Community Support Staff mass Resign ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକରେ ୩୫୦ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସମୂହ ଇସ୍ତଫା

50 minutes ago 1
ARTICLE AD BOX

ଛତ୍ରପୁର (ବସନ୍ତ କୁମାର ମହାରଣା):   ହଇରାଣ ଓ ନିର୍ଯାତନା ଅଭିଯୋଗରେ ଗଞ୍ଜାମଜିଲ୍ଲା ସୋରଡ଼ା ବ୍ଲକର ୨୬ ପଂଚାୟତର ୩୫୦ରୁ ଅଧିକ ଏମବିକେ, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, ଓ ସିଆରପି ଆଦି କମ୍ୟୁନିଟି ସପୋର୍ଟ ଷ୍ଟାଫ ସାମୂହିକ ଇସ୍ତଫା ଦେଇଛନ୍ତି।

ବ୍ୟାଙ୍କମିତ୍ର ଭାରତୀ ସିଂଙ୍କୁ ନିଲମ୍ବନ ଘଟଣା: ଜାତୀୟ ମାନବାଧିକାର କମିସନ୍‌‌ରେ ମାମଲା ରୁଜୁ
କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ଅଭିଯୋଗ ହେଲା, ସେମାନେ ଦୀର୍ଘ  ୧୪ ବର୍ଷ ହେଲା କାମ କରି ଆସୁଛନ୍ତି। ସରକାର ବିଭିନ୍ନ ଯୋଜନା ଗୁଡିକ ସୁଫଳ ରୂପାୟନ କରିବାରେ ସେମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।  ତେଵେ ସୋରଡ଼ା ବ୍ଲକରେ ସେମାନଙ୍କୁ ବ୍ୟାପକ ହଇରାଣ ଓ ନିର୍ଯାତନାର ଶିକାର ହେଉଛନ୍ତି। ଏପରିକି ଦରମା ପାଇଁ ଉପରିସ୍ଥ ଅଧିକାରୀମାନେ ଲାଞ୍ଚ ମଧ୍ୟ୍ୟ ମାଗୁଛନ୍ତି। ଏନେଇ ପୂର୍ବରୁ ଅଭିଯୋଗ କରିଥିଲେ, କେହି ଶୁଣିଲେ ନାହିଁ। ଏଣୁ ସେମାନେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। 

ପ୍ରାଣୀମିତ୍ର, କୃଷିମିତ୍ର ନିଯୁକ୍ତି‌ରେ ଅନିୟମିତତା: ବର୍ଷେ ହେଲାଣି ୭୫ଜଣଙ୍କୁ ମିଳୁନି ଦରମା
ଆଜି ଛତ୍ରପୁର ଆସି ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ଙ୍କୁ ଭେଟି ସେମାନଙ୍କ ସମସ୍ୟା ଗୁଡିକ ଅବଗତ କରାଇଥିଲେ। ନିଜର ଦାବିପତ୍ରର ନକଲ ଜିଲ୍ଲା ପରିଷଦ ସିଡିଓ, ଡିପିଏମ ମଧ୍ୟ୍ୟ ପ୍ରଦାନ କରିଛନ୍ତି |

Read Entire Article
LEFT SIDEBAR AD

Hidden in mobile, Best for skyscrapers.