Court Judgement ପତ୍ନୀହନ୍ତା ସ୍ୱାମୀଙ୍କୁ ଆଜୀବନ ଜେଲ୍‌, ୧୫ ହଜାର ଟଙ୍କା ଜରିମାନା

1 hour ago 2
ARTICLE AD BOX

ପାରଳାଖେମୁଣ୍ଡି:  ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସା ହୋଇଥିଲା। ଏହି ସମୟରେ ଉତକ୍ଷିପ୍ତ ହୋଇ ଏକ କାତିରେ ହାଣି ହତ୍ୟା କରିଥିଲେ। ମାମଲାର ବିବାର କରି ଜିଲ୍ଲା ସେସନ୍‌ସ କୋର୍ଟ  ଅଭିଯୁକ୍ତ ପତିକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। 

ହତ୍ୟାକାରୀ ସାଜିଲେ ଦ୍ବିତୀୟ ଈଶ୍ବର: ବିଷ ଇଞ୍ଜେକ୍ସନ ଦେଇ କଲେ ପତ୍ନୀହତ୍ୟା

ଗଜପତି ଜିଲ୍ଲା ସେସନ୍‌ ଜଜ୍‌ ଜଗଦୀଶ ପ୍ରସାଦ ମହାନ୍ତି ମାମଲାର ଶୁଣାଣି କରି ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ସମସ୍ତ ସାକ୍ଷ୍ୟ, ପ୍ରମାଣ ଓ ସମସ୍ତ ପକ୍ଷର ଯୁକ୍ତିକୁ ବିଚାର କରି ଅଭିଯୁକ୍ତ ସେରଙ୍ଗ ଥାନା କୁଡିଙ୍ଗଡ଼ା ଗାଁର ଇଲାମ ଦଳବେହେରା (୬୨)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଜୀବନ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଆର୍ଥିକ ଦଣ୍ଡର ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟରେ ଅତିରିକ୍ତ ୬ ମାସ କାରାଦଣ୍ଡ ଭୋଗିବେ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି। 

କଟକ: ପତ୍ନୀହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଗୁଣୁପୁରୁର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

ମାମଲାର ବିବରଣୀ ଅନୁଯାୟୀ, ୨୩ ଅକ୍ଟୋବର ୨୦୨୨ ସକାଳ ପ୍ରାୟ ୯ଟାରେ ଇଲାମଙ୍କ ଝିଅ ଜିନନ୍ତି ଦଳବେହେରା (୨୦) ଅସୁସ୍ଥ ଥିବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେବା ପାଇଁ ମାଆ ବୁଢ଼ୀ ଦଳବେହେରା ସ୍ୱାମୀଙ୍କୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଇଲାମ ପତ୍ନୀଙ୍କୁ ଘରୁ ରାସ୍ତା ପର୍ଯ୍ୟନ୍ତ ମାଡ଼ ମାରି ନେଇଯାଇଥିଲେ। ପରେ ହାତରେ ଧରିଥିବା କାତିରେ ତାଙ୍କ ବେକକୁ ହାଣି ଦେଇଥିଲେ। ପ୍ରବଳ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ବୁଢ଼ୀଙ୍କ ମୃତ୍ୟୁ ହୋଇଥିଲା।

କାରାଗାର ମଧ୍ୟରୁ ବିଚାରଧୀନ କଏଦୀ ଚମ୍ପଟ, ପତ୍ନୀହତ୍ୟା ଅଭିଯୋଗରେ ଗିରଫ ହୋଇଥିଲା ଅଭିଯୁକ୍ତ

ଘଟଣା ପରେ ଇଲାମ ଫେରାର ହୋଇଯାଇଥିଲେ। ମୃତକଙ୍କ ଝିଅ ଜିନନ୍ତି ଓ ପୁଅ ଆକାଶ ଦଳବେହେରା ମାଆଙ୍କ ମୃତଦେହକୁ ଘର ବାରଣ୍ଡାକୁ ଆଣିଥିଲେ। ପରେ ଜିନନ୍ତିଙ୍କ ଅଭିଯୋଗକ୍ରମେ ସେରଙ୍ଗ ଥାନାରେ ୮୫/୨୨ ନମ୍ବର ମାମଲା ରୁଜୁ ହୋଇଥିଲା। ତତ୍କାଳୀନ ଇନ୍ସପେକ୍ଟର ଅଶୋକ କୁମାର ହାନ୍ସଦା ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିଲେ।

Wife killerଦୋଷୀ ଇଲାମ ଦଳବେହେରା

ମାମଲାରେ ୧୨ ଜଣ ସାକ୍ଷୀଙ୍କ ବୟାନ ଓ ୨୫ଟି ଦସ୍ତାବିଜ୍‌କୁ ଦାଖଲ ହୋଇଥିଲା। ସରକାରଙ୍କ ପକ୍ଷରୁ ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ମାମଲା ପରିଚାଳନା କରିଥିବା ବେଳେ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ମଣ୍ଡଳା ଲୋକନାଦମ ସହାୟତା କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.