Container Corporation: ଅଜିତ କୁମାର ପଣ୍ଡା କଣ୍ଟେନର୍‌ କର୍ପୋରେସନ୍‌ର ନୂଆ ସିଏମ୍‌ଡି

1 week ago 5
ARTICLE AD BOX

ଭୁବନେଶ୍ୱର: ରେଳ ମନ୍ତ୍ରଣାଳୟ ଅଧୀନସ୍ଥ ଏକ ନବରତ୍ନ କମ୍ପାନି ‘କଣ୍ଟେନର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍‌’(କଙ୍କର)ର ନୂଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଅଜିତ କୁମାର ପଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତି। 

ଭାରତୀୟ ରେଳ ଯାନ୍ତ୍ରିକ ସେବାର ୧୯୯୦ ବ୍ୟାଚ୍‌ର ଅଧିକାରୀ ଶ୍ରୀ ପଣ୍ଡା ଏହା ପୂର୍ବରୁ କମ୍ପାନିର ନିର୍ଦ୍ଦେଶକ (ପ୍ରକଳ୍ପ ଓ ସେବା), ରେଳ ବିକାଶ ନିଗମ ଲିମିଟେଡ (ଆର୍‌ଭିଏନ୍‌ଏଲ୍‌)ର ପରିଚାଳନା ନିର୍ଦ୍ଦେଶକ, ରେଳ ବୋର୍ଡର ନିର୍ଦ୍ଦେଶକ ଓ ପୂର୍ବତଟ ରେଳପଥର ମଞ୍ଚେଶ୍ୱର ସ୍ଥିତ ମୁଖ୍ୟ ରେଳ କାରଖାନା ପ୍ରବନ୍ଧକ ଭାବେ ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ। ଏଥିସହ ସେ ଦକ୍ଷିଣ ପୂର୍ବ ରେଳପଥରେ ମଧ୍ୟ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି।

ଟ୍ରେନ ଚକ ତଳେ ରହି ଯୁବକ ୨୫୦ କିଲୋମିଟର ଯାତ୍ରା କରିବାର ଭିଡିଓ ବିଭ୍ରାନ୍ତିକର:ରେଳ ମନ୍ତ୍ରଣାଳୟ

ସେ ହରିଦାସପୁର ପାରାଦୀପ ରେଲ କମ୍ପାନି ଲିମିଟେଡ୍‌, ଅନୁଗୁଳ ସୁକିନ୍ଦା ରେଲ ଲିମିଟେଡ୍‌, କୁଚ୍ ରେଲ କମ୍ପାନି ଲିମିଟେଡ୍‌ ଓ କ୍ରିଷ୍ଣାପାଟନମ ରେଲ କମ୍ପାନି ଲିମିଟେଡ୍‌ ଭଳି ଚାରିଟି ଏସ୍‌ପିଭି ବୋର୍ଡରେ ମଧ୍ୟ ନିର୍ଦ୍ଦେଶକ ଥିଲେ। ସେ ଦୁଇଥର ରେଳ ମନ୍ତ୍ରୀଙ୍କ ଜାତୀୟ ପୁରସ୍କାର ପାଇଛନ୍ତି। ଶ୍ରୀ ପଣ୍ଡା ନିଟ୍‌ ରାଉରକେଲାରୁ ମେକାନିକାଲ୍ ଇଞ୍ଜିନିୟରିଂରେ ବିଏସି ଇଞ୍ଜିନିୟରିଂ ଓ ଆଇଆଇଟି ଦିଲ୍ଲୀରୁ ଥର୍ମାଲ ଇଞ୍ଜିନିୟରିଂରେ ଏମ୍ ଟେକ୍ ଡିଗ୍ରି ହାସଲ କରିବା ସହ ଯାଜପୁର ଜିଲ୍ଲାର ରାଇପୁର ହାଇସ୍କୁଲ ଓ ରେଭେନ୍ସା କଲେଜରେ ମଧ୍ୟ ପଢ଼ିଥିଳେ। ତାଙ୍କ ପିତା କୃଷ୍ଣଚନ୍ଦ୍ର ପଣ୍ଡା ରାଇପୁର ହାଇସ୍କୁଲର ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଓ ମାତା ଅନ୍ନପୂର୍ଣ୍ଣା ପଣ୍ଡା ହଳଧରପୁର ସ୍କୁଲର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଅଟନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.