Congress to PM Modi: ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ପ୍ରଧାନମନ୍ତ୍ରୀ ସଂସଦରେ ବିବୃତି ଦିଅନ୍ତୁ ବୋଲି ଦାବି କଲା କଂଗ୍ରେସ

1 hour ago 1
ARTICLE AD BOX
 ପ୍ରଧାନମନ୍ତ୍ରୀ ସଂସଦରେ ବିବୃତି ଦିଅନ୍ତୁ ବୋଲି ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ: ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ବାହାରେ ଏକତରଫା ''ମନ୍ କି ବାତ୍'' ନକରି ଗୃହରେ ନିଜର ବିବୃତି ରଖନ୍ତୁ ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଦାବି କରିଛନ୍ତି। ସୋସିଆଲ ମିଡିଆ ''ଏକ୍ସ'' ରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାକୁ ସମାଲୋଚନା କରି ଖଡଗେ କହିଛନ୍ତି ଯେ ସଂସଦ ଅଧିବେଶନ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ରାତିଅଧିଆ ଭିଡିଓ ଜାରି କରିବା ବଦଳରେ ସଂସଦ ଗୃହରେ ଆସି ଜବାବ ଦେବା ଉଚିତ୍।

ଏହାସହ ଖଡଗେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବା ସହ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ନିକଟରେ ସରକାର କ୍ଷମା ପ୍ରାର୍ଥନା କରନ୍ତୁ ଏବଂ ସେମାନଙ୍କ ଉପରେ ଲାଠିଚାଳନା ନିର୍ଦ୍ଦେଶ ଦେଇଥିବା ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କହିଛନ୍ତି। ଏହି ପଦକ୍ଷେପଗୁଡ଼ିକ ଗ୍ରହଣ କରାଯିବା ପରେ ହିଁ ବିରୋଧୀ ଦଳ ଶିକ୍ଷା ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ, ଜାରି କରିଥିବା ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ଆସନ୍ତା ସପ୍ତାହରେ ସଂସଦରେ ଏକ କଠୋର ଆଇନ ଆଗତ କରାଯିବ ବୋଲି ଘୋଷଣା କରିଥିଲେ। ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ ରଖିବାକୁ ସରକାର ତୁରନ୍ତ ପୁନଃ ପରୀକ୍ଷା କରାଇଥିବା ସେ ପ୍ରକାଶ କରିଥିଲେ। ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ମୋଦୀଙ୍କ ଏହି ଭିଡିଓକୁ ସମାଲୋଚନା କରି ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.