ARTICLE AD BOX
ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ଶନିବାର ଏହାର କାର୍ଯ୍ୟକାରିତା ଓ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ନେଇ ଦିଆଯାଇଥିବା ସ୍ପଷ୍ଟୀକରଣକୁ ରବିବାର ସିପିଆଇ(ଏମ୍) ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଛି। ସିପିଆଇଏମ୍ ପଲିଟ୍ବ୍ୟୁରୋ ପକ୍ଷରୁ କୁହାଯାଇଛି ଯେ, ଇସିଆଇ ଉପରେ ନିକଟରେ ଉଠାଯାଇଥିବା ଗମ୍ଭୀର ପ୍ରଶ୍ନଗୁଡ଼ିକ ଜବାବ ରଖିବାରେ ଏହା ବିଫଳ ହୋଇଥିବା କହି ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି।
ଆହୁରି ପଢନ୍ତୁ : SAIL Chairman Visits ଦିନିକିଆ ରାଉରକେଲା ଗସ୍ତରେ ଡ. ଅଶୋକ କୁମାର ପଣ୍ଡା
ଏକ ବିବୃତିରେ, ସିପିଆଇ(ଏମ୍) ପଲିଟବ୍ୟୁରୋ କହିଛି ଯେ, ବିରୋଧୀ ଦଳ ଓ ସିଭିଲ ସୋସାଇଟି ସଂଗଠନଗୁଡ଼ିକ ଦ୍ୱାରା ଏସ୍ଆଇଆର୍ ପ୍ରକ୍ରିୟା ଉପରେ ଉଠାଯାଇଥିବା ଚିନ୍ତାକୁ ନିର୍ବାଚନ ଆୟୋଗଙ୍କ ଭିତରୁ ଉଠିଥିବା ଆପତ୍ତି ପ୍ରକାଶ ପାଇବା ଦ୍ୱାରା ସେମାନଙ୍କ ଦ୍ୱାରା ଉଠାଯାଇଥିବା ଚିନ୍ତା ଆହୁରି ଦୃଢ଼ ହୋଇଛି। ସେପ୍ଟେମ୍ବର ୨୩ ତାରିଖରେ ଇଣ୍ଡିଆନ୍ ଏକ୍ସପ୍ରେସ୍ ପକ୍ଷରୁ ପ୍ରକାଶିତ ରିପୋର୍ଟ ଉପରେ ସିପିଆଇଏମ୍ ପକ୍ଷରୁ ଏହା କୁହାଯାଇଛି।

4 hours ago
1


