ARTICLE AD BOX
ଭୁବନେଶ୍ବର: ବଙ୍ଗଳାଦେଶୀ ଅନୁପ୍ରବେଶକାରୀ କମିସନରେଟ୍ ପୁଲିସ ନଜର ଆଢୁଅଳରେ ସୁରକ୍ଷା ବ୍ୟବସ୍ଥା ଭେଦ କରି ରାଜଧାନୀରେ ବର୍ଷ ବର୍ଷ ଧରି ରହିଛନ୍ତି। କେତେବେଳେ ସିମ୍ ବକ୍ସ ଲିଙ୍କ୍ରେ ତ କେତେବେଳେ ଆତଙ୍କୀ ଲିଙ୍କ୍ରେ ରହି ଗୁଇନ୍ଦା ତଥ୍ୟ ଶତ୍ରୁଦେଶକୁ ପଠାଇବା ଭଳି ସନ୍ଦେହଜନକ କାର୍ଯ୍ୟକଳାପରେ ଲିପ୍ତ। ମହିଳା ଓ ଯୁବତୀମାନେ ଅନୈତିକ କାର୍ଯ୍ୟରେ ଲିପ୍ତ ରହିବା ସହ ହନିଟ୍ରାପ୍ ମାଧ୍ୟମରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଫସାଇବା ଅଭିଯୋଗ ଅଛି। କମିସନରେଟ୍ ପୁଲିସ ଦ୍ବୈତମହାନଗରୀରୁ ଏ ପର୍ଯ୍ୟନ୍ତ ୪୮ ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କୁ ଧରିଲାଣି, ଆହୁରି ଅନେକ ଲୁଚିଛପି ସକ୍ରିୟ ଅଛନ୍ତି। ଉଦ୍ବେଗର ବିଷୟ, ଏମାନେ ବର୍ଷ ବର୍ଷ ଧରି ଆଡ଼ା ଜମାଇଛନ୍ତି। କମିସନରେଟ୍ ପୁଲିସ ଶହ ଶହ ବଙ୍ଗଳାଦେଶୀ ରାଜଧାନୀରେ ଲୁଚିଥିବା ସତ୍ତ୍ବେ ସେମାନଙ୍କ ଟେର୍ ପାଉନି। ତେବେ ସେମାନଙ୍କୁ ଧରିବା ପ୍ରକ୍ରିୟା ଜାରି ରହିଛି ଏବଂ ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା ଦୃଷ୍ଟିରୁ କଡ଼ା ନଜର ରଖାଯାଇଥିବା କମିସନର ସୁରେଶ ଦେବଦତ୍ତ ସିଂହ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି।
Blunt Black Perfume: ବ୍ଲଣ୍ଟ୍ ବ୍ଲାକ୍ ପରଫ୍ୟୁମ୍ ଉନ୍ମୋଚିତ
ଆହୁରି ଲୁଚିଛନ୍ତି, ଜେଲ୍ରେ ଏବେ ଚାରି ବନ୍ଦୀ
ଆତଙ୍କୀ ଲିଙ୍କ୍ ସନ୍ଦେହ
କମିସନରେଟ୍ ପୁଲିସ ସୂଚନା ଅନୁସାରେ, ଦ୍ବୈତମହାନଗରୀରୁ ଧରାପଡ଼ିଥିବା ୪୮ଜଣଙ୍କ ମଧ୍ୟରୁ ବର୍ଷକ ମଧ୍ୟରେ ବିଭିନ୍ନ ସମୟରେ ୪୨ ଜଣଙ୍କୁ ବଙ୍ଗଳାଦେଶ ପଠାଯାଇଛି। ବର୍ତ୍ତମାନ ୬ଜଣଙ୍କୁ କଟକ ଆଠଗଡ଼ ସ୍ଥିତ ଷ୍ଟେଟ୍ ହୋଲ୍ଡିଂ ସେଣ୍ଟର୍ରେ ରଖାଯାଇଛି, ଯେଉଁମାନେ କି ଅପରାଧିକ ମାମଲାରେ ସମ୍ପୃକ୍ତ ଥାଇ ୨ବର୍ଷ ଜେଲ୍ରେ ରହିଥିଲେ। ସେମାନଙ୍କୁ ବଙ୍ଗଳାଦେଶ ପଠାଯିବାକୁ ବିଏସ୍ଏଫ୍ ଏବଂ ବିଭିନ୍ନ ସରକାରୀ ଏଜେନ୍ସି ସହ ଯୋଗାଯୋଗ କରାଯାଇଛି। ତେବେ ୨୦୨୫ ଜୁଲାଇ ଓ ଅଗଷ୍ଟ ମାସରେ ଦ୍ବୈତମହାନଗରୀରୁ ୩୯ଜଣ ଅନୁପ୍ରବେଶକାରୀଙ୍କୁ ବଙ୍ଗଳାଦେଶ ପଠାଯାଇଥିଲା।
Information Office: ପାଖେଇ ଆସୁଛି ସ୍ୱାଧୀନତା ଦିବସ: ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଝୁଲୁଛି ତାଲା
ଯେଉଁଥିରେ କଟକର ୧୫ଜଣ ଏବଂ ଭୁବନେଶ୍ବରରୁ ୨୪ଜଣଙ୍କୁ କାବୁ କରାଯାଇଥିଲା ସେହିପରି ୨୦୨୬ ମାର୍ଚ୍ଚ ମାସରେ ରାଜଧାନୀରୁ ୨ଜଣ ଓ ଜୁଲାଇ ମାସରେ କଟର ଜଣେ ବଙ୍ଗଳାଦେଶୀଙ୍କୁ ସ୍ବଦେଶ ପଠାଯାଇଥିଲା। ରାଜଧାନୀରୁ ଚିହ୍ନଟ ୩୨ଜଣଙ୍କ ମଧ୍ୟରେ ୧୦ ପୁରୁଷଙ୍କ ସମେତ ୧୭ ମହିଳା ଏବଂ ୫ ଶିଶୁ ଥିବା ପୁଲିସ କହିଛି। ଏବେ ବି ଜେଲ୍ରେ ୪ଜଣ ବନ୍ଦୀ ଥିବା ପୁଲିସ କହିଛି। ଏତେ ସଂଖ୍ୟକ ବିଦେଶୀ ବର୍ଷ ବର୍ଷ ଧରି ସହରରେ ରହୁଥିଲେ ମଧ୍ୟ ସେମାନେ କିଭଳି ପୁଲିସ ନଜରକୁ ଆସୁନଥିଲେ ଓ ଆହୁରି ରହିଛନ୍ତି ସେମାନଙ୍କ ଠାବ କରାଯାଇପାରୁନି, ଏଥିରୁ ପୁଲିସର ପାରିବାପଣିଆ ପଦାରେ ପଡ଼ିଛି। ଭଡ଼ାଟିଆ ଯାଞ୍ଚ, ବାସିନ୍ଦା ଭେରିଫିକେସନ୍ରେ ଢିଲାପଣ ଓ ଦୁର୍ବଳ ଗୁଇନ୍ଦା ନେଟ୍ୱର୍କ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।

1 hour ago
2


