ARTICLE AD BOX
ମୁମ୍ବାଇ: ପୂର୍ବତନ ଭାରତୀୟ ବ୍ୟାଟର୍ ଓ ଦୁଇ ଥର ଆଇପିଏଲ୍ ବିଜେତା ରବିନ ଉଥାପ୍ପାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତି କରିଛି। ତାଙ୍କ ସହ ପୂର୍ବତନ ନ୍ୟୁଜିଲାଣ୍ଡ ବୋଲର ମିଚେଲ ମ୍ୟାକ୍କ୍ଲିନାଘନ (ବୋଲିଂ), ପୂର୍ବତନ ଭାରତୀୟ ଦଳର ଫିଲ୍ଡିଂ ପ୍ରଶିକ୍ଷକ ଟି ଦିଲୀପ (ଫିଲ୍ଡିଂ) ଓ ବୋଲର ଧାୱନ କୁଲକର୍ଣ୍ଣି (ଡେଭେଲପ୍ମେଣ୍ଟ ବୋଲିଂ)ଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୨୦୨୭ ଆଇପିଏଲ୍ ମିନି ନିଲାମ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ କିରଣ ପୋଲାର୍ଡଙ୍କ ନେତୃତ୍ବାଧୀନ ପ୍ରଶିକ୍ଷକ ମଣ୍ଡଳୀରେ ସାମିଲ କରିଛି।
ଗତ ସପ୍ତାହରେ ମାହେଲା ଜୟବର୍ଦ୍ଧନେଙ୍କ ସ୍ଥାନରେ ପୋଲାର୍ଡଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିବା ପରେ ଗୁରୁବାର ବୋଲିଂ ପ୍ରଶିକ୍ଷକ ଲସିତ ମଲିଙ୍ଗା, ପାରାସ ମହାମ୍ବ୍ରେ ଏବଂ ଫିଲ୍ଡଂ ପ୍ରଶିକ୍ଷକ କାର୍ଲ ହୋପକିନ୍ସନ୍ଙ୍କ ସହ ଚୁକ୍ତି ସମାପ୍ତ କରିଥିଲା ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ।
ମୁମ୍ବାଇ ପକ୍ଷରୁ ଉଥାପ୍ପା ୧୪ ମ୍ୟାଚ୍ ଖେଳିଥିଲେ
ଉଥାପ୍ପା, ମ୍ୟାକ୍କ୍ଲିନାଘନ ଓ କୁଲକର୍ଣ୍ଣି ନିଜ ଖେଳ ଜୀବନରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ୍ରେ ଖେଳିଛନ୍ତି। ଉଥାପ୍ପା କେବଳ ୨୦୦୮ ପ୍ରଥମ ସଂସ୍କରଣରେ ଏହି ଦଳ ସହ ଥିଲା ବେଳେ ମ୍ୟାକ୍କ୍ଲିନାଘନ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ମୁମ୍ବାଇ ପକ୍ଷରୁ ୫୬ ମ୍ୟାଚ୍ ଖେଳି ୭୧ ୱିକେଟ୍ ଅକ୍ତିଆର କରିଥିଲେ। ମୁମ୍ବାଇ ପକ୍ଷରୁ ଉଥାପ୍ପା ୧୪ ମ୍ୟାଚ୍ ଖେଳି ୧୧୪ ଷ୍ଟ୍ରାଇକ୍ରେଟ୍ରେ ୩୨୦ ରନ୍ ସଂଗ୍ରହ କରିଥିଲେ।
India VS New Zealand: ଦିନିକିଆରୁ ପ୍ରସିଦ୍ଧ ବାଦ୍: ଟେଷ୍ଟ ଶୃଙ୍ଖଳାକୁ ଫେରିପାରନ୍ତି
ଏହାପରେ ସେ ୫ ଆଇପିଏଲ୍ ଫ୍ରାଞ୍ଚାଇଜିରୁ ଖେଳିଥିଲେ। କୋଲକାତା ନାଇଟ୍ ରାଇର୍ଡ (୨୦୧୪) ଓ ଚେନ୍ନାଇ ସୁପର କିଙ୍ଗ୍ସ (୨୦୨୧) ବିଜେତା ଦଳର ଉଥପ୍ପା ସଦସ୍ୟ ମଧ୍ୟ ଥିଲେ। ସେ ୨୦୫ ଆଇପିଏଲ୍ ମ୍ୟାଚ୍ରୁ ୪୯୫୨ ରନ୍ କରିଛନ୍ତି। ଭାରତ ପକ୍ଷରୁ ୧୨ ଦିନିକିଆ ଓ ୨ ଟ୍ବେଣ୍ଟି-୨୦ ଖେଳିଥିବା କୁଲକର୍ଣ୍ଣି ମଧ୍ୟ ୨୦୦୮ରୁ ୨୦୧୩ ଏବଂ ଏହାପରେ ୨୦୨୦ ଓ ୨୦୨୧ରେ ମୁମ୍ବାଇ ପକ୍ଷରୁ ଖେଳିଥିଲେ।

1 hour ago
1


