Contaminated Groundwater ଦଶପଲ୍ଲାରେ ଦୂଷିତ ଭୂତଳ ଜଳ ଚିନ୍ତା: ୪୮ଟି ସ୍ଥାନରେ ଅଧିକ ଫ୍ଲୋରାଇଡ୍, ଅଚଳ ବିଶୋଧକ ଯନ୍ତ୍ର

1 hour ago 1
ARTICLE AD BOX

ଦଶପଲ୍ଲା(ପ୍ରଫୁଲ୍ଲ ପଣ୍ଡା): ଦଶପଲ୍ଲାର ଅନେକ ଗ୍ରାମାଞ୍ଚଳରେ ଭୂତଳ ଜଳରେ ଲୌହ, ଆରସେନିକ୍‌, ଲିଡ୍‌, ଫ୍ଲୋରାଇଡ୍‌ ଭଳି ଭାରୀ ଖଣିଜପଦାର୍ଥର ମାତ୍ରା ଅଧିକ ରହିଛି। ଅଭିଯୋଗ ପରେ ବିଭାଗ ପକ୍ଷରୁ ନଳକୂପ ଓ କୂପ ଜଳର ନମୁନା ପରୀକ୍ଷଣ କରାଯାଇଛି, କିନ୍ତୁ ଏଯାଏଁ କୌଣସି ପ୍ରତିକାର କରାଯାଉନାହିଁ। 

Water: ଲୋକଙ୍କୁ ନିଅଣ୍ଟ ଇଟାକୁ ପାଣି: ଯାଜପୁରରେ ୫ ଶହରୁ ଊର୍ଦ୍ଧ୍ବ ଇଟାଭାଟି, ଶୋଷୁଛନ୍ତି ଲକ୍ଷଲକ୍ଷ କ୍ୟୁସେକ୍‌ ଭୂତଳ ଜଳ

ପାନୀୟ ଜଳ ନିମନ୍ତେ ବ୍ୟବହାର ହେଉଥିବା ଜଳର ଏକ ମାନକ ରହିଛି। ପାଣିରେ ଫ୍ଲୋରାଇଡ୍‌ ପରିମାଣ ଲିଟର ପ୍ରତି ୨ ମିଲିଗ୍ରାମରୁ ଅଧିକ ରହିଥାଏ ସେସବୁ ପାଣି ସ୍ବାସ୍ଥ୍ୟପ୍ରତି କ୍ଷତିକାରକ ହୋଇଥାଏ। ସେହି ପାଣିକୁ ବ୍ୟବହାର କଲେ ଦାନ୍ତର ରଙ୍ଗ ପରିବର୍ତ୍ତନ ହେବାସହ ଶୀଘ୍ର ଦାନ୍ତ ଭାଙ୍ଗିବା, ବାତ ଓ ଅନ୍ୟ ରୋଗ ସୃଷ୍ଟି ହେବାର ସମ୍ଭାବନା ରହିଥାଏ। ସେସବୁ ସ୍ଥାନରେ ଆବଶ୍ୟକ ପରୀକ୍ଷଣ କରାଯାଇ ଫ୍ଲୋରାଇଡ୍‌ ଅପସାରଣ ପ୍ଲାଣ୍ଟକୁ ବ୍ୟବହାର କରାଯାଇ ଲୋକଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଥାଏ।  ଏହି ଜଳର ନମୁନା ଦଶପଲ୍ଲା ସ୍ଥିତ ଉପଖଣ୍ତ ଜଳ ପରୀକ୍ଷାଗାରରେ ଦଶପଲ୍ଲା ସମେତ ନୂଆଗାଁ ଓ ଗଣିଆ ବ୍ଲକରେ ଥିବା ବିଭିନ୍ନ ନଳକୂପର ପାଣିକୁ ସଂଗ୍ରହ କରାଯାଇ ପରୀକ୍ଷା କାରାଯାଇଥାଏ। 

