Climate change: ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ‘ସବୁଜ କ୍ୟାମ୍ପସ୍‌, ଜେନ୍‌-ସି’ କାର୍ଯ୍ୟକ୍ରମ

46 minutes ago 1
ARTICLE AD BOX

ବଲାଙ୍ଗୀର: ପରିବେଶ ପ୍ରଦୂଷଣ, ଜଳବାୟୁର ବିଷମତା ପାଇଁ ‌କେବଳ ମଣିଷ ଦାୟୀ। କାହା ଉପରେ ଏଥିପାଇଁ ଦୋଷ ଦେଇ ଖସିଯିବା ପ୍ରବୃତ୍ତି ନ ରହୁ। ପରିବେଶ ଉପରେ ମଣିଷ ନିୟନ୍ତ୍ରଣ କରିବା ଉଦ୍ୟମ ଯୋଗୁଁ ହିଁ ସ୍ବାଭାବିକ ଜଳବାୟୁରେ ବିଚ୍ୟୁତି ଘଟୁଛି। ପରିବେଶ ନିଜ ହିସାବରେ ନିଜକୁ ସମ୍ଭାଳିଥାଏ। ନିଜ ଉପାଦାନ ନିଜେ ସୃଷ୍ଟି କରିଥାଏ। ତେଣୁ ପ୍ରକୃତି ଏବଂ ପରିବେଶକୁ ସେମାନଙ୍କ ଉପାଦାନ ଓ ଆବଶ୍ୟକତା ହିସାବରେ ବଢ଼ିବାକୁ ଦିଆଯାଉ। ଏଥିରେ ମଣିଷ କିଛି ପ୍ର‌ୟୋଗ କଲେ ଆହୁରି ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ‘ସମ୍ବାଦ ଓ କନକ ନ୍ୟୁଜ୍‌’ ପକ୍ଷରୁ ଆୟୋଜିତ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମରେ ‘ସବୁଜ କ୍ୟାମ୍ପସ୍‌ ଓ ଜେନ୍‌-ସି’ ଶୀର୍ଷକରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। 

ମୁଖ୍ୟଅତିଥି ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରତାପ କୁମାର ଦାଶ ପ୍ରତିଟି ଗଛ ଭଗବତ ଗୀତାର ସ୍ବରୂପ ବୋଲି ବିବେଚନା କରିଥିଲେ। ସେ କହିଲେ, ପରିବେଶ ଅସନ୍ତୁଳିତ ହେବା ପଛରେ କେବଳ ମଣିଷ ହିଁ ଦାୟୀ। ତେଣୁ, ସରକାରଙ୍କ ମୁଣ୍ଡରେ କେବଳ ଦୋଷ ଦେବା ଗ୍ରହଣୀୟ ନୁହଁ। ନିଜ ଦାୟିତ୍ବ ବୁଝି ପରିବେଶ ବଞ୍ଚାଇବାକୁ ଛାତ୍ରଛାତ୍ରୀ ଉଦ୍ୟମ କରିବା ଉଚିତ୍‌। ପୂର୍ବରୁ ୬ଟି ଋତୁକୁ ମଣିଷ ଅନୁଭବ କରୁଥିଲା। ଏବେ ଏହା ଖରା, ବର୍ଷା ଓ ଶୀତ‌ରେ ସୀମିତ ରହିଛି। ବାହ୍ୟ ଓ ଅନ୍ତଃ ପ୍ରକୃତି ମଧ୍ୟରେ ସାମଞ୍ଜସ୍ୟ, ସମ୍ପର୍କ ରହିଲେ ପରିବେଶ ବଞ୍ଚିବ। ମଣିଷ ସମାଜ ତିଷ୍ଟି ରହିବ ବୋଲି ଶ୍ରୀ ଦାଶ ମତବ୍ୟକ୍ତ କରିଥିଲେ। 

