Cricket: ଗଲ୍‌ ଟେଷ୍ଟ୍‌: ସୂଥାରଙ୍କୁ ୧୦ ୱିକେଟ୍‌; ନିଜର ୬୦୦ତମ ମାଇଲଖୁଣ୍ଟ ଟେଷ୍ଟ୍‌ରେ ଭାରତ ବିଜୟୀ

1 hour ago 1
ARTICLE AD BOX

ଗଲ୍‌: ଉଦୀୟମାନ ବାମହାତୀ ସ୍ପିନର୍‌ ମାନବ ସୂତାରଙ୍କ ଚମକରେ ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶଙ୍ଖଳାରେ ଭାରତ ୧-୦ରେ ଆଗୁଆ ‌ହେଇଯାଇଛି। ଏହି ବିଜୟ ସହ ଭାରତ ନିଜର ୬୦୦ତମ ମାଇଲ୍‌ଖୁଣ୍ଟ ଟେଷ୍ଟ୍‌କୁ ଆହୁରି ସ୍ମରଣୀୟ କରିଛି। ଗଲ୍‌ରେ ଖେଳାଯାଇଥିବା ପ୍ରଥମ‌ ଟେଷ୍ଟ୍‌ରେ ସୂଥାରଙ୍କ ୧୦ ୱିକେଟ୍‌ ସଫଳତା ବଳରେ ଭାରତ ୧୬୫ ରନ୍‌ରେ ଘରୋଇ ଶ୍ରୀଲଙ୍କାକୁ ପରାସ୍ତ କରିଛି। ପ୍ରଥମ ପାଳିରେ ୪ ୱ‌କେଟ୍‌ ନେଇଥିବା ସୂଥାର ଦ୍ବିତୀୟରେ ୬/୫୫ ସଫଳତା ପାଇବାରୁ ୩୭୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଶ୍ରୀଲଙ୍କା ୨୦୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ତେବେ ପ୍ରଥମ ପାଳି ୧୬୭ ଓ ଦ୍ବିତୀୟରେ ୪୪ ରନ୍‌ କରିଥିବା ଦେବଦତ୍ତ ପଡ଼ିକଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦ୍ବିତୀୟ ତଥା ଶେଷ ‌ଟେଷ୍ଟ୍‌ ମ୍ୟାଚ୍‌ କଲମ୍ବୋରେ ୨୩ ତାରିଖରୁ ଖେଳାଯିବ।

ଦେବଦତ୍ତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି

ବୁଧବାର ୮୪/୪ରୁ ଖେଳ ଆରମ୍ଭ କରିଥିବା ଶ୍ରୀଲଙ୍କା ୫୮ ରନ୍‌ ଯୋଡ଼ିବା ପରେ ଅଧିନାୟକ ଧନଞ୍ଜୟ ଡି’ସିଲ୍‌ଭା (୫୯) ପ୍ୟାଭିଲିୟନ୍‌ ଫେରିଥିଲେ। ତାଙ୍କୁ ଜାଡ଼େଜା ଆଉଟ୍‌ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ତାଙ୍କ ପରେ ପରେ ନିରୋଶାନ ଡିକ୍‌ୱାଲ (୧୦)ଙ୍କୁ ପ୍ରସିଦ୍ଧ କୃଷ୍ଣ ପ୍ୟାଭିଲିୟନ୍‌ ପଠାଇ ଦେଇଥିଲେ। ମଧ୍ୟାହ୍ନ ଭୋଜନ ବେଳୁ ଶ୍ରୀଲଙ୍କା୧୭୫/୬ କରିଥିଲା। ହେଲେ ଏହାପରେ ଦଳ ୧୦ ଓଭର ଖେଳି ଅବଶିଷ୍ଟ ୪ ୱିକେଟ୍‌ ହରାଇ ପରାଜୟ ବରଣ କରିଥିଲା। ଦ୍ବିତୀୟ ଅଧିବେଶନର ଅଷ୍ଟମ ଓଭରରେ ସୂଥାର ୩ ୱିକେଟ୍‌ ନେଇ ଭାରତର ବିଜୟ ନିଶ୍ଚିତ କରିଥିଲେ। ପ୍ରଥମ ବଲରେ ସୋନାଲ ଦିନୁଶା (୮୪)ଙ୍କୁ ଓ ଦ୍ବିତୀୟରେ ପବଥ ଜୟସୂରିଆ (୦)ଙ୍କୁ ଆଉଟ୍‌ କରି ହ୍ୟାଟ୍ରିକ୍‌ ଆଶା ସଞ୍ଚାର କରିଥିଲେ। ‌ଏହା ହୋଇ ପାରି ନଥିଲେ ମଧ୍ୟ ଶେଷ ବଲ୍‌ରେ ଲାହରି କୁମାରାଙ୍କୁ ଆଉଟ୍‌ କରି ଲଗାତାର ଦ୍ବିତୀୟ ଟେଷ୍ଟ୍‌‌ରେ ସୂଥାର ୫ ୱିକେଟ୍‌ ସଫଳତା ପାଇଥିଲେ। ନିଜର ପରବର୍ତ୍ତୀ ଓଭରରେ କେଶରା ନୱାନ୍ଥା (୨୦)ଙ୍କୁ ୨୪ ବର୍ଷୀୟ ସୂଥାର ପ୍ୟାଭିଲିୟନ୍‌ ପଠାଇ ଭାରତକୁ ବିଜୟୟ ଭେଟି ଦେଇଥିଲେ। ଏଥିସହ ସୂଥାର ୨ ଟେଷ୍ଟ୍‌ ଖେଳି ୨ ଥର ଯାକ ୧୦ ୱିକେଟ୍‌ ନେବାର ଗୌରବ ପାଇଥି‌ଲେ।

US Open: ୟୁଏସ୍‌ ଓପନ୍‌: ୪୬ ବର୍ଷୀୟା ଭେନସ୍‌ଙ୍କୁ ୱାଇଲ୍ଡ କାର୍ଡ

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି-୪୬୨। ଶ୍ରୀଲଙ୍କା ପ୍ରଥମ ପାଳି-୨୮୪, ଭାରତ ଦ୍ବିତୀୟ ପାଳି ୧୯୩ (ଋଷଭ ପନ୍ତ-୬୬, ଦେବଦତ୍ତ ପଡ଼ିକଲ-୪୪, କେଏଲ୍‌ ରାହୁଲ-୩୫, ଅସିତ ଫର୍ଣ୍ଣାଣ୍ଡୋ-୪/୩୧, ପ୍ରବଥ ଜୟସୂରିୟା-୩/୪୩,)। ଶ୍ରୀଲଙ୍କା ଦ୍ବିତୀୟ ପାଳି ୭୭.୪ ଓଭରରେ ୨୦୬ (ସୋନାଲ ଦିନୁଶା-୮୪, ଧନଞ୍ଜୟ ଡି’ସିଲ୍‌ଭା-୫୯, କେଶରା ନୱାନ୍ଥା-୨୦, ମାନବ ସୂଥାର-୬/୫୫, ରବୀନ୍ଦ୍ର ଜାଡ଼େଜା-୨/୧୬))।

Read Entire Article
LEFT SIDEBAR AD

Hidden in mobile, Best for skyscrapers.