Coal: କୋଇଲା ଗ୍ୟାସିଫିକେସନ ଉପରେ ସମ୍ମିଳନୀ

2 days ago 5
ARTICLE AD BOX

ଭୁବନେଶ୍ବର: କୋଲ ଗ୍ୟାସିଫାୟର୍ସ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ (ସିଜିଏଆଇ) ପକ୍ଷରୁ କୋଇଲା ଗ୍ୟାସିଫିକେସନ୍‌ରେ ଆହ୍ୱାନ, ସୁଯୋଗ ଓ ନୂତନ ପ୍ରଯୁକ୍ତି ଶୀର୍ଷକ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ କୋଲ ଇଣ୍ଡିଆ, ମହାନଦୀ କୋଲ୍‌ଫିଲ୍ଡସ, ସାଉଥ୍‌ ଇଷ୍ଟର୍ଣ୍ଣ କୋଲ୍‌ ଫିଲ୍ଡସ, ଗେଲ୍‌, ଏନ୍‌ଟିପିସି ଓ ଜିନ୍ଦଲ ଷ୍ଟିଲ ସମେତ ଶ୍ରୀଲଙ୍କାରୁ ଆସିଥିବା ଅନ୍ତର୍ଜାତୀୟ ପ୍ରତିନିଧି ମଣ୍ଡଳୀ ଓ କାନାଡାରୁ ପ୍ରଯୁକ୍ତି ବିଶେଷଜ୍ଞ ଯୋଗଦେଇଥିଲେ। ୨୫ ବିଶେଷଜ୍ଞ ବକ୍ତା ପ୍ରବନ୍ଧ ଉପସ୍ଥାପନ କରିଥିଲେ।

ଆତ୍ମନିର୍ଭରଶୀଳ ଭାରତ ପାଇଁ ‌କୋଇଲା ଗ୍ୟାସିଫିକେସନ ଜରୁରୀ ବୋଲି ବକ୍ତାମାନେ କହିଥିଲେ। ପ୍ରତିନିଧିମାନେ ଜିନ୍ଦଲ ଷ୍ଟିଲ୍‌ର ଅନୁଗୋଳସ୍ଥିତ ପ୍ଲାଣ୍ଟରେ ଥିବା ଭାରତର ପ୍ରଥମ ସିଜିପି-ଡିଆରଆଇ ବ୍ୟବସ୍ଥା ପରିଦର୍ଶନ କରିଥିଲେ। ପୂର୍ବତନ ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଜିନ୍ଦଲ ଷ୍ଟିଲ୍‌ର ପରାମର୍ଶଦାତା ତଥା ଜିସିଏଆଇର ସଭାପତି ସଞ୍ଜୟ ସିଂହ, ମହାସଚିବ ଡ. ଏ କେ ବାଲ୍ୟାନ୍, ଉପସଭାପତି କପିଲ ଧଗତ ଓ ଗେଲ୍‌ର ବ୍ୟବସାୟ ବିକାଶ ନିର୍ଦ୍ଦେଶକ ଆର୍‌ କେ ସିଙ୍ଘଲ ପ୍ରମୁଖ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.