ARTICLE AD BOX
ଭଦ୍ରକ (ହରିହର ନାୟକ): ଭଦ୍ରକର ନୂଆବଜାରସ୍ଥିତ ମଞ୍ଜୁଳା ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରୀକ୍ଷା କେନ୍ଦ୍ରରେ ଆଜି ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାଗୁଡ଼ିକରେ ମୋଟ ୩୫୯ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିରୁ ଚିତ୍ରାଙ୍କନରେ ୨୦୫ ଜଣ, ହସ୍ତାକ୍ଷରରେ ୮୯ ଜଣ ଓ ପ୍ରବନ୍ଧରେ ୬୫ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ଚିତ୍ରାଙ୍କନରେ ସାଇ ବିନାୟକ ଇଣ୍ଟରନେସନାଲ ସ୍କୁଲର ଛାତ୍ରୀ ଅର୍ଚ୍ଚିତା ମହାରଣା ପ୍ରଥମ, ଡିଏଭିଏସ୍ଡିପିଏସ୍ ପବ୍ଲିକ ସ୍କୁଲର ଛାତ୍ରୀ ସମୃଦ୍ଧି ଜେନା ଦ୍ୱିତୀୟ, ମଞ୍ଜୁଳା ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଶିବାଙ୍ଗୀ ଭୋଇଁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ହସ୍ତାକ୍ଷର ପ୍ରତିଯୋଗିତାରେ ମଞ୍ଜୁଳା ମଞ୍ଜରୀ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀ ସ୍ଵସ୍ତିରାଣୀ ପୃଷ୍ଠି ପ୍ରଥମ, ସେହି ସ୍କୁଲର ଛାତ୍ରୀ ହରପ୍ରିୟା ଦାସ ଦ୍ୱିତୀୟ, ଏସ୍ବିଡି ସ୍କୁଲର ଛାତ୍ରୀ ମାନ୍ୟତା ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଓଡ଼ିଆ ଭାଷା ଜ୍ଞାନ ପ୍ରତିଯୋଗିତାରେ ସାଇ ବିନାୟକ ଇଣ୍ଟରନେସନାଲ ସ୍କୁଲର ଛାତ୍ରୀ ଅନନ୍ୟା ଦାସ ପ୍ରଥମ , ସେହି ସ୍କୁଲର ଛାତ୍ରୀ ଅସୀମା ବେହେରା ଦ୍ୱିତୀୟ , ରୟାଲ ଆବାସିକ ସ୍କୁଲ ର ଛାତ୍ର ସୂର୍ଯ୍ୟକାନ୍ତ ମଲ୍ଲିକ ତୃତୀୟ ସ୍ଥାନ ଅଧିକାର କରି ଥିଲେ। ଏହି କୃତି ପ୍ରତିଯୋଗୀଙ୍କୁ ଅତିଥି ମାନର ପୁରସ୍କାର ପ୍ରଦାନ କରିଥିଲେ।
ଏହି ପ୍ରତିଯୋଗୀତାରେ ମୁଖ୍ୟ ଅତିଥି ଭାବରେ ଆଇ ଏମ୍ ଏ ର ଜିଲା ସଭାପତି ବରିଷ୍ଠ ଡାକ୍ତର ଆର୍ କେ ନାୟକ, ମୁଖ୍ୟ ବକ୍ତା ଭାବରେ ସମ୍ବାଦ ସାହିତ୍ୟଘରର ଜିଲା ସଭାପତି ପ୍ରଫେସର ଅଟଳ ବିହାରୀ ନାୟକ, ସମ୍ମାନିତ ଅତିଥି ଭାବରେ ସମ୍ବାଦ ସାହିତ୍ୟ ଘରର ଜିଲା ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ନିହାର ରଞ୍ଜନ କର, ନାଟ୍ୟଶ୍ରୀ ନିର୍ମଳ ରାଉତ, ଶିକ୍ଷାବିତ୍ ଗୟାଧର ପଣ୍ଡା, ଶିକ୍ଷାବିତ ଶରତ ଜେନା ପ୍ରମୁଖ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।
ଏହି ପ୍ରତିଯୋଗିତାରେ ବିଚାରକ ଭାବରେ ଚିତ୍ରଶିଳ୍ପୀ ଚୂଡାମଣି ଦାସ, ପ୍ରଧାନ ଶିକ୍ଷକ ରତିକାନ୍ତ ବେହେରା , ପ୍ରଧାନଶିକ୍ଷକ ବିଜୟ ମିଶ୍ର, ପ୍ରଧାନ ଶିକ୍ଷୟତ୍ରୀ ଡ୍ ଜାନକୀ ପାଢ଼ୀ, ପ୍ରାଧ୍ୟାପିକା ଡ ଉଷାରାଣୀ ଜେନା, କବୟତ୍ରୀ ତଥା ଶିକ୍ଷୟତ୍ରୀ ମନୋରମା ରାୟ, ଶିକ୍ଷୟତ୍ରୀ ଡ୍ ପୁଜାରାଣୀ ଘୋଷ ଯୋଗଦେଇ ପରୀକ୍ଷା ଖାତାର ମୂଲ୍ୟାଙ୍କନ କରିଥିଲେ।
ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ମୟୂରଭଞ୍ଜଜିଲ୍ଲା ଗୋପବନ୍ଧୁ ନଗର ବ୍ଲକରେ ବୃକ୍ଷରୋପଣ
ଏହି କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘରର ଉପସଭାପତି ଜଗନ୍ନାଥ ରାଉତ, କବି ବିପ୍ଲବ ହୋତା, ସାମ୍ବାଦିକ ଗଣେଶ ମହାନ୍ତି, ସାଧନ ଧୀର, ସମ୍ବାଦ ସାହିତ୍ୟ ଘରର ସଂଗଠନ ସମ୍ପାଦକ ପ୍ରକୃତି ବନ୍ଧୁ ବୈକୁଣ୍ଠ ବିଶ୍ଵାଳ, କବି ଅରୂପ ନାୟକ , କବି ଋତୁରାଜ ଅକ୍ଷୟ, ଉମାକାନ୍ତ ଜେନା , ସାମ୍ବାଦିକ ସତ୍ୟ ଭୂଷଣ ସ୍ୱାମୀ, ସାମ୍ବାଦିକ ସାଇ ବାପୁ, ଶିକ୍ଷୟତ୍ରୀ ବିଶ୍ଵବିଜୟନୀ ଦାସମହାପାତ୍ର, କବୟତ୍ରୀ ସଂଯୁକ୍ତା ବଳ ନାୟକ, ସାମ୍ବାଦିକ ଜଗବନ୍ଧୁ ବେହେରା, ବଳରାମ ରାଉତ, ବିଶ୍ୱହିନ୍ଦୁ ପରିଷଦର ବସନ୍ତ ରାଉତ ଓ ବିଦ୍ୟାଳୟର ଶିକ୍ଷକ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ପ୍ରତିଯୋଗିତାକୁ ସମ୍ବାଦର ଜିଲା ପ୍ରତିନିଧି ଡ଼ ହରିହର ନାୟକ ପରିଚାଳନା କରିଥିଲେ।

56 minutes ago
1


