Conference: ନଭେମ୍ବର ୧୫ରୁ ଭୁବନେଶ୍ବରରେ ଅଖିଳ ଭାରତୀୟ ଆଦିବାସୀ ଲେଖକ ସମ୍ମିଳନୀ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ସାହିତ୍ୟ ଅକାଦେମି ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆସନ୍ତା ୧୫ ଓ ୧୬ ନଭେମ୍ବର ୨୦୨୬ରେ ଓଡ଼ିଶାର ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ଦୁଇଦିନିଆ ‘ଅଖିଳ ଭାରତୀୟ ଆଦିବାସୀ ଲେଖକ ସମ୍ମିଳନୀ’ ଅନୁଷ୍ଠିତ ହେବ। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ‘ଜନଜାତୀୟ ଗୌରବ ଦିବସ’ ପାଳନ ଉପଲକ୍ଷେ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। ଏହି ଜାତୀୟ ସ୍ତରୀୟ ସାହିତ୍ୟିକ ସମାବେଶରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ଆଦିବାସୀ ଭାଷାର ୪୦ରୁ ଅଧିକ ଲେଖକ ଅଂଶଗ୍ରହଣ କରିବେ। 

ଉଦ୍‌ଘାଟନୀ ଅଧିବେଶନରେ ରାଜ୍ୟପାଳ ବ୍ରଜମୋହନ ରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିବେ। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନନୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବେ। ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ  ଡକ୍ଟର ଗୌରହରି ଦାସ ଏବଂ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ଶାସନ ସଚିବ ବିଜୟ କେତନ ଉପାଧ୍ୟାୟ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ସାହିତ୍ୟ ଅକାଦେମିର ସଚିବ ଡକ୍ଟର ବରୁଣ ଗୁଲାଟି ପ୍ରାରମ୍ଭିକ ଅଭିଭାଷଣ ଏବଂ ଡକ୍ଟର ପି. ଶିବରାମକୃଷ୍ଣ ମୂଳ ଭାଷଣ ପ୍ରଦାନ କରିବେ। ଓଡ଼ିଶା ସାହିତ୍ୟ ଏକାଡେମିର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଧନ୍ୟବାଦ ଅର୍ପଣ କରିବେ। 

ଓଡ଼ିଶା ସାହିତ୍ୟ ଏକାଡେମୀର ୬୮ତମ ସ୍ୱନକ୍ଷତ୍ର ଦିବସ: ‘ନୂତନ ସାହିତ୍ୟ‌ାନୁରାଗୀ ପିଢ଼ି ଗଠନରେ ଏକାଡେମୀ ସଫଳ’

ଏହି ସମ୍ମିଳନୀରେ ଆସାମ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଓଡ଼ିଶା, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟର ଆଦିବାସୀ ସମ୍ପ୍ରଦାୟର  ଲେଖକମାନେ ଅଂଶଗ୍ରହଣ କରିବେ। ସେମାନେ ଆଓ, ବଞ୍ଜାରା, ବୈଗାନୀ, ଭିଲି-ରଥୱା, ଦେଶିଆ, ଗାରୋ, ଗୋଣ୍ଡି, ହାଲବି, ହକ୍କିପିକ୍କି, ହୋ, କାର୍ବି, ଖଡ଼ିଆ, କୋଟା, ମିଜୋ, ମୁଣ୍ଡାରୀ, ମୁଥୁଭାନ, ନିଶି, ସଉରା, ଟୋଡା, ୱାଗଡି ଏବଂ ୱାର୍ଲି ଆଦି ବିଭିନ୍ନ ଆଦିବାସୀ ଭାଷାର ସମୃଦ୍ଧ ଭାଷାଗତ ଓ ସାଂସ୍କୃତିକ ବିବିଧତାର ପ୍ରତିନିଧିତ୍ୱ କରିବେ। 

୧୬ ନଭେମ୍ବର ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ଉଦ୍ଯାପନୀ ଅଧିବେଶନରେ ସାହିତ୍ୟ ଅକାଦେମିର ସଭାପତି ଡକ୍ଟର ମାଧବ କୌଶିକ ଅଧ୍ୟକ୍ଷତା କରିବେ। ସୁପରିଚିତ ଲେଖକ ତଥା ଓଡିଶା ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ଲଲାଟେନ୍ଦୁ ସାହୁ ସମାପନୀ ବକ୍ତବ୍ୟ ପ୍ରଦାନ କରିବେ। ହାୱଡ଼ାସ୍ଥିତ ହିନ୍ଦୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନନ୍ଦିନୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ବିଭିନ୍ନ ଅଧିବେଶନରେ ଡକ୍ଟର ଦମୟନ୍ତୀ ବେଶ୍ରା, ଡକ୍ଟର ଭାଗ୍ୟେଶ ଝା, ଡକ୍ଟର ବିଜୟାନନ୍ଦ ସିଂହ, ଚୈତନ୍ୟ ପ୍ରସାଦ ମାଝୀ ପ୍ରମୁଖ ବିଶିଷ୍ଟ ବିଦ୍ୱାନମାନେ ଅଂଶଗ୍ରହଣ କରିବେ। 

ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଆଦିବାସୀ ସାହିତ୍ୟ ଓ ସଂସ୍କୃତି ସହ ଜଡ଼ିତ ବିଭିନ୍ନ ବିଷୟବସ୍ତୁ ଉପରେ ଗବେଷଣାତ୍ମକ ପ୍ରବନ୍ଧ ପାଠ, ବହୁଭାଷୀ କ୍ଷୁଦ୍ରଗଳ୍ପ ପାଠ ଏବଂ ବହୁଭାଷୀ କବିତା ପାଠ ଅନୁଷ୍ଠିତ ହେବ। ଉଭୟ ଦିନ ସାହିତ୍ୟ ଅକାଦେମି ପକ୍ଷରୁ ଏକ ପୁସ୍ତକ ପ୍ରଦର୍ଶନୀ ଓ ବିକ୍ରୟ କେନ୍ଦ୍ରର ଆୟୋଜନ କରାଯିବ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.