ବିଶିଷ୍ଟ ଅତିଥି ପରିବେଶ ବିଶେଷଜ୍ଞ ଅରିନ୍ଦମ ପରିଚ୍ଛା ‘ଜଳବାୟୁ ପରିବର୍ତ୍ତନ’ କୌଣସି ଟିପ୍ପଣୀ କିମ୍ବା ସଂଳାପ ନୁହେଁ, ଏହା ଏକ ଚେତାବନୀ ବୋଲି ମତ ରଖିଥିଲେ। ସେ ଆହୁରି କହିଲେ, ଜଙ୍ଗଲ ଓ ପରିବେଶର ସଂଜ୍ଞା ମଣିଷ ସ୍ଥିର କରିବାରୁ ବିରତ ରହିବା ଜରୁରୀ। ସବୁଜ ବଳୟ ଏକ ପ୍ରାକୃତିକ ପ୍ରକ୍ରିୟା। ମଣିଷ ଅଯଥାରେ ଏଥିରେ ହସ୍ତକ୍ଷେପ କରିବା ଜଳବାୟୁ ପରିବର୍ତ୍ତନର ଅନ୍ୟତମ କାରଣ। କୌଣସି କ୍ଷେତ୍ରରେ ମାତ୍ରାଧିକ ପ୍ରୟୋଗ ହେବା ମଧ୍ୟ ଏକ ପ୍ରମୁଖ କାରଣ। 

WhatsApp Image 2026-10-01 at 20.17.40

୧୯୬୫ ମସିହାରେ କୋଭିଡ୍‌ ଭୂତାଣୁ ଚିହ୍ନଟ ହୋଇଥିଲା। କିନ୍ତୁ ଏହାର ମାତ୍ରାଧିକ ପରୀକ୍ଷଣ ଦ୍ବାରା ୨୦୨୨ ମସିହାରେ ଏହା ମହାମାରୀ ରୂପ ନେଲା। ବିଶ୍ବରେ ଏଭଳି ୨୦୦ଟି ଭୂତାଣୁ ରହିଛନ୍ତି। ୪୦ଟି ଭୂତାଣୁ ଆଗାମୀ ଦିନରେ ମହାମାରୀ ହେବ ବୋଲି ବିଶେଷଜ୍ଞମାନେ କହି ସାରିଲେଣି। ପରିବେଶ ଓ ପ୍ରକୃତି ସହ ପ୍ରୟୋଗ କରିବା ବଦଳରେ ଏହାର ସଂରକ୍ଷଣ ଆବଶ୍ୟକ ବୋଲି ଶ୍ରୀ ପରିଚ୍ଛା ପରାମର୍ଶ ଦେଇଥିଲେ। ନିଜ ପରିବେଶ, ଗଛଲତା ଏବଂ ପ୍ରାକୃତିକ ଉପାଦାନଙ୍କୁ ନିଜେ ଚିହ୍ନି ରଖିବାକୁ ସେ ପରାମର୍ଶ ଦେଇଥିଲେ। 

Green Campus and Generation Climate Programme ବିପିୟୁଟିରେ ସବୁଜ କ୍ୟାମ୍ପସ ଓ ଜେନେରେସନ୍ କ୍ଲାଇମେଟ୍ କାର୍ଯ୍ୟକ୍ରମ

ଅନ୍ୟତମ ଅତିଥି ଉପ କୁଳସଚିବ ବିଶ୍ବଜିତ ବେହେରା ଗ୍ରିନ୍‌ କ୍ୟାମ୍ପସ୍‌ ସୃଷ୍ଟି ପାଇଁ ଆହ୍ବାନ ଦେଇଥିଲେ। ବର୍ତ୍ତମାନ ଯୁଗରେ ଗୋଟିଏ ଗଛର ଚାରା ଠାରୁ ଆଉ କୌଣସି ଉତ୍କୃଷ୍ଟ ଉପହାର ନାହିଁ। ଉତ୍ସବ ହେଉ କିମ୍ବା କିଛି ସଭା, ଗଛ ଉପହାର ଦେବା ପରମ୍ପରା ସୃଷ୍ଟି ହେଉ। ନୂତନ ପିଢ଼ି ଏହାର ଦାୟିତ୍ବ ନେଉ ବୋଲି ସେ କହିଛନ୍ତି। ଅଧ୍ୟାପକ ଡ. ସୁଶାନ୍ତ ପଣ୍ଡା ସ୍ବାଗତ ଭାଷଣ, ‘ସମ୍ବାଦ’ ବଲାଙ୍ଗୀର ସଂସ୍କରଣ ମୁଖ୍ୟ ପାର୍ଥ ମହାପାତ୍ର ପ୍ରାରମ୍ଭିକ ସୂଚନା, ଜିଲ୍ଲା ପ୍ରତିନିଧି ଅଞ୍ଜନ ପ୍ରଧାନ ମଞ୍ଚ ସଂଯୋଜନା, ‘କନକ ଟିଭି’ ଜିଲ୍ଲା ପ୍ରତିନିଧି ଚନ୍ଦ୍ରଭାନୁ ମୋଲଣା ଧନ୍ୟବାଦ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.