ARTICLE AD BOX
ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନ ପରିଷଦ ନିର୍ବାଚନରେ ପରାଜୟ ପରେ ଶାସକ ମହାୟୁତି ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ବିଜେପି ଓ ଶିବସେନା ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକ୍ଯୁଦ୍ଧ। ଏହି ବିବାଦ ଏବେ ମେଣ୍ଟର ଏକତା ଉପରେ ପ୍ରଶ୍ନ ଉଠାଇଛି।
ଶିବସେନା ନେତା ନିଲେଶ ରାଣେ ବିଜେପି ମୁଖପାତ୍ର ନବନାଥ ବନ୍ଙ୍କୁ କଡ଼ା ଶବ୍ଦରେ ଜବାବ ଦେଇଛନ୍ତି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସମାଲୋଚନା କରିବା ପୂର୍ବରୁ ନିଜ ସୀମା ମଧ୍ୟରେ ରହିବାକୁ ସେ ବନ୍ଙ୍କୁ ଚେତାବନୀ ଦେଇଛନ୍ତି। ସିନ୍ଦେଙ୍କ ବିଷୟରେ କଥା ହେବାବେଳେ ନିଜ ମର୍ଯ୍ୟାଦା ରଖିବା ଉଚିତ ବୋଲି ସେ କହିଛନ୍ତି। ବିଧାନ ପରିଷଦର ୫ଟି ଆସନ ପାଇଁ ଅକ୍ଟୋବର ୨୩ରେ ଭୋଟ୍ ହୋଇଥିଲା। ୨୮ ତାରିଖରେ ଫଳ ପ୍ରକାଶ ପାଇଥିଲା। ବିରୋଧୀ ମହାବିକାଶ ଆଘାଡ଼ି ୩ଟି ଆସନ ଜିତିଥିବାବେଳେ ମହାୟୁତିକୁ ମିଳିଥିଲା ମାତ୍ର ୨ଟି ଆସନ।
ଦୁଇ ଦଳ ମଧ୍ୟରେ ବିବାଦ ବଢ଼ିଛି
ବିଜେପି ନେତା ନବନାଥ ବନ୍ଙ୍କ ଅଭିଯୋଗ ଥିଲା, ଶିବସେନାର ସହଯୋଗ ମିଳିଥିଲେ ମେଣ୍ଟ ସମସ୍ତ ୫ଟି ଆସନ ଜିତିପାରିଥାନ୍ତା। ଏହାକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ବଢ଼ିଛି। ଅନ୍ୟପଟେ ବିଜେପି ନେତା ତଥା ମନ୍ତ୍ରୀ ନିତେଶ ରାଣେ ମଧ୍ୟ ମେଣ୍ଟ ଭିତରେ କିଛି ‘ଶକୁନି ମାମା’ ଅଛନ୍ତି କି ନାହିଁ, ତାହା ଯାଞ୍ଚ ହେବା ଦରକାର ବୋଲି କହିଥିଲେ। ନିର୍ବାଚନ ପରାଜୟ ପରେ ସହଯୋଗୀ ଦଳଙ୍କ ମଧ୍ୟରେ ଏଭଳି ଖୋଲାଖୋଲି ମତଭେଦ ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଛି।
ଆସିଲା ପିଏମ୍ କିଷାନ ସମ୍ମାନ ନିଧିର ୨୪ତମ କିସ୍ତି; ୯.୩୦ କୋଟିରୁ ଅଧିକ ଚାଷୀ ପାଇବେ ଲାଭ

55 minutes ago
1


