Cold in North India: ଉତ୍ତର ଭାରତରେ ଶୀତର ପ୍ରକୋପ ବୃଦ୍ଧି: ରାଜସ୍ଥାନର ଫତେପୁରରେ ପାରଦ ୭.୪ ଡିଗ୍ରିକୁ ଖସିଲା

2 hours ago 1
ARTICLE AD BOX

ନୂଆଦିଲ୍ଲୀ: ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ଯୋଗୁଁ ଉତ୍ତରପ୍ରଦେଶ, ବିହାର ଏବଂ ରାଜସ୍ଥାନରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ବୁଧବାର ଉତ୍ତରପ୍ରଦେଶ ଏବଂ ବିହାରରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶର ୧୫ଟି ସହରରେ ଦୃଶ୍ୟମାନ ଦୂରତା ୧୦ ମିଟର ପର୍ଯ୍ୟନ୍ତ ଖସି ଆସିଥିବା ବେଳେ ୧୧.୧ ଡିଗ୍ରି ସେଲସିୟସ ତାପମାତ୍ରା ସହ ବରେଲୀ ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି। ଘନ କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। 

Weather: ଖସୁଛି ପାରଦ, ବଢ଼ୁଛି ଶୀତ: ସିମିଳିଗୁଡ଼ାରେ ୧୧.୬ଂ, ୯ ଜିଲ୍ଲାକୁ କୁହୁଡ଼ି ଚେତାବନୀ

ସେହିପରି ବିହାରର ସମସ୍ତିପୁର, ବେଗୁସରାୟ, ବଗହା ଏବଂ ସୁପୌଲ ସମେତ ଅନେକ ଜିଲ୍ଲାରେ ସକାଳେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା ୧୦୦ ମିଟରକୁ ଖସି ଆସିଛି। ୧୩.୪ ଡିଗ୍ରି ସେଲସିୟସ ସହ ଅରୱଲ ସବୁଠାରୁ ଥଣ୍ଡା ଜିଲ୍ଲା ରହିଛି। ଅନ୍ୟପକ୍ଷରେ ଉତ୍ତର ଭାରତରୁ ବହୁଥିବା ହେମାଳ ପବନ ଯୋଗୁଁ ରାଜସ୍ଥାନରେ ଋତୁର ପ୍ରଥମ ଥର ପାଇଁ ପାରଦ ୭ ଡିଗ୍ରି ପାଖାପାଖି ପହଞ୍ଚିଛି। ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟର ଅନେକ ସହରରେ ତାପମାତ୍ରା ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ସିକର ନିକଟସ୍ଥ ଫତେପୁରରେ ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି।

Weather: ଏଲ୍ ନିନୋର ନୂଆ ଇତିହାସ; ପ୍ରଶାନ୍ତ ମହାସାଗର ତାପମାତ୍ରା ୩୦ ଡିଗ୍ରି ଛୁଇଁଲା

Read Entire Article
LEFT SIDEBAR AD

Hidden in mobile, Best for skyscrapers.