Corex: ବରଗଡ଼କୁ ଚାଲାଣ ହେଉଥିବାବେଳେ ସମ୍ବଲପୁରରୁ ବିପୁଳ କୋରେକ୍ସ ଏବଂ ନିଶା ଟାବଲେଟ ଜବତ

13 hours ago 1
ARTICLE AD BOX

ସମ୍ବଲପୁର: ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ବିପୁଳ କୋରେକ୍ସ ଏବଂ ନିଶା ଟାବଲେଟ ଜବତ କରାଯାଇଛି l କଟକ ଜଗତପୁରରୁ ସମ୍ବଲପୁର ଆସୁଥିବାବେଳେ ସମ୍ବଲପୁର ହାତିବାରୀରେ କୋରେକ୍ସ ଗାଡିକୁ ପିଛା କରି ଧରିଛି ଅବକାରୀ ବିଭାଗ | ଏହି ନିଶା ସାମଗ୍ରୀ ସମ୍ବଲପୁରରୁ ପୁଣି ବରଗଡ଼ ଜିଲ୍ଲାକୁ ଯାଇଥାନ୍ତା l

Advertisment

ଆହୁରି ପଢନ୍ତୁ: 20 shelters: ୩ ବର୍ଷ ପରେ ବି ନିର୍ମାଣ ହେଲାନି ୨୦ ଆଶ୍ରୟସ୍ଥଳ: ବାଲେଶ୍ବରକୁ ଡରାଉଛି ବନ୍ୟା, ବାତ୍ୟା

ତେବେ ଖବର ପାଇ ଅବକାରୀ ବିଭାଗ ରେଢ଼ାଖୋଲ ଅଂଚଳରୁ ପିକଅପ ଗାଡିକୁ ପିଛା କରିଥିଲା l ହାତିବାରୀ ଟୋଲଗେଟରେ ପିକଅପକୁ ଅଟକ ରଖିବା ପରେ ସେଥିରୁ ପ୍ରାୟ ୨୪୦୦ ବୋତଲ କଫ ସିରଫ ଓ ୧୦୦୦ରୁ ଉର୍ଦ୍ଧ୍ବ ନିଶା ବଟିକା ଜବତ ହୋଇଛି l ଏହି ଘଟଣାରେ ଡ୍ରାଇଭରକୁ ମଧ୍ୟ ଗିରଫ କରିଛି ଅବକାରୀ ବିଭାଗ |

Read Entire Article
LEFT SIDEBAR AD

Hidden in mobile, Best for skyscrapers.