ARTICLE AD BOX
ଭୁବନେଶ୍ବର: ନଡ଼ିଆ ବିକାଶ ବୋର୍ଡ ପକ୍ଷରୁ ନୂଆ ଅଞ୍ଚଳରେ ନଡ଼ିଆ ଚାଷ ନିମନ୍ତେ ଚାରା ରୋପଣ ସହାୟତା ଦିଆଯାଉଛି। ଏଥିପାଇଁ ଚାଷୀ ଓ ବିଭିନ୍ନ ଅନୁଷ୍ଠାନମାନଙ୍କଠାରୁ ଆବେଦନ ଆହ୍ବାନ କରାଯାଇଛି। ଅତିକମ୍ରେ ୫ଟି ଚାରାରୋପଣ ପାଇଁ ଯେଉଁ ଚାଷୀମାନଙ୍କ ନିଜସ୍ବ ଜମି ଥିବ ସେମାନେ ଏହାଦ୍ବାରା ଉପକୃତ ହେବେ।
୧୬୦ଟି ଚାରା ପାଇଁ ସର୍ବାଧିକ ୫୬ ହଜାର ସବ୍ସିଡି
ଜମିର ପରିମାଣ ୦.୦୫ ହେକ୍ଟରରୁ ୨ ହେକ୍ଟର ମଧ୍ୟରେ ହେବା ଆବଶ୍ୟକ। ଏହି ଯୋଜନାରେ ୧୬୦ଟି ଚାରା ପାଇଁ ସର୍ବାଧିକ ୫୬ ହଜାର ସବ୍ସିଡି ଦେବା ବ୍ୟବସ୍ଥା ରହିଛି। ତେବେ ଗଛରୁ ଗଛ ଦୂରତା ଅତିକମ୍ରେ ୨୫ ଫୁଟ ହେବା ବାଧ୍ୟତାମୂଳକ କରାଯାଇଛି। ସହାୟତା ରାଶିକୁ ଚାରା ପିଛା ୩୫୦ ଟଙ୍କା ହିସାବରେ ଦୁଇଟି କିସ୍ତିରେ ଚାଷୀଙ୍କୁ ଦିଆଯିବ।

3 days ago
4