Climate change: ସହରଗୁଡ଼ିକ ପାଇଁ ଦ୍ୱିଗୁଣିତ ବିପଦ ସୃଷ୍ଟି କରୁଛି ବର୍ଦ୍ଧିତ ତାପମାତ୍ରା ଏବଂ ଭୂତଳ ଜଳ ହ୍ରାସ
ମିଳିଥିବା ସୂଚନାରେ,  ଦଶପଲ୍ଲା ବ୍ଲକ ସମେତ ନୂଆଗାଁ ଓ ଗଣିଆ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ପ୍ରଚୁର ପରିମାଣର ଫ୍ଲୋରାଇଡ୍‌ ରହୁଥିବା ଜଣାପଡ଼ିଛି। ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଉପରେ ନଜର ପକାଇଲେ ଦଶପଲ୍ଲା ବ୍ଲକ ଓ ଏନ୍ଏସିର ୧୪ଟି ସ୍ଥାନର ପାଣିରେ ଫ୍ଲୋରାଇଡ୍‌ ପରିମାଣ ଅଧିକ ରହିଛି। ଏନ୍ଏସିର ମାଳିସାହି ପାଟଣା ସ୍ଥିତ ଅଶାନ୍ତି ବେହେରାଙ୍କ ଘର ନିକଟରେ ଥିବା ନଳକୂପରେ ୪.୦୫୦ ପରିମାଣ ଫ୍ଲୋରାଇଡ୍‌ ରହିଥିବା ବେଳେ ନାଲୁ ମିଶ୍ରଙ୍କ ଘର ନିକଟରେ ଥିବା ନଳକୂପରେ ୩. ୦୮୦ ପରିମାଣ ଫ୍ଲୋରାଇଡ୍‌ ରହିଛି। ସେହିଭଳି ଶିମିଳିସାହି ପଞ୍ଚାୟତ କଇମ ଚଷାସାହିଠାରେ ନଳକୂପରେ ୨.୪୪୦, ନଛିପୁର ପଞ୍ଚାୟତର ସଦା ବିଶ୍ବାଳଙ୍କ ଘରଠାରେ ଥିବା ନଳକୂପରେ ୩.୨୦୦, ଡିହଗାଁ ପଞ୍ଚାୟତର ମଧୁପୁର ଏମ୍ଇ ସ୍ମୁଲଠାରେ ୩. ୩୫୦, ହାଇସ୍କୁଲଠାରେ ୪.୦ ପରିମାଣର ଫ୍ଲୋରାଇଡ୍‌ ରହିଛି। ସେହିପରି ଗଣିଆ ବ୍ଲକର ୭ଟି ଓ ନୂଆଗାଁ ବ୍ଲକର ୨୭ଟି ନଳକୂପରେ ମାତ୍ରାଧିକ ପରିମାଣର ଫ୍ଲୋରାଇଡ୍‌ ଥିବା ଜଣାପଡ଼ିଛି। ଏହି ୩ବ୍ଲକ ମଧ୍ୟରେ ନୂଆଗାଁ ପଞ୍ଚାୟତର ଶିଙ୍ଗାରପଲ୍ଲୀ ଶୁଣ୍ଢିଝୋଲା ସ୍କୁଲ କ୍ୟାମ୍ପସରେ ୫.୨୫୦, ଦୁର୍ଦୁରାର ନୂଆପଲ୍ଲୀ ପାଣି ପଞ୍ଚାୟତ ଠାରେ ୫.୫୯୦, ଦୁର୍ଦୁରାର ଏକତାଳ ପ୍ରାଥମିକ ବିଦ୍ୟାଳୟଠାରେ ୫. ୦୧୦, ଢେଙ୍କେଣାର ସିତାରାମପୁରଠାରେ ୬.୨୫୦ ପରିମାଣର ଫ୍ଲୋରାଇଡ୍‌ ରହିଛି। 
ଯେଉଁସବୁ ସ୍ଥାନରେ ମାତ୍ରାଧିକ ପରିମାଣର ଫ୍ଲୋରାଇଡ୍‌ ରହିଛି ସେସବୁ ସ୍ଥାନରେ ଫ୍ଲୋରାଇଡ଼ ଅପସାରଣ ପ୍ଲାଣ୍ଟ ସଂଯୋଗ କରାଯାଇଥିଲା। ହେଲେ ଦଶପଲ୍ଲା ବ୍ଲକର ଯେଉଁସବୁ ସ୍ଥାନରେ ଏ ପ୍ଲାଣ୍ଟ ସଂଯୋଗ କରାଯାଇଛି ସେଥିମଧ୍ୟରୁ ଗୋଟିଏ ବି କାମରେ ଆସୁନାହିଁ। ଫଳରେ ଲୋକମାନେ ସିଧାସଳଖ ଫ୍ଲୋରାଇଡ୍‌ଯୁକ୍ତ ପାଣିପିଇ ନାନା ରୋଗର ସମ୍ମୁଖୀନ ହେଉଛନ୍ତି।

ମୟୂରଭଞ୍ଜବାସୀଙ୍କ ଚିନ୍ତା ବଢ଼ାଉଛି ଫ୍ଲୋରାଇଡ୍‌ଯୁକ୍ତ ପାଣି: କପ୍ତିପଦା, ଠାକୁରମୁଣ୍ଡା ଓ ରରୁଆଁ ପାଇଁ ହାଇଆଲର୍ଟ
 ସେହିଭଳି ଲୌହ ପରିମାଣ ଉପରେ ନଜର ପକାଇଲେ ଦଶପଲ୍ଲା ବ୍ଲକରେ ୨୨, ଗଣିଆ ବ୍ଲକରେ ୯ ଓ ନୂଆଗାଁ ବ୍ଲକରେ ୨୦ଟି ସ୍ଥାନରେ ଆଇରନ୍ ପରିମାଣ ଅଧିକ ଥିବା ରିପୋର୍ଟରୁ ଜଣାପଡ଼ିଛି। ଏ ନେଇ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ମନୋଜ କୁମାର ସେଠୀଙ୍କ କହିବା ଅନୁଯାୟୀ, ଯାହା ସବୁ ରିପୋର୍ଟ ଆସୁଛି ତାକୁ ଉପରକୁ ପଠାଯାଉଛି। ସେଠାରୁ ଅନୁ‌ମୋଦନ ହେଲେ ବିଶୋଧକ ଯନ୍ତ୍ର  ସଂଯୋଗ କରାଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.