commonwealth games 2026: କମନୱେଲଥ ଗେମ୍ସରେ ଭାରତକୁ ପ୍ରଥମ ପଦକ ଦେଲେ ଝଣ୍ଡୁ କୁମାର

57 minutes ago 1
ARTICLE AD BOX

ନୂଆଦିଲ୍ଳୀ: କମନୱେଲଥ ଗେମ୍ସରେ ଭାରତକୁ ପ୍ରଥମ ପଦକ । ପାରା ପାୱାରଲିଫ୍ଟର ଝଣ୍ଡୁ କୁମାର ଜିତିଲେ ପ୍ରଥମ ପଦକ । କମନୱେଲଥ ଗେମ୍ସ ୨୦୨୬ର ଦ୍ୱିତୀୟ ଦିନରେ ଭାରତର ସବୁଠାରୁ ବଡ଼ ସଫଳତା ପାରା ପାୱାରଲିଫ୍ଟର ଝଣ୍ଡୁ କୁମାର ହାସଲ କରିଛନ୍ତି । ପାରା ପାୱାରଲିଫ୍ଟିଙ୍ଗରେ ବ୍ରୋଞ୍ଜ ପଦକ ଜିତି ଭାରତ ପାଇଁ  ଝଣ୍ଡୁ ଇତିହାସ ରଚିଛନ୍ତି । ପୁରୁଷ ହେଭିୱେଟ୍ ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଝଣ୍ଡୁ । ସେ ୧୮୧ ଏବଂ ୧୯୦ କିଲୋଗ୍ରାମର ସଫଳ ଲିଫ୍ଟ ସହ ୧୩୦.୯ ପଏଣ୍ଟ ହାସଲ କରିଥିଲେ । ଜୀବନର ଅନେକ ସଂଘର୍ଷକୁ ଅତିକ୍ରମ କରି ସେ ଏଠାରେ ପହଞ୍ଚିବା ଏକ ବଡ଼ ପ୍ରେରଣା । ଏହା ତାଙ୍କର ପ୍ରଥମ ଆନ୍ତର୍ଜାତୀୟ ପଦକ। ଝଣ୍ଡୁ କୁମାର ଜଣେ କୃଷକଙ୍କ ପୁଅ। 

ଅଧିକ ପଢନ୍ତୁ:  Commonwealth Games inaugurated: ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଘାଟିତ

ଝଣ୍ଡୁ ଜିତିଲେ ପ୍ରଥମ ପଦକ 

ତାଙ୍କ ଜୀବନରେ ଅନେକ ସଙ୍ଘର୍ଷପୂର୍ଣ୍ଣ ପରିସ୍ଥିତି ଆସିଥିଲା । ସେ ଘର ଚଳାଇବା ପାଇଁ କେବେ ପନିପରିବା ବିକ୍ରି କରୁଥିଲେ ତ ପରେ ସେ ଇ-ରିକ୍ସା ମଧ୍ୟ ଚଳାଇଥିଲେ। ଏହା ସତ୍ତ୍ୱେ ସେ ନିଜ ସ୍ୱପ୍ନକୁ ଭାଙ୍ଗିବାକୁ ଦେଇନଥିଲେ। ସେ କଠିନ ପରିଶ୍ରମ ଜାରି ରଖିଥିଲେ ଏବଂ ଆଜି ଏତେ ବଡ଼ ବିଶ୍ୱସ୍ତରୀୟ ମଞ୍ଚରେ ପଦକ ଜିତି ଭାରତକୁ ଗ‌ୌରବ ଆଣି ଦେଇଛନ୍ତି। ଗ୍ଲାସଗୋରେ ଚାଲିଥିବା କମନୱେଲଥ ଗେମ୍ସ ୨୦୨୬ର ଦ୍ୱିତୀୟ ଦିନରେ ଭାରତର ଅନେକ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.