Color of the car smoke: କାର୍‌ ଧୂଆଁର ରଙ୍ଗ କହିଦେବ ଇଞ୍ଜିନ୍‌ର ସମସ୍ୟା

1 hour ago 1
ARTICLE AD BOX

କାର୍‌ର ବଡିୱାର୍କ, ସର୍ଭିସିଂ ଓ ସଫାସୁତରା ଉପରେ ଆମେ ଯେତିକି ଧ୍ୟାନ ଦେଉ, ସାଇଲେନ୍ସର୍‌ରୁ ବାହାରୁଥିବା ଧୂଆଁକୁ ସେତିକି ଗୁରୁତ୍ୱ ଦେଉନା। କିନ୍ତୁ ଧୂଆଁର ରଙ୍ଗ ଇଞ୍ଜିନ୍‌ ଭିତରେ ଥିବା ସମସ୍ୟାର ଏକ ଜରୁରି ସଙ୍କେତ ବି ହୋଇପାରେ।

Health: ଜଙ୍ଗଲରେ ଫିଙ୍ଗିଦେଲେ ପେଟିପେଟି ଆଇରନ ବଟିକା

ଧଳା ଧୂଆଁ ସୂଚାଏ କ’ଣ?
ଥଣ୍ଡା ଥିବା ଅବସ୍ଥାରେ କାର୍‌ ଷ୍ଟାର୍ଟ କଲାପରେ ହାଲୁକା ଧଳା ଧୂଆଁ ବାହାରିବା ସାଧାରଣ କଥା। ଇଞ୍ଜିନ୍‌ ଗରମ ହେବାପରେ ଏହା ଅଦୃଶ୍ୟ ହୋଇଯାଏ। କିନ୍ତୁ ଇଞ୍ଜିନ୍‌ ଗରମ ହେବା ପରେ ବି ଯଦି ଘନ ଧଳା ଧୂଆଁ ଲଗାତାର ବାହାରେ, ତେବେ କୁଲାଣ୍ଟ୍‌ ଇଞ୍ଜିନ୍‌ର କମ୍ବସନ୍‌ ଚାମ୍ବର୍‌ରେ ପ୍ରବେଶ କରୁଛି ଏବଂ ଇନ୍ଧନ ସହ ଜଳୁଛି। ହେଡ୍ ଗାସ୍କେଟ୍ ଖରାପ, ସିଲିଣ୍ଡର୍‌ ହେଡ୍ କିମ୍ବା ଇଞ୍ଜିନ୍‌ ବ୍ଲକ୍‌ରେ ଫାଟ ଏହାର କାରଣ ହୋଇପାରେ।

କଳା ଧୂଆଁ କାହିଁକି?
ଘନ କଳା ଧୂଆଁର ଅର୍ଥ ଇଞ୍ଜିନ୍‌ ଅଧିକ ଇନ୍ଧନ ଜାଳୁଛି। ବାୟୁ-ଇନ୍ଧନ ମିଶ୍ରଣରେ ଇନ୍ଧନ ଅଧିକ ହେଲେ ଏପରି ଧୂଆଁ ବାହାରିପାରେ। ମଇଳା ଏୟାର୍ ଫିଲ୍‌ଟର୍‌, ତ୍ରୁଟିପୂର୍ଣ୍ଣ ଫୁଏଲ୍ ଇଞ୍ଜେକ୍ଟର୍‌ କିମ୍ବା ଅକ୍ସିଜେନ୍ ସେନ୍ସର୍‌ ଏହାର କାରଣ ହୋଇପାରେ। ଏହା ଇନ୍ଧନ ଖର୍ଚ୍ଚ ବଢ଼ାଇବା ସହ ଇଞ୍ଜିନ୍‌ର କାର୍ଯ୍ୟକ୍ଷମତା କମାଇପାରେ।

ନୀଳ କିମ୍ବା ଧୂସର ଧୂଆଁ
ନୀଳ କିମ୍ବା ଧୂସର ଧୂଆଁ ଦେଖାଗଲେ ଇଞ୍ଜିନ୍‌ରୁ ତେଲ ଲିକ୍‌ ହେଉଥିବାର ସମ୍ଭାବନା ଅଧିକ। ପିଷ୍ଟନ୍ ରିଙ୍ଗ୍, ଭଲଭ୍ ସିଲ୍ କିମ୍ବା ଟର୍ବୋଚାର୍ଜରେ ସମସ୍ୟା ଥିଲେ ଅଏଲ୍‌ କମ୍ପ୍ରେସର୍‌ ଚାମ୍ବରରେ ପହଞ୍ଚି ଜଳିପାରେ। ଏହା ଫଳରେ ଇଞ୍ଜିନ୍‌ ତେଲ ସ୍ତର କମିଯାଇପାରେ ଏବଂ ଅବହେଳା କଲେ ବଡ଼ ଇଞ୍ଜିନ୍‌ ମରାମତିର ଆବଶ୍ୟକତା ପଡ଼ିପାରେ।

Indel Money: ଇଣ୍ଡେଲ ମନିର ୫୦୦ କୋଟି ଏନ୍‌ଏସ୍‌ଡି ଜାରି

ଧୂଆଁ ଦେଖିଲେ କ’ଣ କରିବେ?
ପ୍ରଥମେ ଇଞ୍ଜିନ୍‌ ତେଲ ଓ କୁଲାଣ୍ଟ୍‌ର ସ୍ତର ଯାଞ୍ଚ କରନ୍ତୁ। କୌଣସି ସ୍ତର ଅସାମାନ୍ୟ ଭାବେ କମିଥିଲେ ଗାଡ଼ିକୁ ଅଧିକ ଚଳାଇବାରୁ ବିରତ ରହନ୍ତୁ। ଧୂଆଁ ଲଗାତାର ବାହାରୁଥିଲେ ନିଜେ ମରାମତି କରିବା ପରିବର୍ତ୍ତେ ଅଭିଜ୍ଞ ମେକାନିକ୍ କିମ୍ବା ସର୍ଭିସ୍ ସେଣ୍ଟର୍‌ରେ ଗାଡ଼ି ଯାଞ୍ଚ କରାନ୍ତୁ। ଆବଶ୍ୟକ ହେଲେ କମ୍ପ୍ୟୁଟର୍‌ ଡାଇଗ୍ନୋଷ୍ଟିକ୍ ସ୍କାନ୍ କରାଇ ସମସ୍ୟାର ମୂଳ କାରଣ ଚିହ୍ନଟ କରନ୍ତୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.