୍ଷର ପଟେଲ ଆଗାମୀ ଆଇପିଏଲ୍ରେ ଏହି ପଦ ଛାଡ଼ିବାକୁ ଆଗ୍ରହ ଦେଖାଇଛନ୍ତି। ଏହି ୩୨ ବର୍ଷୀୟ ଅଲ୍ରାଉଣ୍ଡରଙ୍କ ନେତୃତ୍ବରେ ଦଳ ଗତ ଦୁଇ ଋତୁରେ ପ୍ଲେଅଫ୍ ଯାଇ ପାରି ନଥିଲା। ତେଣୁ ସେ ଏହି ପଦରେ ରହିବାକୁ ଚାହୁନାହାନ୍ତି। ହେଲେ ଆସନ୍ତା ମାସରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍ ମିନି-ନିଲାମକୁ ଦୃଷ୍ଟିରେ ରଖି ଡିସି ପରିଚାଳନା କର୍ତ୍ତୃପକ୍ଷ ଅକ୍ଷରଙ୍କୁ ରାଜି କରିବାକୁ ଚେଷ୍ଟା ଚଲାଇଛନ୍ତି।
ରାଜି କରିବାକୁ ଚେଷ୍ଟା
୨୦୨୪ ଓ ୨୦୨୬ ଟ୍ବେଣ୍ଟି-୨୦ ବିଶ୍ବ ବିଜେତା ଦଳର ସଦସ୍ୟ ଥିବା ଅକ୍ଷର ଅନ୍ୟ ଫ୍ରାଞ୍ଚାଇଜିଠୁ ପ୍ରସ୍ତାବ ପାଇଥିଲେ ମଧ୍ୟ ଦିଲ୍ଲୀରେ ସହ ରହିଛନ୍ତି। କିନ୍ତୁ ନେତୃତ୍ବ ଦାୟିତ୍ବ ନେବାକୁ ଇଚ୍ଛୁକ ନାହାନ୍ତି। ତାଙ୍କ ସ୍ଥାନରେ ଦଳ ଋଷଭ ପନ୍ତ କିମ୍ବା କେଏଲ୍ ରାହୁଲଙ୍କୁ ଏହି ଦାୟିତ୍ବ ଦେଇପାରେ। ପନ୍ତ ୨୦୨୧ରୁ ୨୦୨୪ ପର୍ଯ୍ୟନ୍ତ ଏହି ଦଳର ନେତୃତ୍ବ ନେଇଥିଲେ। ଗତ ଦୁଇ ଋତୁରେ ସେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସରୁ ଖେଳିଥିଲେ। ଏବେ ପୁଣି ଥରେ ସେ ଦଳକୁ ଖେଳାଳି ଅଦଳବଦଳରେ ଫେରିଛନ୍ତି। ପଞ୍ଜାବ କିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ଅଧିନାୟକ ଥିବା ରାହୁଲ ୨୦୨୫ରେ ଦିଲ୍ଲୀର ନେତୃତ୍ବ ନେବାକୁ ମନା କରି ଦେଇଥିଲେ।

3 hours ago
1


